Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଗାଁ ପଡିଆରେ ଭାଟିମଦ ଢାଳିଲେ ମହିଳା

ଜମନକିରା : ଜମନକିରା ବ୍ଲକ ଟିକିଲିପଡ଼ା ପଞ୍ଚାୟତ ମଧ୍ୟମ ବାଦିବାହଲ ଗାଁରେ ଆଜି ଆଦିବାସୀ ମହିଳା ମାନେ ବେଆଇନ ଭାବେ ମଦ ବିକ୍ରି କରୁଥିବା ଭାଟି ରୁ ମଦ ଆଣି ସ୍ଥାନୀୟ ପଡ଼ିଆରେ ଢ଼ାଳି ଛନ୍ତି।
ସୂଚନା ଯୋଗ୍ୟ ଯେ, ଆଜି ଶନିବାର ସକାଳ ସମୟରେ ଟିକିଲିପଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ ମଧ୍ୟମ ବାଦିବାହାଲ ଗ୍ରାମର ସମସ୍ତ ପୁରୁଷ ମହିଳା ଏକତ୍ର ହୋଇ ଏକ ବୈଠକ ବସିଥିଲେ। ଉକ୍ତ ବୈଠକରେ ଗାଁରେ ନିଶା ନିବାରଣ ନିମନ୍ତେ ଦୃତ ନିଷ୍ପତି ଗ୍ରହଣ କରାଯାଇଥିଲା। ଏଠାରେ ପ୍ରକାଶ ଯୋଗ୍ୟ ଯେ, ଗ୍ରାମର ସମସ୍ତ ମହିଳା ପୁରୁଷ ଗତ ୨ ତାରିଖ ଅକ୍ଟୋବର ଗାନ୍ଧି ଜୟନ୍ତି ଅବସରରେ ନିଶା ନିବାରଣର ନାରା ଦେଇ ଗ୍ରାମ ପରିକ୍ରମା କରିଥିଲେ। ଏବଂ ଲୋକଙ୍କୁ ମଦ କାରବାର ନକରିବା ସହ ମଦ୍ୟ ପାନ ନକରିବା ପାଇଁ ସଚେତନ କରେଇ ଥିଲେ। ଏଥିସହ ଯେଉଁ ବ୍ୟକ୍ତି କିମ୍ବା ପରିବାର ନିଶା ବିକ୍ରି କରିବ ତାକୁ ୫୦ ହଜାର ଟଙ୍କା ଜରିମାନା ହେବ ବୋଲି ଶପଥ କରିଥିଲେ। ମାତ୍ର ଏକଥାକୁ ଅମାନ୍ୟ କରି ମଧ୍ୟମ ବାଦିବାହାଲ ଗ୍ରାମ ତେଲି ପଡ଼ାର କିଛି ଯୁବକ ସେହି ଗ୍ରାମର ଲୋକନାଥ ପଧାନକୁ ମଦଭାଟି କରିବା ସହ ମଦବିକ୍ରି କରିବା ପାଇଁ ପ୍ରୋଷାହନ ଦେଇଥିଲେ।ଏକଥା ପ୍ରଚାର ହେବା ପରେ ମହିଳା ମାନେ ଏଭଳି କାମ ପ୍ରତି ଅସନ୍ତୋଷ ପ୍ରକାଶ କରି ମଦବିକ୍ରି ହେଉଥିବା ଭାଟି କୁ ସମସ୍ତ ଆଦିବାସୀ ମହିଳା ଏକତ୍ର ହୋଇ ଲୋକନାଥଙ୍କ ଘରକୁ ଘେରାଉ କରି ଘର ଭିତରୁ ମଦ ଭର୍ତ୍ତି ବାଲ୍ଟି ଓ ଜାର ଜବତ କରିଥିଲେ। ଆଜି ସକାଳୁ ଗ୍ରାମର ସମସ୍ତ ପୁରୁଷ ଓ ମହିଳା ଗ୍ରାମପତିଆରେ ଏକ ବୈଠକ ବସି ମଦକୁ ସୁନାଖଜୁରୀ ତାଡି ବିକ୍ରି କରାଯାଇପାରିବ ନାହିଁ ବୋଲି ଶପଥ କରିଥିଲେ। ଜବତ ହୋଇଥିବା ମଦକୁ ସର୍ବ ସମ୍ମୁଖରେ ପଡିଆରେ ତାଳି ଦେଇଥିଲେ। ସମସ୍ତ ଗ୍ରାମବାସୀ ଏକତ୍ର ହୋଇ ନିଶା ନିବାରଣ ଦିଗରେ କାର୍ଯ୍ୟ କଲେ ମହାତ୍ମାଗାନ୍ଧୀଙ୍କ ସ୍ଵପ୍ନ ସାକାର ହୋଇ ପାରିବ ବୋଲି ଗ୍ରାମର ସମାଜସେବୀ ଭୁବନେଶ୍ଵର ଦିବେଦୀ ବୈଠକରେ କହିଥିଲେ।