Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

IPL 2023ର ପ୍ଲେ ଅଫରେ ପହଞ୍ଚି ପାରିବ ମୁମ୍ବାଇ ଇଣ୍ଡିଆନ୍ସ ! ଏମିତି ରହିଛି ସମୀକରଣ

ନୂଆଦିଲ୍ଲୀ: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଆଇପିଏଲ୍ ୨୦୨୩ର ୬୫ତମ ମୁକାବିଲାରେ ସନରାଇଜର୍ସ ହାଇଦ୍ରାବାଦକୁ ୮ ଓ୍ଵିକେଟରେ ହରାଇଛି। ବିରାଟ କୋହଲିଙ୍କ ୧୦୦ ରନ ଏବଂ ଫାଫ ଡୁପ୍ଲେସିସଙ୍କ ୭୧ ରନର ଦମଦାର ଇନିଂସ ଦମରେ ଆରସିବି ୧୯.୨ ଓଭରରେ ୨ ଓ୍ଵିକେଟ୍ ହରାଇ ସହଜ ବିଜୟ ହାସଲ କରିଛି। ଏହି ବିଜୟ ସହ ଆରସିବି ଉନ୍ନତ ରନ ରେଟ୍ କାରଣରୁ ମୁମ୍ଵାଇ ଇଣ୍ଡିଆନ୍ସକୁ ପଛରେ ପକାଇ ପଏଣ୍ଟ ଟେବୁଲର ଚତୁର୍ଥ ସ୍ଥାନରେ ପହଞ୍ଚି ଯାଇଛି। ଆରସିବି ଏବଂ ମୁମ୍ବାଇର ୧୪-୧୪ ପଏଣ୍ଟ ରହିଛି। ମୁମ୍ବାଇ ପଞ୍ଚମ ସ୍ଥାନକୁ ଖସିଥିଲେ ମଧ୍ୟ ଏହା ନିକଟରେ ପ୍ଲେ ଅଫରେ ପହଞ୍ଚିବାର ସୁଯୋଗ ରହିଛି। ଚାଲନ୍ତୁ ଜାଣିବା ପୂରା ସମୀକରଣ।

ମୁମ୍ବାଇ ଏବେ ଗୋଟିଏ ବିଜୟ ଏବଂ ଅନ୍ୟ ଦଳର ପରାଜୟରେ ପ୍ଲେ ଅଫକୁ ପ୍ରବେଶ କରି ପାରିବ। ଗୁଜରାଟ୍ ଟାଇଟନ୍ସ ଏକମାତ୍ର ଦଳ ଭାବେ ପ୍ଲେ ଅଫରେ ପହଞ୍ଚି ସାରିଛି। ଜିଟି ୧୩ଟି ମ୍ୟାଚରୁ ୯ ବିଜୟ ଏବଂ ୧୮ ପଏଣ୍ଟ ସହ ଶୀର୍ଷରେ ରହିଛି। ଚେନ୍ନାଇ ଏବଂ ଲକ୍ଷ୍ନୌ ୧୫-୧୫ ଅଙ୍କ ସହ କ୍ରମଶଃ ଦ୍ଵିତୀୟ ଏବଂ ତୃତୀୟ ସ୍ଥାନରେ ରହିଛି। ଯଦି ମୁମ୍ବାଇ ଶେଷ ମ୍ୟାଚ୍ ଜିତି ଯାଏ ଏବଂ ଚେନ୍ନଇ, ଲକ୍ଷ୍ନୌ, ବାଙ୍ଗାଲୋରରୁ କୌଣସି ଗୋଟିଏ ଦଳ ନିଜର ଅନ୍ତିମ ମ୍ୟାଚ୍ ହାରିଲେ ମୁମ୍ବାଇ ପ୍ଲେ ଅଫରେ ପହଞ୍ଚି ପାରିବ।

ଏହା ବ୍ୟତୀତ ଯଦି ଚେନ୍ନାଇ ଏବଂ ଲକ୍ଷ୍ନୌ ନିଜର ଅନ୍ତିମ ମ୍ୟାଚ୍ ଜିତି ଯାଆନ୍ତି ଏବଂ ବାଙ୍ଗାଲୋର ପରାଜିତ ହୁଏ ତେବେ ମୁମ୍ବାଇ ପ୍ଲେ ଅଫରେ ପହଞ୍ଚି ପାରିବ। ତେଣୁ ମୁମ୍ଵାଇକୁ ଯେ କୌଣସି ସ୍ଥିତିରେ ନିଜର ଅନ୍ତିମ ମୁକାବିଲା ଜିତି ୧୬ ପଏଣ୍ଟ ହାସଲ କରିବାକୁ ପଡ଼ିବ। ଯଦି ବାଙ୍ଗାଲୋର ଏବଂ ମୁମ୍ବାଇ ହାରି ଯାଆନ୍ତି ତେବେ ଉନ୍ନତ ନେଟ୍ ରନ ରେଟ୍ ଯୋଗୁଁ ବାଙ୍ଗାଲାର ଆଗରେ ରହିବ। ଏମିତିରେ ରାଜସ୍ଥାନ ରୟାଲ୍ସ ବଡ଼ ବ୍ୟବଧାନରେ ଜିତିଲେ ବାଙ୍ଗାଲୋରର ରାସ୍ତା ମୁସ୍କିଲ କରିପାରେ। ମୁମ୍ବାଇକୁ ଶେଷ ମ୍ୟାଚ୍ ହାଇଦ୍ରାବାଦ, ବାଙ୍ଗାଲୋରକୁ ଗୁଜରାଟ୍ ଏବଂ ଲକ୍ଷ୍ନୌକୁ କୋଲକାତା ସହ ମୁକାବିଲା କରିବାକୁ ପଡ଼ିବ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ