ପାକିସ୍ତାନ ଓ ଭାରତ ମଧ୍ୟରେ ଚାଲିଥିବା ଆକ୍ରମଣ, ପ୍ରତି ଆକ୍ରମଣରେ ଲାଗିଲା ବ୍ରେକ୍ । ଅସ୍ତ୍ରବିରତି ପାଇଁ ରାତି ହେଊେ ଉଭୟ ଦେଶ । ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ଅସ୍ତ୍ରବିରତି ଲାଗୁ ପାଇଁ ଦୁଇ ଦେଶ ସହମତି ପ୍ରକାଶ କରିଛନ୍ତି । ତତ୍କାଳ ଅସ୍ତ୍ରବିରତି ଲାଗୁ ହୋଇଛି । ତେବେ ଭାରତର ସର୍ତ୍ତ ଅନୁସାରେ ଏହି ଅସ୍ତ୍ରବିରତି ଲାଗୁ ହୋଇଥିବା ସୂଚନା ମିଳିଛି । ଏନେଇ ବୈଦେଶିକ ସଚିବ ବିକ୍ରମ ମିଶ୍ରି ।
ଭାରତ ପକ୍ଷରୁ ସର୍ତ୍ତରେ କୁହାଯାଇଛି, ଭାରତ ଉପରେ ଯେ କୌଣସି ଆତଙ୍କବାଦୀ ଆକ୍ରମଣକୁ ଯୁଦ୍ଧ ବୋଲି ଧରାଯିବ । ସେହି ଅନୁସାରେ ଭାରତ କଡ଼ା ଜବାବ ଦେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଏହାସହ ଆତଙ୍କବାଦ ବିରୋଧରେ ଜିରୋ ଟଲରାନ୍ସ ନୀତିକୁ ଗୁରୁତ୍ବ ଦିଆଯାଇଛି । ବୈଠକରେ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ରାତିରେ ଟ୍ରେନ ଚଳାଚଳ ବାତିଲ ନେଇ ନିଷ୍ପତ୍ତି ହୋଇଛି । ଟ୍ରେନ ଚଳାଚଳ ସମ୍ପର୍କରେ ରେଳ ମନ୍ତ୍ରାଳୟ ନିଷ୍ପତ୍ତି ନେଇଛି । ଯାତ୍ରୀଙ୍କ ଲାଗି ସ୍ବତନ୍ତ୍ର ଟ୍ରେନର ବ୍ୟବସ୍ଥା କରାଯିବ । ପାକିସ୍ତାନ ଆକ୍ରମଣରେ ଅତିରିକ୍ତ ଜିଲ୍ଲା ଉନ୍ନୟନ କମିଶନର ରାଜ କୁମାର ଥାପ୍ପା ନିହତ ନେଇ ମଧ୍ୟ ଆଲୋଚନା ହୋଇଥିଲା ।
ଭାରତ ଓ ପାକିସ୍ତାନ ଯୁଦ୍ଧ ସ୍ଥିତିକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କିଛି ସମୟ ପୂର୍ବରୁ ଟ୍ବିଟ୍ ଆସିଥିଲା । ଏଥିରେ ସେ ଉଲ୍ଲେଖ କରିଥିଲେ, ଦୁଇ ଦେଶ ଅସ୍ତ୍ରବିରତି ପାଇଁ ରାଜି ହୋଇଛନ୍ତି । ଆମେରିକା ପକ୍ଷରୁ ଏହାକୁ ଦୁଇ ଦେଶଙ୍କ ବୁଝାମଣା ଓ ମହାନ ବୁଦ୍ଧିମତାର ପରିଣାମ ବୋଲି କୁହାଯାଇଛି । ଦୁଇ ଦେଶର ଏପରି ନିଷ୍ପତ୍ତି ପାଇଁ ଟ୍ରମ୍ପ ପ୍ରଶାସନ ପକ୍ଷରୁ ଧନ୍ୟବାଦ ଜଣାଯାଇଛି । ଏବେ ସୀମାରେ ଶାନ୍ତି ଫେରିବ ଓ ଦୁଇ ଦେଶ ମଧ୍ୟରେ ବିବାଦ କମ କରିବାକୁ ଉଚିତ ପଦକ୍ଷେପ ନିଆଯିବ ।