Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବଲାଙ୍ଗୀରରେ ମୃଦୁ ଭୂମିକମ୍ପ; ଆତଙ୍କିତ ଅବସ୍ଥାରେ ଜନସାଧାରଣ ।

ବଲାଙ୍ଗୀର,୨।୫: ରାଜ୍ୟର ପଶ୍ଚିମାଞ୍ଚଳରେ ଲଗାତାର ଭାବେ ଭୂମି କମ୍ପନ ଅନୁଭୂତ ହେବା ଫଳରେ ଲୋକଙ୍କ ମଧ୍ୟରେ ଭୟ ଓ ଆଶଙ୍କା ବୃଦ୍ଧି ପାଇଛି। ଆଜି ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ସ୍ଥାନରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଥିବା ସୂଚନା ମିଳିଛି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଆଜି ସକାଳ ଭୋର୍ ୪.୪୦ ମିନିଟ୍ ରେ କିଛି ସେକେଣ୍ଡ ପାଇଁ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଥିଲା, ଯାହାଫଳରେ ଭୟଭୀତ ବଲାଙ୍ଗୀର ସହରର ଲୋକେ ଭୟଭୀତ ହୋଇ ପଡ଼ିଥିଲେ। ସୂଚନାଯୋଗ୍ୟ ଯେ, କେବଳ ବଲାଙ୍ଗୀର ନୁହେଁ, ଗତ କିଛି ଦିନ ହେବ ପଡୋଶୀ ଜିଲ୍ଲା କଳାହାଣ୍ଡି, ନୂଆପଡ଼ା ଏବଂ ନବରଙ୍ଗପୁରରେ ମଧ୍ୟ ସମାନ ଭାବେ ଭୂମି କମ୍ପନ ଅନୁଭୂତ ହୋଇଥିଲା। ଏହି ଜିଲ୍ଲାଗୁଡ଼ିକରେ ଲଗାତାର ଭୂ-ଚଳନ ପରେ ଏବେ ବଲାଙ୍ଗୀରରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ବର୍ତ୍ତମାନ ସୁଦ୍ଧା ଏହି ମୃଦୁ ଭୂମିକମ୍ପ ଯୋଗୁଁ କୌଣସି ବଡ଼ ଧରଣର ଧନଜୀବନ ହାନି ହୋଇଥିବା ଖବର ମିଳିନାହିଁ। ତଥାପି, ବାରମ୍ବାର ଏଭଳି କମ୍ପନ ଅନୁଭୂତ ହେବା ପରେ ଭୂତତ୍ତ୍ୱବିତ୍ ଏବଂ ପ୍ରଶାସନ ପକ୍ଷରୁ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଉଛି। ଭୂମିକମ୍ପ ସମୟରେ କୌଣସି ଗୁଜବରେ ବିଶ୍ୱାସ ନକରି ଖୋଲା ସ୍ଥାନକୁ ଚାଲିଯିବା ଏବଂ ସୁରକ୍ଷିତ ରହିବା ପାଇଁ ଜନସାଧାରଣଙ୍କୁ ନିବେଦନ କରାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories