Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମାତ୍ର ଆଠଟି ବେଡ୍ ରେ ଚାଲିଛି ରୋଗୀ ସେବା ମାଧପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ…..

ଆଠମଲ୍ଲିକ୍ ଉପଖଣ୍ଡ ମାଧପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଦୈନିକ ଦୁଇଶହ ରୁ ତିନିଶହ ରୋଗୀ ଚିକିତ୍ସା ପାଇଁ ଆସିଥାନ୍ତି,କିନ୍ତୁ ଏଠାରେ ଷ୍ଟାଫ୍ କମ୍ ଥିବାରୁ ଇଞ୍ଜେକସନ ନେବା ପାଇଁ ରୋଗୀଙ୍କୁ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡୁଛି।ପଚାରିଲେ ଉତ୍ତର ଆସୁଛି ଆମେ କଣ କରିବୁ !ଜଣେ ମାତ୍ର ନର୍ସ ଇଞ୍ଜେକସନ ଦେଉଥିବାରୁ ରୋଗୀମାନେ ଓ ତାଙ୍କ ସମ୍ପର୍କୀୟ ମାନେ ଦୀର୍ଘ ସମୟ ଧରି ଅପେକ୍ଷା କରି ନାହିଁ ନ ଥିବାର ହୋଇରାଣ ହେଉଥିବାର ଦେଖିବାକୁ ମିଳୁଛି । ସେପଟେ ବେଡ୍ ସଂଖ୍ୟା କମ୍ ଥିବାରୁ ଡକ୍ଟର ବେଡ୍ ଆଡମିଟ ପାଇଁ ପଠାଉଥିବା ରୋଗୀମାନଙ୍କୁ ଚଟାଣ ଉପରେ ପଡ଼ିରହୁଥିବା ଦେଖିବାକୁ ମିଳିଛି।ଜଣେ ରୋଗୀ ବେଡ୍ ରୁ ଡିସ୍ ଚାର୍ଜ ହେବା ପର୍ଯ୍ୟନ୍ତ ଅନ୍ୟ ଜଣେ ରୋଗୀଙ୍କୁ ଅପେକ୍ଷା କରିବାକୁ ପଡୁଛି । ରୋଗୀ ସେବା ସଂପୂର୍ଣ୍ଣ ଭାବେ ବିପର୍ଯ୍ୟସ୍ତ ହୋଇପଡିଛି । ଗୁରୁତ୍ଵପୂର୍ଣ୍ଣ କଥା ହେଲା, ଦୈନିକରୋଗୀ ସଂଖ୍ୟା ଅନୁସାରେ ବସିବା ପାଇଁ ମଧ୍ୟ ସୁବିଧା ନାହିଁ,ଯାହା ଫଳରେ ଠିଆ ହୋଇ ରୋଗୀମାନେ ଅଣାୟତ ହେଉଛନ୍ତି। ଯଥା ଶୀଘ୍ର ସୁବିଧା ଯୋଗାଇଦେବାକୁ ରୋଗୀଙ୍କ ସଂପର୍କୀୟମାନେ ଗଣମାଧ୍ୟମ ଜରିଆରେ ସରକାରଙ୍କୁ ଦାବି ଜଣାଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ