ସମ୍ବଲପୁର: ସମ୍ୱଲପୁର ବିଶ୍ବ ବିଦ୍ୟାଳୟର ଶିକ୍ଷା ବିଭାଗର ଏଚ୍ଓଡି ଡ. ଯୁବରାଜ ଖମାରୀ ତଥା ୨ଜଣ ଅଧ୍ୟାପିକାଙ୍କ ତତ୍ତ୍ଵାବଧାନରେ ସୋମବାର ଦିନ ୪୬ ଜଣ ଛାତ୍ରଛାତ୍ରୀ ଓଡିଶା ଆଦର୍ଶ ବିଦ୍ୟାଳୟ ରେଙ୍ଗାଲି ପରିଦର୍ଶନ କରିଥଲେ । ସେମାନେ ସେଠାରେ ଆଦର୍ଶ ବିଦ୍ୟାଳୟ, ରେଙ୍ଗାଲିର ବିଭିନ୍ନ ଲେବ୍ରୋଟରି, ଲାଇବ୍ରେରୀ, ଆର୍ଟ ରୁମ୍, ସ୍ପୋର୍ଟସ ରୁମ୍, ବିଭିନ୍ନ ବୋର୍ଡ , ମଧ୍ୟାହ୍ନ ଭୋଜନ କାର୍ଯ୍ୟ ସୂଚୀ ଆଦି ପରିଦର୍ଶନ କରିଥଲେ । ବିଦ୍ୟାଳୟ ଅଧ୍ୟକ୍ଷ ଶ୍ରୀଯୁକ୍ତ ରମଣୀ କାନ୍ତ ସାହୁ ,ସେମାନେ ଭବିଷ୍ୟତ ରେ କିପରି ଭଲ ଶିକ୍ଷକ ହୋଇ ପାରିବେ ସେଥିପାଇଁ ପରାମର୍ଶ ପ୍ରଦାନ କରିଥିଲେ । ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ ମାନେ ପରିଦର୍ଶନରେ ଆସି ଥିବା ଛାତ୍ର ଛାତ୍ରୀ ମାନଙ୍କ ମନରେ ଉଠିଥିବା ସମସ୍ତ ପ୍ରଶ୍ନର ଉତ୍ତର ପ୍ରଦାନ କରିଥିଲେ । ଶିକ୍ଷକ ଦୁଷ୍ମନ୍ତ କୁମାର ମେହେର ମଧ୍ୟ ଛାତ୍ର ଛାତ୍ରୀ ମାନଙ୍କୁ ଶିକ୍ଷକ ହେଲା ପରେ ସେମାନେ ପିଲା ମାନଙ୍କ ସମ୍ମୁଖରେ କିପରି ନିଜକୁ ପ୍ରସ୍ତୁତ କରିବେ ତାର ଧାରଣା ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟ ର ଶିକ୍ଷୟିତ୍ରୀ ସୁସ୍ମିତା ବୋଷ ପରିଚାଳନା କରିଥିବା ବେଳେ ସମ୍ୱଲପୁର ବିଶ୍ବ ବିଦ୍ୟାଳୟର ଛାତ୍ରୀ ଦୀପ୍ତି ରାଓ ଧନ୍ୟବାଦ ଅର୍ପଣ କରିଥିଲେ ।
ସମ୍ବଲପୁର ବିଶ୍ୱବଦ୍ୟାଳୟର ବି.ଇଡି,ଏମ.ଇଡି ଛାତ୍ର ଛାତ୍ରୀଙ୍କ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରିଦର୍ଶନ
