ନୂଆଦିଲ୍ଲୀ: ଆଜି ଅର୍ଥାତ ଅଗଷ୍ଟ ୧୫ ସମଗ୍ର ଦେଶରେ ୭୭ତମ ସ୍ଵାଧୀନତା ଦିବସ ପାଳନ କରାଯାଉଛି। ଇଂରେଜଙ୍କଠୁ ମିଳିଥିବା ସ୍ଵାଧୀନତାକୁ ପ୍ରତ୍ୟେକ ବର୍ଷ ସ୍ଵାଧୀନତା ଦିବସ ଭାବେ ପାଳନ କରାଯାଉଛି। ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲାଲକିଲ୍ଲା ପ୍ରାଚୀରରୁ ଜାତୀୟ ପତାକା ଉତ୍ତୋଳନ କରିବା ସହ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ସାଧାରଣତଃ କୁହାଯାଏ ଅଗଷ୍ଟ ୧୫ ତାରିଖରେ ଗୁଲାମଠୁ ଆମକୁ ସ୍ଵାଧୀନତା ମିଳିଥିଲା, ଏଥିପାଇଁ ଏହି ଦିନକୁ ସ୍ଵାଧୀନତା ଦିବସ ଭାବେ ପାଳନ କରାଯାଉଛି। କିନ୍ତୁ ବହୁତ କମ ଲୋକ ଜାଣିଥିବେ ଯେ, ଭାରତକୁ ବ୍ରିଟିଶ ଶାସନରୁ ୧୯୪୭ ମସିହା ଜୁନ ୩୦ ତାରିଖରେ ସ୍ଵାଧୀନତା ମିଳିଥିଲା। ତଥାପି ସ୍ଵାଧୀନତା ଦିବସ ପାଇଁ କାହିଁକି ଅଗଷ୍ଟ ୧୫ ତାରିଖକୁ ଚୟନ କରାଗଲା। ଆସନ୍ତୁ ଜାଣିବା ଏହା ପଛର କାରଣ।
ଏମିତିରେ ଭାରତକୁ ବ୍ରିଟିଶ ଶାସନରୁ ୧୯୪୭ ମସିହା ଜୁନ ୩୦ ତାରିଖରେ ସ୍ଵାଧୀନତା ମିଳିଥିଲା। ଅର୍ଥାତ ଜୁନ ୩୦ ତାରିଖରେ ଇଂରେଜ ଭାରତକୁ କ୍ଷମତା ହସ୍ତାନ୍ତର କରି ଦେଇଥିଲେ। କିନ୍ତୁ ସେହି ସମୟରେ ନେହେରୁ ଓ ମହମ୍ମଦ ଅଲ୍ଲୀ ଜିନ୍ନାଙ୍କ ମଧ୍ୟରେ ଭାରତ ଏବଂ ପାକିସ୍ତାନ ବିଭାଜନକୁ ନେଇ ବିତର୍କ ଆରମ୍ଭ ହୋଇଥିଲା। ଏହି ସମୟରେ ମହମ୍ମଦ ଅଲ୍ଲୀ ଜିନ୍ନା ପାକିସ୍ତାନ ଦାବି କରିଥିଲେ। ଏହା ପରେ ସାଂପ୍ରଦାୟିକ ଦଙ୍ଗା ଆରମ୍ଭ ହୋଇଥିଲା। ଫଳରେ ଭାରତକୁ ୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ସ୍ଵାଧୀନତା ଦେବାକୁ ନିଷ୍ପତ୍ତି ହୋଇଥିଲା।

ଭାରତର ସ୍ଵାଧୀନତାକୁ ନେଇ ୧୯୪୭ ମସିହା ଜୁଲାଇ ୪ ତାରିଖରେ ମାଉଣ୍ଟବେଟନଙ୍କ ଦ୍ଵାରା ବ୍ରିଟିଶ ହାଉସ ଅଫ କମନ୍ସରେ ଇଣ୍ଡିଆନ ଇଣ୍ଡିପେଡେନ୍ସ ବିଲ୍ ଆଗତ କରାଯାଇଥିଲା। ଏହି ବିଲକୁ ବ୍ରିଟିଶ ସଂସଦ ଦ୍ଵାରା ତୁରନ୍ତ ମଞ୍ଜୁରୀ ଦିଆଯାଇଥିଲା। ଏହା ପରେ ୧୯୪୭ ଅଗଷ୍ଟ ୧୫ ତାରିଖରେ ଭାରତକୁ ସ୍ଵାଧୀନତା ମିଳିଥିଲା।
ଏହା ମଧ୍ୟ କୁହାଯାଏ ଯେ, ୧୯୪୫ ମସିହା ଅଗଷ୍ଟ ୧୫ ତାରିଖରେ ଦ୍ଵିତୀୟ ବିଶ୍ଵ ଯୁଦ୍ଧ ସମାପ୍ତ ହୋଇଥିଲା। ବ୍ରିଟିଶ ଆର୍ମିଙ୍କ ସାମ୍ନାରେ ଜାପାନ ସେନା ଆତ୍ମ ସମର୍ପଣ କରିଥିଲେ। ସେହି ସମୟରେ ବ୍ରିଟିଶ ସେନାରେ ଅଲାଇଡ ଫୋର୍ସେସର କମାଣ୍ଡର ଥିଲେଲର୍ଡ ମାଉଣ୍ଟବେଟେନ । ତେଣୁ ଏହି ଦିନକୁ ଖାସ୍ ବୋଲି କୁହାଯାଏ। ଏହି କାରଣ ଥିଲା ଯେ, ଇଂରେଜ ଶାସନରେ ଶେଷ ଭାଇସରାୟ ଲର୍ଡ ମାଉଣ୍ଟବେଟେନ ଏହି ଦିନରେ ଭାରତକୁ ସ୍ଵାଧୀନ ଦେବାକୁ ନିଷ୍ପତ୍ତି ନେଇଥିଲେ।