ସିଂହପାଲି ସରକାରୀ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ
        ସମ୍ବଲପୁର:କାଇଁଶିର କ୍ଲୋଷ୍ଟର ସ୍ଥିତ ସିଂହପାଲି ସରକାରୀ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଆଜି ମଙ୍ଗଳବାର ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜିକା ଶୈଳସୂତା ପାଢ଼ୀ ମୁଖ୍ୟ ଅତିଥି ଭାବରେ ,ଅନ୍ୟତମ ଅତିଥି ଭାବେ ଶ୍ରୀଯୁକ୍ତ ଗୋକୁଳ ଓରାମ ଯୋଗଦାନ କରି ପିଲାଙ୍କୁ ଉତ୍ସାହିତ କରିବା ସହ ଭଲମାର୍ଗ ଦର୍ଶକ କରିଥିଲେ.ସଂମାନିୟ ଅତିଥି ଶ୍ରୀମତୀ ପ୍ରଭାସିନୀ ମିର୍ଦ୍ଧା ବିଦ୍ୟାଳୟ ର ଉନ୍ନତି ତଥା ପିଲାଙ୍କ ଉନ୍ନତି ଉପରେ ଆଲୋଚନା କରିଥିଲେ !ସଂମ୍ମାନୀୟ ଅତିଥି ପ୍ରଭାସିନୀ ମିର୍ଦ୍ଧା ଓ ମୁଖ୍ୟବକ୍ତା ନିର୍ଗୁଣ ପଡା ୟୁଜି ଏମ ଇ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ବବୃବାହନ ଭୋଇ ଉପସ୍ଥିତ ରହି ମା ସମଲେଶ୍ୱରୀଙ୍କ ଠାରେ ଦୀପ ପ୍ରଜ୍ଜଳନ ପୂଜାର୍ଚ୍ଚନା କରିବା ପରେ ସ୍ଵାଗତ ସଙ୍ଗୀତ କରାଗଲା.ଏହାପରେ ବାର୍ଷିକ କାର୍ଯ୍ୟକ୍ରମର ଆରମ୍ଭ କରାଯାଇଥିଲା.ଉପସ୍ଥିତ ଅତିଥି ତାଙ୍କର ବହୁମୂଲ୍ୟ ଅଭିଭାଷଣ ପ୍ରଦାନ କରିଥିଲା ବେଳେ, ସଭାକାର୍ଯ୍ୟ ପୂର୍ବରୁ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ପଦ୍ମିନୀ ଦେବତା ବାର୍ଷିକ ବିବରଣୀ ପଠନ କରି ସଭା ପରିଚାଳନା କରିଥିଲେ।
ଏହି ଅବସରରେ କୃତି ଛାତ୍ର ଛାତ୍ରୀଙ୍କୁ ଅତିଥୀଙ୍କ ଦ୍ଵାରା ମାନପତ୍ର ପୁରସ୍କାର ପ୍ରଦାନ କରାଯାଇଥିଲା । ପରେ ଛାତ୍ର ଛାତ୍ରୀଙ୍କ ଦ୍ଵାରା ସମ୍ବଲପୁରୀ ନାଚ ଗୀତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମର ମୁଖ୍ୟ ସହଯୋଗ କରିଥିଲେ ବିଦ୍ୟାଳୟର ସହ ଶିକ୍ଷୟତ୍ରୀ  ଶ୍ରୀମତୀ ଦୀପ୍ତିମୟୀ ସାହୁ ସହଯୋଗ କରିଥିଲେ।

                        