Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ଛାତ୍ରାବାସ କର୍ମଚାରୀଙ୍କ ବାସଭବନରେ ପରିଣତଛାତ୍ର ବାହାରେ ରହୁଛନ୍ତି

ପାରଳାଖେମୁଣ୍ଡି:୬/୧୦(ଗରୁଡ଼ ଧ୍ଵଜ ଚୌଧୁରୀ)
ଉକ୍ତଳମଣି ପଣ୍ଡିତ ଗୋପବନ୍ଧୁଙ୍କ ଲେଖନୀରେ ସତ୍ୟବାଦି, ୨ୟ ଖଣ୍ଡ, ପ୍ରଥମ ଓ ଦ୍ବିତୀୟ ସଂଖ୍ୟାରେ ଉଲ୍ଲେଖ ଅଛି- ଯେଉଁ ବିଦ୍ୟାଳୟରେ ଦୂର ସ୍ଥାନର ବହୁ ଛାତ୍ର ପଢନ୍ତି,ତହିଁରେ ଛାତ୍ରାବାସ ଅତୀବ ପ୍ରୟୋଜନ । ଆଜିକାଲି ପ୍ରାୟ ସବୁ ସ୍କୁଲ କଲେଜ ରେ ଛାତ୍ରାବାସର ବ୍ୟବସ୍ଥା ହୋଇଗଲାଣି । ଛାତ୍ରାବାସରେ ରହିଲେ ଶିଷ୍ୟମାନେ ଶିକ୍ଷକଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନର ସୁବିଧା ପାଆନ୍ତି । କିନ୍ତୁ ପରିତାପର ବିଷୟ ଏହିକି ଯେ ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟର ଛାତ୍ରାବାସ ଏବେ କର୍ମଚାରୀଙ୍କ ବାସଭବନରେ ପରିଣତ ହୋଇଛି । ୧୮୫୭ ମସିହାରେ ପ୍ରତିଷ୍ଠିତ ଉକ୍ତ ବିଦ୍ୟାଳୟ ଓଡିଶାର ଏକ ପୁରାତନ ଓ ଐତିହ ସଂପର୍ଣ୍ଣ ବିଦ୍ୟାଳୟ । ଅଧିକରୁ ଅଧିକ ଛାତ୍ର ଛାତ୍ରାବାସରେ ରହି ଶିକ୍ଷାଗ୍ରହଣ କରିବାପାଇଁ ୧୯୭୧ ମସିହାରେ ବିଦ୍ୟାଳୟର ଅତି ନିକଟରେ ଏହି ଛାତ୍ରାବାସ ସ୍ଥାପିତ ହୋଇଥିଲା । ଭକ୍ତ ଛାତ୍ରାବାସରେ ଆଦିବାସୀ ଅଧ୍ୟୁଷିତ ଗଜପତି , ଗଞ୍ଜାମ ଓ ରାୟଗଡ଼ା ଜିଲ୍ଲାର ବହୁସଂଖ୍ୟକ ଛାତ୍ର ରହି ପାଠ ପଢୁଥିଲେ ।ଛାତ୍ରାବାସରେ ରହିବା ଦ୍ଵାରା ମାସିକ ଖର୍ଚ କମ ପଡ଼ୁଥିଲା । କୌଣସି ପରିସ୍ଥିତିରେ ଉକ୍ତ ଛାତ୍ରାବାସ ବନ୍ଦ କରିଦେବା କାରଣରୁ ଦୂରଦୂରାନ୍ତର ଛାତ୍ରମାନେ ସହରରେ ଘର ଭଡ଼ା ନେଇ ପଡୁଛନ୍ତି । ଫଳରେ ଅଯଥା ଖର୍ଚାନ୍ତ ହେଉଛନ୍ତି ।ଅନେକ ଛାତ୍ର ସମୂଳ ଅଭାବରୁ ପଢି ପାରୁନାହାନ୍ତି ଓ ଫେରି ଯାଉଛନ୍ତି । ଛାତ୍ରାବାସଟି ବନ୍ଦ ହେବା ପରେ ସେଠାରେ କିଛି ବର୍ଷ ମହିଳା କଲେଜ ଚାଲିଲା ମହିଳା କଲେଜର ନିଜସ୍ଵ କୋଠା ନିର୍ମାଣ ପରେ ଉକ୍ତ ସ୍ଥାନରେ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଚାଲୁରହିଲା । ଜିଲ୍ଲା ଶିକ୍ଷାଧିକାରୀ କାର୍ଯ୍ୟାଳୟ କୋଠା ବେତା ଗୁଡ଼ା ଠାରେ ସ୍ଥାପିତ ହେବା ପରେ ସଂପ୍ରତି ଭକ୍ତ ଛାତ୍ରାବାସ କର୍ମଚାରୀଙ୍କ ବାସଭବନ ରେ ପରିଣତ ହୋଇଛି ।ଛାତ୍ରାବାସଙ୍କୁ ଲାଗି ପ୍ରଧାନଶିକ୍ଷକଙ୍କ ବାସଭବନରେ ପ୍ରଧାନଶିକ୍ଷକ ରହୁନାହାନ୍ତି । ଉକ୍ତ ବାସଭବନକୁ ୨ଭାଗ କରି ଜଣେ କିରାଣି ଓ ଜଣେ ପିଅନ ରହୁଥିବା ବେଳେ ଛାତ୍ରାବାସର ଗୋଟିଏ କକ୍ଷ ବହି ଗୋଦାମ ଓ ଅନ୍ୟ କକ୍ଷଗୁଡ଼ିକରେ କର୍ମଚାରୀ ଅଛନ୍ତି ।ବିଦ୍ୟାଳୟ ଠାରୁ ଦୂରରେ ଥିବା ଆଦିବାସୀ ଛାତ୍ରାବାସର ସ୍ଥାନ ସଂଖ୍ୟା ୧୦୦ କିନ୍ତୁ ବର୍ତ୍ତମାନ ସେଠାରେ ୧୨୫ ଜଣ ଛାତ୍ର ରହୁଛନ୍ତି । ଫଳରେ ସ୍ଥାନାଭାବ ଓ ଶୌଚାଳୟ , ପାନୀୟ ଜଳର ସମସ୍ୟା ଦେଖା ଯାଇଛି ।ବର୍ତମାନ ଉଦ୍‌ବେଗର ଘଟଣା ଏହି ଯେ ପାରଳାଖେମୁଣ୍ଡି ମୁନସୀପାଳଟି ପକ୍ଷରୁ ଛାତ୍ରାବାସକୁ ଭଙ୍ଗା ଯାଇ ସେଠାରେ ଏକ ବହୁମୂଖୀ କମୁନିଟ୍ ହଲ ନିର୍ମାଣ କରିବା ପାଇଁ ଗତ ୭ ଜୁଲାଇ ମାସରେ ଟେଣ୍ଡର ବିଜ୍ଞପ୍ତି ପ୍ରକାଶ ପାଇଛି ଗତ ବର୍ଷ ମଧ୍ୟ ମୁନସିପାଲିଟି ପକ୍ଷରୁ ସେଠାରେ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ କରାଯିବା ପାଇଁ ସ୍ଥିର କରାଯାଇଥିଲା କିନ୍ତୁ କେତେକ ପୁରାତନ ଛାତ୍ର ଓ ସ୍ଥାନୀୟ ବୁଦ୍ଧିଜୀବ ଏହାର ପ୍ରତିବାଦ କରିବାରୁ ଉକ୍ତ ଉଦ୍ୟମ ସ୍ଥଗିତ ରଖାଯାଇଥିଲା ଛାତ୍ରାବାସକୁ ପୁନରପି କର୍ଯ୍ୟକ୍ଷମ କରାଗଲେ ବହୁ ଛାତ୍ର ଉପକୃତ ହୋଇ ପାରିବେ
ବିଦ୍ୟାଳୟକୁ ରୁପାନ୍ତରିତ କରି ଚାକଚକ୍ୟ କଲେ ଶିକ୍ଷା ଦାନ ହୁଏନି କିମ୍ଵା ସମାଜ ଉପକୃତ ହେବନାହିଁ ।ଗୁଣାତ୍ମକ ଶିକ୍ଷା ପାଇଁ ଛାତ୍ରଙ୍କୁ ଶିକ୍ଷା ସୁଗମ,ସୁପ୍ରାପ୍ୟ ହେବା ବାଞ୍ଝନିୟ । ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷାଧିକାରୀ ତୁରନ୍ତ ଦୃଷ୍ଟି ଦେଇ ବିହିତ ପଦକ୍ଷେପ ନେବାକୁ ବିଭିନ୍ନ ମହଲରୁ ଦୃଢ ଦାବି ହେଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ