Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଇନ ସେବା ପ୍ରାଧିକରଣ କାର୍ଯ୍ଯାଳୟଠାରେ ଶ୍ରମିକ ଦିବସ

ସମ୍ବଲପୁର: ସ୍ଥାନୀୟ ଆଇନ ସେବା ପ୍ରାଧିକରଣ କାର୍ଯ୍ଯାଳୟ ଠାରେ ଶ୍ରମିକ ଦିବସ ପାଳିତ ହୋଇଯାଇଛି।କାର୍ଯ୍ୟକ୍ରମରେ ସହକାରୀ ଶ୍ରମ ଅଧିକାରୀ ପୁଷ୍ପା ମିଞ୍ଚ, ଏଲ.ଏ.ଡି.ସି. ର ଉପମୁଖ୍ୟ ଅମ୍ବୁଜ କୁମାର ଦାସ, ରିଟେନର୍ ସଞ୍ଜିବ କୁମାର ପଟ୍ଟନାୟକ ଯୋଗ ଦେଇ ଶ୍ରମିକ ଦିବସର ତାତ୍ପର୍ଯ୍ୟ ଓ ଶ୍ରମିକ ଅଧିକାର, ସେମାନଙ୍କ କାର୍ଯ୍ୟ ଏବଂ ବିଭିନ୍ନ ସୁବିଧା ବିଷୟରେ ସଚେତନ କରି ଶ୍ରମିକ ମାନଙ୍କୁ ଦେଶର ମେରୁଦଣ୍ଡ ଭାବେ ଅବିହିତ କରିଥିଲେ । ଏହି ଅବସରରେ ୩୯ ଜଣ ଶ୍ରମିକ ଙ୍କୁ ଶ୍ରମିକ କାର୍ଡ଼ ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ସଚିବ ସୌମ୍ଯା ପ୍ରଧାନ ପରିଚାଳନା କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories