Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅତି ଭୀଷଣ ବାତ୍ୟାର ରୂପ ନେଲା ମୋକା

ଭୁବନେଶ୍ୱର: ଅତି ଭୀଷଣ ବାତ୍ୟାରେ ପରିଣତ ହେଲା ’ମୋକା’ । ବାତ୍ୟା ସମୟରେ ପବନର ବେଗ ଘଣ୍ଟାପ୍ରତି ୧୫୦ ରୁ ୧୬୦ କିମି ରହିବା ସମ୍ଭାବନା ରହିଛି। ମଝିରେ ମଝିରେ ପବନର ବେଗ ସର୍ବାଧିକ ୧୭୫ କିମି ପର୍ଯ୍ୟନ୍ତ ମଧ୍ୟ ଯାଇପାରେ। ବାତ୍ୟା ମୋକା ୧୪ ତାରିଖରେ ଦକ୍ଷିଣପୂର୍ବ ବଙ୍ଗଳାଦେଶ ଏବଂ ଉତ୍ତର ମିଆଁମାରକୁ ଉପକୂଳ ଆଡକୁ ଗତି କରିପାରେ ବୋଲି ପୂର୍ବାନୁମାନ କରାଯାଇଛି।

ଦକ୍ଷିଣପୂର୍ବ ତତସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଅତିଭୀଷଣ ବାତ୍ୟାର ରୂପ ନେଇଛି ମୋକା । ପୋର୍ଟବ୍ଲେୟାରଠାରୁ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ୫୨୦ କିମି, ମିଆଁମାରର ସ୍ୱଇଟେଠାରୁ ସମାନ ଦିଗରେ ୯୩୦ କିମି ଦୂରରେ ସକ୍ରିୟ ରହିଛି l ଏହା ଧୀରେ ଧୀରେ ଦିଗ ପରିବର୍ତ୍ତନ କରି ଉତ୍ତର ଉତ୍ତର-ପୂର୍ବ ଦିଗରେ ଗତିକରିବ ବୋଲି କହିଛି ପାଣିପାଗ କେନ୍ଦ୍ର।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ