Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Odisha Districts News

ଘରକୁ ଆସି ଡାକି ନେଲେ, ଗୋଡ଼ାଇ ଗୋଡ଼ାଇ ହାଣିଲେ

ପୁରୀ: ପୁରୀରେ ଆତଙ୍କ । ଯୁବକଙ୍କୁ ଘରୁ ଡାକି ନେଇ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ । ଘଟଣା ଘଟିଛି...

କର୍ଲାମୁଣ୍ଡା ବ୍ଲକ ରେ ୬ ସିଆରସିସି ଙ୍କ ନିଯୁକ୍ତି……

କଳାହାଣ୍ଡି ଜିଲ୍ଲା କାର୍ଲମୁଣ୍ଡା ବ୍ଲକ ଗୋଷ୍ଠୀ ଶିକ୍ଷା ବିଭାଗ ର ବିଭିନ୍ନ କ୍ଲସ୍ଟର ରେ ନୂତନ ଭାବେ ୬ ଜଣ...

ଗୁମ୍ମା ବ୍ଲକର ସଦର ମହକୁମା ଗୁମ୍ମା ଠାରେ ସରକାରୀ ଜମିରୁ ମାଟି ନେଇ କୋଠା ନିର୍ମାଣ କରିବା ମହଙ୍ଗା ପଡ଼ିଲା ଠିକାଦାରଙ୍କୁ

ପାରଳାଖେମୁଣ୍ଡି:୮/୮( ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲାରେ ସରକାରୀ ଜମିରୁ ମାଟି ଖୋଳି ନେଇ କୋଠା ନିର୍ମାଣ କରିବା ମହଙ୍ଗା ପଡିଲା....

ସୁବର୍ଣ୍ଣପୁର ଜିଲ୍ଲା ସ୍ତରୀୟ ପୋଲିସ ଓ ପ୍ରଶାସନ ର ସମନ୍ଵୟ ବୈଠକ

ସୋନପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ଉନ୍ନୟନ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ବିଭାଗୀୟ ଅଧିକାରୀ ଙ୍କୁ ନେଇ...

ସୋନପୁର ବସଷ୍ଟାଣ୍ଡ ରେ ସଡକ ସୁରକ୍ଷା କମିଟି ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ

ସୋନପୁର : (ସୌମିତ୍ରି ମେହେର ) ସୁବର୍ଣ୍ଣପୁର ଜିଲ୍ଲା ସଡକ ସୁରକ୍ଷା କମିଟି ଓ ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ...

ଜିଲ୍ଲା ସ୍ତରୀୟ ପୋଲିସ ଓ ପ୍ରଶାସନ ସମନ୍ୱୟ ବୈଠକ

ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ )ଜିଲ୍ଲାର ବିଭିନ୍ନ ଉନ୍ନୟନ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନେଇ ସୁବର୍ଣ୍ଣପୁର...

ବେବି ଫ୍ରେଣ୍ଡଲି ହସପିଟାଲ ଭାବରେ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପୁରସ୍କୃତ

ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ରାଜ୍ୟ ସ୍ତରୀୟ ବିଶ୍ଵ ସ୍ତନ୍ୟପାନ ସପ୍ତାହ ଅଗଷ୍ଟ -୨୦୨୪ ପାଳନ ଅବସର...

ଦୁଇ ସନ୍ତାନ ଓ ସ୍ୱାମୀ ଙ୍କ ସମୁଖରେ ସ୍ତ୍ରୀ ଙ୍କର ମୋଟର ସାଇକେଲ ଦୁର୍ନେଟଣା ରେ ମୃତ

ପଟ୍ଟାଙ୍ଗି୦୮/୦୮ଦୁଇ ସନ୍ତାନ ଏବଂ ସ୍ୱାମୀ ଙ୍କ ସମୁଖରେ ସ୍ତ୍ରୀ ତଥା ମାଁ ଙ୍କ ମୃତ୍ୟୁବରଣ ଦୃଶ୍ୟ କୁ ନେଇ ସ୍ୱାସ୍ଥ୍ୟ...

ପାରଳାଖେମୁଣ୍ଡି ର ୨ କୃତୀ ପ୍ରତିଯୋଗୀ ମୁଖ୍ୟମନ୍ତ୍ରୀଙ୍କ ଠାରୁ ପୁରସ୍କାର ପାଇବେ

ପାରଳାଖେମୁଣ୍ଡି:୮/୮(ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ୨ ଜଣ କୃତୀ ପ୍ରତିଯୋଗୀ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ପୁରସ୍କୃତ...

ବିଭିନ୍ନ ବିଦ୍ୟାଳୟରେ ସାମୁହିକ ଔଷଧ ସେବନ ସଚେତନତା କାଯ୍ୟକ୍ରମ

ବେଲଗୁଣ୍ଠା, 08/08,ଚଳିତ ମାସ ଦଶ ତାରିଖରୁ ଓଡ଼ିଶା ସରକାରଙ୍କ ଭେକ୍ଟର ବାହିତ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଆନୁକୂଲ୍ୟରେ ସମଗ୍ର ରାଜ୍ୟରେ...

ଭଞ୍ଜନଗର ରୋଟାରୀ କ୍ଲବ ର ବିଶ୍ଵ ସ୍ତନ୍ୟପାନ ସଚେତନତା କାଯ୍ୟକ୍ରମ

ବେଲଗୁଣ୍ଠା,08/08,ଅଗଷ୍ଟ ପହିଲାରୁ ସାତ ତାରିଖ ପର୍ଯ୍ୟନ୍ତ ବିଶ୍ୱ ସ୍ତନ୍ୟପାନ ସପ୍ତାହ ଭାବେ ପାଳନ କରାଯାଉଥିବାବେଳେ ଆଜି ଭଞ୍ଜନଗର ରୋଟାରି କ୍ଲବ...

ସରକାରୀ ଜମିରୁ ମାଟି ନେଇ କୋଠା ନିର୍ମାଣ କରିବା ମହଙ୍ଗା ପଡ଼ିଲା ପାରଳାଖେମୁଣ୍ଡି:୮/୮( ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲାରେ ସରକାରୀ ଜମିରୁ ମାଟି ଖୋଳି ନେଇ କୋଠା ନିର୍ମାଣ କରିବା ମହଙ୍ଗା ପଡିଲା. ଏନେଇ ସରକାରୀ ଜମିରୁ ଜଣେ ଠିକାଦାର ବିନା ଅନୁମତିରେ ମାଟି ଖୋଳି କୋଠା ନିର୍ମାଣ କରିବା ବିରୁଦ୍ଧରେ ଖଣି ବିଭାଗ ତରଫରୁ ନୋଟିସ ଜାରି କରି ତାଗିଦ କରିଥିବା ସୂଚନା ମିଳିଛି. ଗୁମ୍ମା ବ୍ଲକ ପାହାଡ଼ ପର୍ବତ ଶିଖରରେ ରହିଥିବା ବେଳେ ପ୍ରତି ବର୍ଷ ଲଗାଣ ବର୍ଷା ଲାଗି ରହିଲେ ପାହାଡ଼ରୁ ମାଟି ଅତଡ଼ା ଖସିବାର ନଜୀର ରହିଛି। ଗତମାସ ୯ତାରିଖରେ ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ ଗୁମ୍ମା ବ୍ଲକ ଗସ୍ତ ସମୟରେ ରାଣୀ ପର୍ବତରୁ ମାଟି ଖନନ ହେଉଥିବା ଦେଖିଥିଲେ।ତୁରନ୍ତ ସ୍ଥାନୀୟ ତହସିଲଦାରଙ୍କୁ ଉକ୍ତ ସ୍ଥାନରେ କେଉଁ କାରଣରୁ ପର୍ବତ ମାଟି ଖନନ କରାଯାଉଛି ବୋଲି ପଚାରି ବୁଝିବା ସହ ରିପୋଟ କରିବାକୁ ନିର୍ଦ୍ଦେଶ ଦେଇଥିଲେ।ପର୍ବତ ମାଟି ଖଳିବା ଦ୍ଵାରା ପର୍ବତର ଆଦ୍ରତା କମିଯାଏ ଯାହାଫଳରେ ଭୁସ୍ଥଳନ ହେବାର ସମ୍ଭାବନା ଅଧିକ ରୋହିଥାଏ ବୋଲି କହିଥିଲେ ଶ୍ରୀ ପ୍ରଧାନ।ତହସିଲଦାର ଦେବୀ ପ୍ରସନ୍ନ ସରସ୍ବରଙ୍କ କହିବା ଅନୁଯାୟୀ ଖାତା ନମ୍ବର ୬୯୬ ରାଣୀ ପର୍ବତ ସରକାରୀ ଜମି ଉପରୁ ବେଆଇନ ଭାବେ ମାଟି ଗୁମ୍ମା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ନିକଟରେ ନୂତନ କୋଠା ନିର୍ମାଣ ପାଇଁ ବ୍ୟବହାର କରାଯାଇଥିବା ସେ କହିଥିଲେ ଏବଂ ଏସବୁର ଦାୟିତ୍ୱ ବର୍ତ୍ତମାନ ଖଣି ବିଭାଗକୁ ନ୍ୟସ୍ତ କରାଜାଇ ଥିବା ସୂଚନା ଦେଇଥିଲେ। ଜିଲ୍ଲା ଖଣି ନିରୀକ୍ଷକ ଅଧିକାରୀ ଦିପେନ ପରିଡ଼ା ଉକ୍ତ ପର୍ବତ ଖନନ ସ୍ଥାନକୁ ଯାଇ ତଦାରଖ କରିଥିଲେ ଏବଂ ଏଠାରୁ ବହୁ ପରିମାଣର ମାଟି ପଥର ଖନନ କରାଯାଇ ନୂତନ ଗୁମ୍ମା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୋଠା ଘର ନିର୍ମାଣରେ ବ୍ୟବହାର କରାଯାଇଥିବା କହିଛନ୍ତି।ତେବେ ସରକାରୀ ରାଜସ୍ୱ ଆଦାୟ ବାବଦରେ ଉକ୍ତ ଏନବିସିସି ଠିକା ସଂସ୍ଥାର ଠିକାଦାରଙ୍କୁ ନୋଟିସ ଜାରି କରାଯାଇଛି ବୋଲି ଗଜପତି ଜିଲ୍ଲା ଖଣି ନିରୀକ୍ଷକ ଅଧିକାରୀ ଦିପେନ ପରିଡ଼ା ସାମ୍ବାଦିକ ମାନଙ୍କୁ କହିଛନ୍ତି। ପରେ ଏନେଇ ଏନବିସିସି ଠିକା ସଂସ୍ଥାର ଠିକାଦାରଙ୍କ ମତାମତ ଜାଣିବା ନେଇ ଆମ ଜିଲ୍ଲା ପ୍ରତିନିଧି ଗରୁଡ଼ ଧ୍ଵଜ ଚୌଧୁରୀ ଯୋଗାଯୋଗ କରିବା ପାଇଁ ଉଦ୍ୟମ କରିଥିଲେ ମଧ୍ଯ ତାଙ୍କ ଯୋଗା ଯୋଗ ହୋଇ ପାରିନଥିଲା l

ପାରଳାଖେମୁଣ୍ଡି:୮/୮( ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲାରେ ସରକାରୀ ଜମିରୁ ମାଟି ଖୋଳି ନେଇ କୋଠା ନିର୍ମାଣ କରିବା ମହଙ୍ଗା ପଡିଲା....