Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବୈଜ୍ଞାନିକ ଜ୍ଞାନ କୌଶଳ ଦ୍ୱାରା ଗ୍ରାମୀଣ ଉନ୍ନତି ଓ କୃଷକ ସଶକ୍ତିକରଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହୁଛି -କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ଜୁଜୁମୁରା ବ୍ଲକ ସନାତନପାଲି ଠାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ‘ପୁଷ୍ପକୃଷି ପଲୀହାଉସ’ର ଲୋକାର୍ପଣ କରିବା ସହ ପୁଷ୍ପ ବଗିଚା ପରିଦର୍ଶନ କରିଛନ୍ତି । ସମ୍ବଲପୁର ଏକ ଚଷାଚାଷୀ ଅଞ୍ଚଳ । କୃଷି ହେଉଛି ଏ ଅଞ୍ଚଳର ଅର୍ଥନୀତି । କୃଷି ହିଁ ଏଠାକାର ସାଂସ୍କୃତିକ ଓ ସାମାଜିକ ଏକତାର ମୂଳ ଉପାଦାନ । ଭାରତ ସରକାରଙ୍କ ସିଏସଆଇଆର୍- ଏନବିଆରଆଇ, ଲକ୍ଷ୍ନୌ ଏବଂ ରାଜ୍ୟ ସରକାରଙ୍କ ମିଳିତ ସ‌ହ‌ଯୋଗରେ ସିଏସଆଇଆର-ପୁଷ୍ପକୃଷି ମିଶନ ଅଧୀନରେ ପୁଷ୍ପକୃଷି ପଲିହାଉସର ନିର୍ମାଣକୁ ସାଧୁ ଉଦ୍ୟମ କହି ସେ ଏହାକୁ ପ୍ରଶଂସା କରିଥିଲେ।
ସମ୍ବଲପୁର ଜିଲ୍ଲାରେ ଏଭଳି ଉଦ୍ୟମ ଫୁଲ ଚାଷ କ୍ଷେତ୍ରରେ ଉଦ୍ୟୋଗ ଏବଂ ନିଯୁକ୍ତି ସୃଷ୍ଟିକୁ ପ୍ରୋତ୍ସାହିତ କରିବ । ସ୍ଥାନୀୟ ଅର୍ଥନୀତି ସମୃଦ୍ଧ ହେବା ସହ ଫୁଲଚାଷକୁ ପ୍ରୋତ୍ସାହନ ପ୍ରଦାନ କରିବ । ବିଶେଷ ଭାବରେ ଏଠାରେ କୃଷିଜାତ ଦ୍ରବ୍ୟ, ଉଦ୍ୟାନ ଜାତ କୃଷି ଦ୍ରବ୍ୟ, ପଶୁପାଳନ ଏବଂ ମତ୍ସ୍ୟଚାଷ ମାଧ୍ୟମରେ ଉତ୍ପାଦନ ବୃଦ୍ଧି ସହ ସମ୍ବଲପୁର ଜିଲ୍ଲାକୁ ବିକଶିତ କରିବା ଦିଗରେ ଆମେ ସମସ୍ତେ ଦାୟିତ୍ଵ ନେବା ବୋଲି ମନ୍ତ୍ରୀ ଏହି ଅବସରରେ କହିଛନ୍ତି।
ଏହି ଅବସରେ ପୁଷ୍ପ କୃଷି ମେଳା ସନାତନ ପାଲି ଆୟୋଜନ ହୋଇଥିଲା।ଏହି କାର୍ଯ୍ୟକ୍ରମ ସିଏସଆଇଆର ନ୍ୟାସନାଲ ବଟାନିକାଲ ରିସର୍ଚ୍ଚ ଇନ୍‌ଷ୍ଟିଟ୍ୟୁଟ , ଲକ୍ଷନୌ , ଦ୍ୱାରା ଆୟୋଜିତ ହୋଇଥିଲା।କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ପ୍ରଗତିଶୀଳ କୃଷକ ପ୍ରମୋଦ ବାରିକଙ୍କର ଗାଣ୍ଠି କ୍ଷେତର ପରିଦର୍ଶନ କରିଥିଲେ।
ଏହା ପରେ ଫ୍ଲୋରିକଲ୍ଚର୍ ମିସନ୍ ସହଯୋଗରେ ସନତନପାଳିରେ ସ୍ଥାପିତ ଉନ୍ନତ ରୂପନାଳୀ ହାଉସ୍ ର ଉଦ୍‌ଘାଟନ କରିଥିଲେ। ଏହି ପ୍ରତିଷ୍ଠାନ ରାଜ୍ୟର ପ୍ରଥମ “ଇଉସ୍ଟୋମା” ଚାଷକୁ ଅର୍ଥ ଦେଉଛି, ଯାହା ଏକ ମୂଲ୍ୟବାନ ଫୁଲ୍ ଫସଲ୍।
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ
ରାଜ୍ୟ ଗ୍ରାମ୍ୟ ଉନ୍ନୟନ,ପଞ୍ଚାୟତି ରାଜ୍ ଓ ଜଳ ବିଭାଗ ମନ୍ତ୍ରୀ ରବିନାରାୟଣ ନାଏକ
ପୂର୍ବତନ ବିଧାୟକ, ରେଙ୍ଗାଲି ର ନାଉରୀ ନାଏକ,ଆର.ଡି.ସି., ସମ୍ବଲପୁର,ଜିଲ୍ଲା ପାଳ, ସମ୍ବଲପୁର, ସିଏସଆଇଆର -ଏନବିଆରଆଇ ନିର୍ଦ୍ଦେଶକ
ଡ଼. ଅଜିତ କୁମାର ଶାସନୀ,ବରିଷ୍ଠ ବୈଜ୍ଞାନିକ ଡ଼ଃ . ସି. ଏସ୍. ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।
ଏହି ଅବସରରେ ସବୁଜ ସନ୍ତାନପାଳି ଫାର୍ମର୍ସ ପ୍ରଡ୍ୟୁସର୍ କମ୍ପାନୀର ନିରାକାର ପଧାନ, ସଂଖଜିନି ପଧାନ, ପ୍ରମୋଦ ବାରିକ, ସିତାକାନ୍ତ ବେହେରା ଓ କୈଳାଶ ପଧାନ ଭଳି ପାଞ୍ଚଜଣ ପ୍ରଗତିଶୀଳ କୃଷକଙ୍କୁ ଗେଣ୍ଡୁ ଚାରା ଓ ରଜନୀଗନ୍ଧା ବିହନବଣ୍ଟନ କରାଯାଇଥିଲା।
ପୁଷ୍ପଚାଷ ଓ ବୈଜ୍ଞାନିକ ଜ୍ଞାନ କୌଶଳ ଦ୍ୱାରା ଗ୍ରାମୀଣ ଉନ୍ନତି ଓ କୃଷକ ସଶକ୍ତିକରଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଥିବାରୁ ଚାଷୀ ମହଲରେ ଏହାକୁ ଖୁବ ପ୍ରଶଂସା କରାଯାଇଛି।