Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଚିକିତ୍ସା ପାଇଁ ଅର୍ଥ ସାଜିଲା ବାଧକ; ଘର ଖଣ୍ଡିଏ ପାଇବା ଆଶା, ଆଶାରେ ହିଁ ରହିଗଲା

ଜମନକିରା : କଥାରେ ଅଛି ସ୍ଵାସ୍ଥ୍ୟ ହିଁ ସମ୍ପଦ,ବର୍ତ୍ତମାନ ସମୟରେ ସରକାର ଗରିବ ଜନସାଧାରଣଙ୍କ ପାଇଁ ୧୦ ଲକ୍ଷ୍ୟ ଟଙ୍କାର ସ୍ୱାସ୍ଥ୍ୟ କାର୍ଡ ପ୍ରଚଳନ କରିଥିବା ବେଳେ ଏହା ପ୍ରହସନରେ ପରିଣତ ହେଲା ଭଳି ମନେ ହେଉଛି। ଏଭଳି ଘଟଣା ଦେଖିବାକୁ ମିଳୁଛି, ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଫାଶୀମାଲ ପଞ୍ଚାୟତ ଅନ୍ତର୍ଗତ ପୁକୁଡ଼ା ଗ୍ରାମରେ। ଏକ କରୁଣ ଦୃଶ୍ୟ ଯାହାକୁ ଦେଖିଲେ ଆଖିରୁ ଆପେ ଆପେ ଲୁହ ଆସିଯାଏ। ଆମେ କହୁଛୁ ପୁକୁଡା ଗ୍ରାମର ଅମୂଲ୍ୟ ବେଗୁନିଆଙ୍କ ବିଷୟରେ ଅନେକ ବର୍ଷ ଆଗରୁ ଅମୂଲ୍ୟ ପ୍ଲିହା ରୋଗରେ ଆକ୍ରାନ୍ତ ଥିଲେ, ହେଲେ ଦୁଇ ବର୍ଷ ଆଗରୁ କେତେଜଣ ସମାଜସେବୀଙ୍କ ସହାୟତାରେ ବୁର୍ଲା ମେଡିକାଲରେ ତାଙ୍କର ଅସ୍ତ୍ରୋପଚାର କରାଯାଇଥିଲା। ହେଲେ ସେ ପିଢିଆ ରୋଗରୁ ମୁକ୍ତ ହେଲେ ସିନା କିନ୍ତୁ କୌଣସି କାରଣ ବଶତଃ ତାଙ୍କର ମୂତ୍ର ଏବଂ ମଳ ନଳୀ ବାହାର ପଟକୁ ଖଞ୍ଜି ଦିଆ ଯାଇଥିଲା। ଯା ଫଳରେ କି ତାଙ୍କର ମଳ,ମୂତ୍ର ଏକ ପ୍ଲାଷ୍ଟିକ ଥଳି ରେ ଏକତ୍ରିତ ହୋଇଥାଏ ତେଣୁ ସେ ଦୁଇ ବର୍ଷ ହେଲା ବହୁତ ଅସୁବିଧାର ସମ୍ଭୁଖିନ ହେଉଥିଲେ। ଡାକ୍ତର ତାଙ୍କୁ ଆଉଥରେ ଅସ୍ତ୍ରୋପଚାର କରାଇବା ପାଇଁ କହିଥିଲେ ସୁଦ୍ଧା ଅମୂଲ୍ୟ ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ଏପର୍ଯ୍ୟନ୍ତ ଅସ୍ତ୍ରୋପଚାର କରିବା ଟା ଦୂରର କଥା ଦୁଇଓଳି ଖାଇବାକୁ ମିଲିବା କଷ୍ଟକର ହୋଇପଡିଛି। ସରକାରଙ୍କର ଅନ୍ତୋର୍ଦ୍ୟୟ ଯୋଜନାରେ ମାସକୁ ମାତ୍ର ୧୦ କିଲୋ ଚାଉଳ ମିଳୁଛି ଯାହାକି ଚାରି ପ୍ରାଣୀ ପାଇଁ ନିଅଣ୍ଟ। ତାଙ୍କର ଗୋଟିଏ ପୁତ୍ର ଓ ଗୋଟିଏ ଝିଅ ଅଛନ୍ତି କିନ୍ତୁ ରାସନ କାର୍ଡରେ ପୁଅ ଝିଅଙ୍କ ନାମ ନଥିବାରୁ ତାଙ୍କୁ ଚାଉଳ ମିଳୁ ନାହିଁ। ଆଉ ଘର ଖଣ୍ଡିକର ଅବସ୍ଥା ନକହିବା ଭଲ। ଦେଖିଲେ ପ୍ରଶାସନର କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନବାଚି ସୃଷ୍ଟି କରୁଛି। ଘର ଖଣ୍ଡିଏ ଏବଂ ଟିକିଏ ଚିକିତ୍ସାର ଅପେକ୍ଷା କରି ତାଙ୍କ ଜୀବନ ଚାଲିଗଲା ପଛେ ନା ପାଇଲା ଘର ନା ପାଇଲା ଚିକିତ୍ସା ସୁବିଧା। ତାଙ୍କର ଏଇ ସମସ୍ୟା କୁ ନେଇ ଗତ ବର୍ଷ ବିଭିନ୍ନ ଗଣ ମାଧ୍ୟମରେ ପ୍ରସାରଣ ହୋଇଥିଲେ ମଧ୍ୟ ପ୍ରଶାସନ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇ ଯିବା ପରି ଅନୁଭବ ହୁଏ। ଆଜି ସବୁ ଅପେକ୍ଷାର ଅନ୍ତ ଘଟାଇ ଅମୂଲ୍ୟ ଦୁଇଟି ସନ୍ତାନ ଓ ସ୍ତ୍ରୀ କୁ ଛାଡି ଚାଲିଯାଇଛନ୍ତି ଆର ପାରିକୁ।
ଏସଂକ୍ରାନ୍ତରେ ବିଡ଼ିଓ ପ୍ରସନ୍ନ ପଟେଲଙ୍କୁ ଯୋଗାଯୋଗ କରି ପଚାରିବାରୁ ସେ ଦୁଇ ଛୁଆ ଏବଂ ସ୍ତ୍ରୀଙ୍କ ପାଈଁ ଖୁବ ଶୀଘ୍ର ସରକାରୀ ସୁବିଧା ସୁଯୋଗର ବ୍ୟବସ୍ଥା କରିବେ ବୋଲି କହିଥିଲେ।