Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପ୍ରଶାସକ ରୁ ରାଜନେତା ପାଲଟିଥିବା ଦୁଇ ବି ଜେ ଡି ନେତାଙ୍କ ମଧ୍ୟରେ ଛକାପଞ୍ଝା।

ଖରା ଦିନର ତାତି ଆଗକୁ ଆହୁରି ବାକି ଥିବାବେଳେ,ଏବେ ରାଜନୀତି ର ତାତି ଦେଖିବାକୁ ମିଳିଛି ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀରେ । ଦୁଇଜଣ ପ୍ରଶାସକ ରୁ ରାଜନେତା ହୋଇଥିବା ଇଂ ନଳିନୀକାନ୍ତ ପ୍ରଧାନ ଓ ବିଧାୟକ ରମେଶଚନ୍ଦ୍ର ସାଏ ଙ୍କ ମଧ୍ୟରେ ଚାଲିଛି ଛକାପଞ୍ଝା ର ଖେଳ। କିଛିଦିନ ପୂର୍ବରୁ ଆଠମଲ୍ଲିକ ମୋହୋତ୍ସବ ରେ ନଳିନୀ ପ୍ରଧାନ ସମର୍ଥକ ଙ୍କ ଦବ୍ ଦବା ଦେଖିବାକୁ ମିଳିଥିବା ବେଳେ,ତାର କିଛିଦିନ ପରେ ଆମ୍ବସରମୁଣ୍ଡା ଠା ରେ ଜଂଘାଦେବ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ବିଧାୟକ ରମେଶ ଚନ୍ଦ୍ର ସାଏଙ୍କ ସମର୍ଥକ ଓ ନଳିନୀ ପ୍ରଧାନ ସମର୍ଥକଙ୍କ ମଧ୍ୟରେ ମୁହାମୁହିଁ ପରିସ୍ଥିତି ଉପୁଜିଥିଲା।ଯାହା ଆଞ୍ଚଳିକ ଖବର ମାଧ୍ୟମରେ ବିଭିନ୍ନ ଗଣମାଧ୍ୟମ ଓ ସୋସିଆଲ ମିଡିଆରେ ଚର୍ଚ୍ଚା ର କେନ୍ଦ୍ରବିନ୍ଦୁ ପାଲଟି ଯାଇଥିଲା।ତେବେ ଆଗରୁ କେବେ ଏହି ନିର୍ବାଚନ ମଣ୍ଡଳୀରେ ବିଜେଡି ବିଜେଡି ମଧ୍ୟରେ ଗୋଷ୍ଠୀକନ୍ଦଳ ଦେଖିବାକୁ ମିଳିନଥିଲା ବୋଲି ସାଧାରଣରେ ମତ ପ୍ରକାଶ ପାଉଛି ।ତେବେ ଦେଖିବାକୁ ବାକି ରହିଲା ଆଗକୁ ଜନସାଧାରଣ କାହାକୁ ନିଜର ପ୍ରିୟ ନେତା ଭାବେ ବିଜୟ ମୁକୁଟ ପିନ୍ଧେଇବେ ।