ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତ କେନ୍ଦ୍ରୀୟ କାର୍ଯ୍ୟକାରିଣୀଙ୍କ ସାଧାରଣ ସଭା ଓସମ୍ବଲପୁର ଜିଲ୍ଲା କମିଟି ଗଠନ


ସମ୍ବଲପୁର:ରବିବାର ସଂଧ୍ୟା ୬ଟା ସମୟରେ ସ୍ଥାନ ମାଁ ସମେଲେଶ୍ଵରୀ ମନ୍ଦିର ପ୍ରାଙ୍ଗଣରେ ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତ କେନ୍ଦ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ରାଧାମାଧବ ବହିଦାରଙ୍କ ସଭାପତିତ୍ୱରେ ଏକ ସାଧାରଣ ସଭା ଆୟୋଜନ ଅନୁଷ୍ଠିତ ହୋଇଯାଇଛି ।
ଏହି ବୈଠକରେ ରାଜ୍ୟ ଓଡ଼ିଶା ପଶ୍ଚିମ ପ୍ରାନ୍ତ ସଂଗଠନ ମନ୍ତ୍ରୀ ସତ୍ୟନାରୟଣ ପଟେଲ, ପ୍ରାନ୍ତ କୋଷାଧ୍ୟକ୍ଷ ନଳନୀକାନ୍ତ ମହାନ୍ତି ଉପସ୍ଥିତ ଥିଲେ । ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତର ସମ୍ବଲପୁର ଜିଲ୍ଲା କମିଟି ଗଠନ ସଂକ୍ରାନ୍ତରେ ଆଲୋଚନା କରାଯାଇଥିଲା ଓ ସର୍ବ ସମିତି କ୍ରମେ ନିମ୍ନ ବ୍ୟକ୍ତି ବିଶେଷଙ୍କୁ ନେଇ ଏକ କମିଟି ଗଠନ କରାଯାଇ ଦିୟୀତ୍ୱ ଅର୍ପଣ କରାଯାଇଛି।
ସଭାପତି – ଶୋଭନ ପଟ୍ଟନାୟକ, ସମ୍ବଲପୁର ସମ୍ପାଦକ – ତୁଷାର ପଣ୍ଡା, ସମ୍ବଲପୁର କୋଷାଧକ୍ଷ – ମିଥିଲେଶ କୁମାର ଅଗ୍ରୱାଲ , କୁଚିଣ୍ଡା, ସଂଗଠନ ମନ୍ତ୍ରୀ – ବିବେକାନନ୍ଦ ପାଣିଗ୍ରାହୀ, କୁଚିଣ୍ଡା, ଏବ° ଅଦ୍ରିମ ପ୍ରମୁଖ ମାନଙ୍କୁ ଚୟନ କରି ଦାୟିତ୍ଵ ଅର୍ପଣ କରିବା ପାଇଁ ଉପରୋକ୍ତ କାର୍ଯକର୍ତ୍ତାଙ୍କୁ ଅନୁରୋଧ କରା ଗଲା । ଉକ୍ତ ବୈଠକରେ ବିଭୂଦତ୍ତ ପଟ୍ଟନାୟକ,ଶୋଭନ ଆନନ୍ଦ ଗୁରୁ,ସତ୍ୟ ନାରାୟଣ ପଣ୍ଡା, ବିବେକାନନ୍ଦ ପାଣିଗ୍ରାହୀ,ଜଗନ୍ନାଥ ସାହୁ,ତୁଷାର ପଣ୍ଡା, ଗିରିଜା ପ୍ରସାଦ ପଟେଲ,ମିଥିଲେଶ ଅଗ୍ରୱାଲ,ରାଧାମାଧବ ବହିଦାର, ସତ୍ୟନାରୟଣ ପଟେଲ, ନଳନୀକାନ୍ତ ମହାନ୍ତି,ଶୋଭନ ପଟ୍ଟନାୟକ ରାଜକିଶୋର ବେହେରା ପ୍ରମୁଖ ଉପସ୍ଥିତ ଥିଲେ।