Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଏସିଆ କପ୍ ୨୦୨୩କୁ ନେଇ ପୁଣି ଥରେ ଧମକ ଦେଲା ପାକିସ୍ତାନ, ରଖିଲା ଏହି ଦାବି

ନୂଆଦିଲ୍ଲୀ: ଏସିଆ କପର କିଛି ମ୍ୟାଚ୍ ନିଜ ମାଟିରେ ଆୟୋଜନ କରିବାକୁ ପାକିସ୍ତାନ ବ୍ୟାକୁଳ। ଭାରତ ବ୍ୟତୀତ ଅନ୍ୟ ଦଳଗୁଡ଼ିକର ମ୍ୟାଚ୍ ପାକିସ୍ତାନରେ ଆୟୋଜନ କରାଯାଉ ବୋଲି ପିସିବି ମୁଖ୍ୟ ନଜମ ସେଠୀ ଏସୀୟ କ୍ରିକେଟ୍ ପରିଷଦ(ଏସିସି)ରେ ନିଜର ଦାବି ରଖିଛନ୍ତି। ଯଦି ଏମିତି ନହୁଏ ତେବେ ଏସିଆ କପରୁ ଓହରି ଯିବାକୁ ପାକିସ୍ତାନ ଧମକ ଦେଇଛି। ପିସିବି ମୁଖ୍ୟ କହିଛନ୍ତି, ହାଇବ୍ରିଡ ମୋଡେଲକୁ ଅନ୍ୟ ସଦସ୍ୟ ଦେଶ ଅଗ୍ରାହ୍ୟ କରି ଦେଇଛନ୍ତି। ହାଇବ୍ରିଡ ମୋଡେଲ୍ ଅନୁସାରେ ଭାରତ ବିପକ୍ଷ ମ୍ୟାଚ୍ ବ୍ୟତୀତ ପାକିସ୍ତାନ ଅନ୍ୟ ମ୍ୟାଚ୍ ଗୁଡିକ ନିଜ ଦେଶରେ ଖେଳିବ।

ପିସିବି ଏସିଆ କପ୍ ଶ୍ରୀଲଙ୍କାରେ ଆୟୋଜନ କରାଯିବା ପ୍ରସ୍ତାବକୁ ଖଣ୍ଡନ କରିଛି। ହାଇବ୍ରିଡ ମୋଡେଲର ପ୍ଲାନ ବି ଆଧାରରେ ପାକିସ୍ତାନକୁ ୪ଟି ମ୍ୟାଚର ଆୟୋଜନ କରିବାକୁ ଦିଆଯାଉ ବୋଲି ପିସିବି ଦାବି କରିଛି। ଯଦି ଏମିତି ନହୁଏ ତେବେ ପାକିସ୍ତାନ ଏସୀୟ କ୍ରିକେଟ୍ ପରିଷଦରୁ ବାହାର ହେବା ସହ ଏସିଆ କପକୁ ବହିଷ୍କାର କରିବ।

ଏହା ପୂର୍ବରୁ ଗୁରୁବାର ପିସିବି ଅଧ୍ୟକ୍ଷ ନଜମ ସେଠୀ କହିଥିଲେ ଯେ, ଯଦି ଭାରତ ଏସିଆ କପ୍ ଖେଳିବାକୁ ପାକିସ୍ତାନ ନଆସେ ତେବେ ପାକିସ୍ତାନ ସରକାର ମଧ୍ୟ ଭାରତରେ ଖେଳାଯିବାକୁ ଥିବା ବିଶ୍ଵକପ୍ ପାଇଁ ପାକିସ୍ତାନ କ୍ରିକେଟ୍ ଦଳକୁ ଭାରତ ଯିବାକୁ ଅନୁମତି ଦେବ ନାହିଁ। ପାକିସ୍ତାନର ବିଶ୍ଵକପରେ ଅଂଶଗ୍ରହଣ କରିବାର ଗୋଟିଏ ମାତ୍ର ବିକଳ୍ପ ଏହାର ମ୍ୟାଚ୍ ନିରପେକ୍ଷ ଦେଶରେ କରାଯାଉ।