Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଚନ୍ଦିନୀମାଲ ସ୍କୁଲରେ ମେହେର ଜୟନ୍ତୀ ପାଳିତ; ମା,ମାଟି ଓ ମାତୃଭାଷାର ସେବା ପାଇଁ ଛାତ୍ରଛାତ୍ରୀ ନେଲେ ଶପଥ

ଜମନକିରା : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ ଅନ୍ତର୍ଗତ ଚନ୍ଦୀନିମାଳସ୍ଥିତ ହୀରାଧର ଯୁବକ ସଂଘ ଉଚ୍ଚ ବିଦ୍ୟାଳୟର ପ୍ରାକୃତିକ ପରିବେଶ ଏକ ବିରାଟ ଗଛ ମୂଳରେ ମେହେର ଜୟନ୍ତୀ ସଭା ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷକ କମଲ ଲୋଚନ ନାଏକଙ୍କ ସଭାପତିତ୍ବରେ ସ୍ଵଭାବକବି ଗଙ୍ଗାଧର ମେହେରଙ୍କ ୧୩୬ ତମ ଜୟନ୍ତୀ ଉତ୍ସବ ପାଳନ ଅବସରରେ ଅବସର ପ୍ରାପ୍ତ ଅଧ୍ୟକ୍ଷ ତଥା ସାହିତ୍ୟିକ ସୁବାଷ ଚନ୍ଦ୍ର ନାୟକ ମୁଖ୍ୟଅତିଥି ଭାବରେ ଯୋଗ ଦେଇ ମେହେର କବିଙ୍କ ଦେଶ ପ୍ରେମ ଓ ମାତୃଭାଷା ପ୍ରେମ ସହ ପ୍ରକୃତିକୁ କେମିତି ଭଲ ପାଉଥିଲେ ସେ ସମ୍ପର୍କରେ ଅଭିଭାଷଣ ପ୍ରଦାନ କରିଥିଲେ। ସମ୍ମାନିତ ଅତିଥି ଭାବେ ମୋ ଜଙ୍ଗଲ ଯୋଜନାର ସଂଯୋଜକ ପରିମଳ ପଣ୍ଡା ପ୍ରକୃତିର ସଂରକ୍ଷଣ ହିଁ କବିଙ୍କ ପ୍ରତି ଶ୍ରେଷ୍ଟ ଶ୍ରଦ୍ଧାଂଜଳି ହେବ ବୋଲି ମତ ପୋଷଣ କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ସାହିତ୍ୟ ଶିକ୍ଷକ ଦେବାନନ୍ଦ ଖର୍ସେଲ, ରାଜେଶ କୁମାର ନାୟକ ଓ ଶୁଗତ କୁମାର ପଟେଲ ମଞ୍ଚାସିନ ରହି ବକ୍ତବ୍ୟ ମାଧ୍ୟମରେ ଶ୍ରଦ୍ଧାଂଜଳି ଜ୍ଞାପନ କରିଥିଲେ। ସଭାରେ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ରହି ମା” ମାଟି ଓ ମାତୃଭାଷାର ସେବା ପାଇଁ ହାତ ଉଠାଇ ଶପଥ ଗ୍ରହଣ କରିଥିଲେ। ପ୍ରାରମ୍ଭରେ ସଂସ୍କୃତ ଶିକ୍ଷକ ବିଭୂତି ଭୂଷଣ ପଟେଲ ସ୍ୱାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ। ଛାତ୍ରୀ ସୁଭଦ୍ରା, ଜୁଲି, ସୁହାନି, ଆକାଂକ୍ଷା, ଲିପ୍ସା, ରୁକ୍ମଣୀ, ଗୋଦାବରୀ ପ୍ରମୁଖ ସ୍ୱାଗତ ସଙ୍ଗୀତ ସହ ମେହେର ସଙ୍ଗୀତ ଗାନ କରିଥିଲେ। ଶେଷରେ ସହକାରୀ ଶିକ୍ଷୟିତ୍ରୀ ଦୀପ୍ତିମୟୀ ନାଏକ ସ୍ବରଚିତ କବିତା ପାଠ ମାଧ୍ୟମରେ ଶ୍ରଦ୍ଧାଂଜଳି ଜଣାଇବା ସହ ଧନ୍ୟବାଦ ଅର୍ପଣ କରିଥିଲେ।