Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭିଜିଲାନ୍ସ ଜାଲରେ ବଙ୍ଗୋମୁଣ୍ଡା ତହସିଲ୍ କୋର୍ଟ ଅମିନ୍ ।

ବଲାଙ୍ଗୀର,୫।୫: ଆଜି ବଲାଙ୍ଗୀର ଜିଲ୍ଲାରେ ପୁଣି ଜଣେ ସରକାରୀ କର୍ମଚାରୀ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଛନ୍ତି। ବଙ୍ଗୋମୁଣ୍ଡା ତହସିଲଦାରଙ୍କ କାର୍ଯ୍ୟାଳୟର କୋର୍ଟ ଅମିନ ଶ୍ରୀ ନିର୍ମଳେନ୍ଦୁ କବିଙ୍କୁ ଆଜି ୧୫,୦୦୦ ଟଙ୍କା ଲାଞ୍ଚ ନେଉଥିବା ସମୟରେ ଗିରଫ କରାଯାଇଛି।
ସୂଚନା ଅନୁଯାୟୀ, ଆବେଦନକାରୀ ହରେକୃଷ୍ଣ ମେହେର ନିଜ ଜମିର ଭାଗବଣ୍ଟା ପାଇଁ ଆବେଦନ କରିଥିଲେ। ଏଥି ନିମନ୍ତେ ଆବଶ୍ୟକ ସ୍କେଚ୍ ମ୍ୟାପ୍ ପ୍ରସ୍ତୁତ କରିବା ଏବଂ ପୃଥକ ଆର.ଓ.ଆର (ପଟ୍ଟା) ପ୍ରଦାନ ପାଇଁ ଫାଇଲ୍ ପ୍ରକ୍ରିୟାକୁ ଆଗକୁ ବଢ଼ାଇବା ପାଇଁ ଅମିନ ଶ୍ରୀ କବି ୧୫,୦୦୦ ଟଙ୍କା ଲାଞ୍ଚ ଦାବି କରିଥିବା ବେଳେ ଆବେଦନକାରୀ ହରେକୃଷ୍ଣ ମେହେର ଏନେଇ ଭିଲିଲାନ୍ସ ନିକଟରେ ଅଭିଯୋଗ କରିଥିଲେ ।
ଅଭିଯୋଗକାରୀଙ୍କ ଠାରୁ ସୂଚନା ପାଇବା ପରେ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଏକ ସ୍ୱତନ୍ତ୍ର ଜାଲ ବିଛାଯାଇଥିଲା। ଆଜି ନିର୍ଦ୍ଧାରିତ ଯୋଜନା ମୁତାବକ, ଅମିନ ଜଣକ ଲାଞ୍ଚ ଟଙ୍କା ଗ୍ରହଣ କରୁଥିବା ସମୟରେ ଭିଜିଲାନ୍ସ ଟିମ୍ ତାଙ୍କୁ କାବୁ କରିଥିଲେ। ତାଙ୍କ ନିକଟରୁ ସମସ୍ତ ଲାଞ୍ଚ ଅର୍ଥ ଜବତ କରାଯିବା ସହ ବର୍ତ୍ତମାନ ଏହି ଘଟଣାରେ ଅଧିକ ତଦନ୍ତ ଜାରି ରହିଛି।
ଜଣେ କର୍ତ୍ତବ୍ୟରତ ସରକାରୀ କର୍ମଚାରୀଙ୍କ ଏଭଳି ଦୁର୍ନୀତିଗ୍ରସ୍ତ କାର୍ଯ୍ୟକଳାପ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories