Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାତ୍ୟା ମିଗଜୋନ ପ୍ରଭାବରେ ବର୍ଷା।ଅମଳ ସମୟରେ କ୍ଷେତରେ ବର୍ଷା ଜଳ,ଧାନ ଫସଲ ନଷ୍ଟ।ଚାଷୀ ମଣ୍ଡରେ ଚଡ଼କ।

ଗୋପାଳପୁର,୦୬/୧୨
ରଙ୍ଗେଇଲୁଣ୍ଡା ବ୍ଲକ ଅଧିନସ୍ଥ ପ୍ରାୟ ସମସ୍ତ ପଞ୍ଚାୟତ ରେ ଶତାଧିକ ଏକର ଚାଷଜମିରେ ବର୍ଷା ଜଳ ଭରି ରହିଥିବାରୁ ଚଳିତ ବର୍ଷ ପୁଣିଥରେ ଧାନ ଫସଲ ନଷ୍ଟ ହେବା ଆଶଙ୍କା ବଢ଼ି ଯାଇଛି। ପୂର୍ବରୁ ନିଅଣ୍ଟିଆ ବର୍ଷା ସହ କେନାଲରେ ପର୍ଯ୍ୟାପ୍ତ ପରିମାଣର ପାଣି ଚାଷ କ୍ଷେତକୁ ମିଳି ପାରିନଥିବାରୁ ଅନେକ ସ୍ଥାନରେ ଫସଲ ନଷ୍ଟ ହୋଇ ଥିବା ବେଳେ ଏବେ ଅଦିନିଆ ବର୍ଷା ଯୋଗୁଁ ଅଧିକାଂଶ ଅଞ୍ଚଳରେ ଶହଶହ ଏକର ଧାନ ଚାଷ ନଷ୍ଟ ହେବା ଚାଷୀ ମାନେ ଅଭିଯୋଗ କରିଛନ୍ତି। ବ୍ଲକ କୃଷି ବିଭାଗର ବିଭାଗୀୟ ଆକଳନ ଅନୁଯାୟୀ ଚଳିତବର୍ଷ ୮୯୭୦ ହେକ୍ଟର ଜମିରେ ଧାନଚାଷ କରା ଯାଇଥିଲା। ନିଅଣ୍ଟିଆ ବର୍ଷା ଯୋଗୁଁ ଉପରମୁଣ୍ଡ ଏବଂ କେନାଲ ଠାରୁ ଦୂରେଇ ରହିଥିବା ପ୍ରାୟ ୬୦ ରୁ ଉର୍ଦ୍ଧ୍ବ ଗାଁ ରେ ପ୍ରାୟ ୧୦୦ ହେକ୍ଟର ଜମିରେ ଧାନ‌ ଫସଲ ନଷ୍ଟ ହୋଇଥିବା ବେଳେ ସେଠାରେ ଗାଈ,ମଇଁଷି ଚରିବାକୁ ଛାଡି ଦିଆ ଯାଇଥିଲା। ଏବେ ମଙ୍ଗଳବାର ରାତିରୁ ଆରମ୍ଭ ହୋଇଥିବା ବର୍ଷା ଯୋଗୁଁ କ୍ଷେତରେ କଟା ଯାଇ ରଖା ଯାଇଥିବା ଧାନ ଗୁଡ଼ିକ ନଷ୍ଟ ହେବା ସହ ସାପୁଆ, ବାହାନା ଓ ଘଡକା ନାଳ କଡ଼ରେ ରହିଥିବା ୩୩ ଖଣ୍ଡ ଗାଁ ର ପ୍ରାୟ ୨ ହଜାର ହେକ୍ଟର ଚାଷଜମି ରେ ବର୍ଷା ଜଳ ପସିଥିବା ସହ ଜମି ବାରୁ ଫସଲ ନଷ୍ଟ ହେବା ଆଶଙ୍କା ବଢ଼ି ଯାଇଥିବା କୋଳଥିଗାଁ ର ଚାଷୀ ହରିହର ପାତ୍ର ପ୍ରକାଶ କରିଛନ୍ତି। ଅନ୍ୟ ପଟେ ବାହାନା ନାଳ ଓ ସାପୁଆ ନାଳ ର ଜଳ ମାର୍କଣ୍ଡି ଗାଁ ଠାରେ ଥିବା ବ୍ରିଜ ଦେଇ ସମୁଦ୍ର ରେ ମିଶୁଥିବା ବେଳେ ମାର୍କଣ୍ଡି ଠାରେ ପୁରୁଣା ବ୍ରିଜ କୁ ଆଜି ଯାଏଁ ଭଙ୍ଗା ଯାଇ ନଥିବାରୁ ସେଠାରେ ବର୍ଷା ଜଳ ଓ ଦଳ ଜମି ରହିଥିବାରୁ ଜଳ ନିଷ୍କାସନ ରେ ଅସୁବିଧା ପରିଲକ୍ଷିତ ହେବା ସହ ଚାଷ କ୍ଷେତରେ ପାଣି ଜମୁଛି,ଏହା ନେଇ କୋଳଥିଗାଁ ସରପଞ୍ଚ ଜଗମୋହନ ପାତ୍ର ଙ୍କ ସମେତ ଅଞ୍ଚଳର ଅନେକ ଚାଷୀ ଗତ ସେପ୍ଟେମ୍ବର ୨୫ ତାରିଖରେ ବ୍ରହ୍ମପୁର ଉପଜିଲ୍ଲାପାଳ ଙ୍କ କାର୍ଯାଳୟ ରେ ଅନୁଷ୍ଠିତ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ ରେ ଉପସ୍ଥିତ ରହି ତୁରନ୍ତ ପୁରୁଣା ବ୍ରିଜ କୁ ଭାଙ୍ଗି ବାକୁ ଦାବି ଜଣାଇଥିଲେ। ଜିଲ୍ଲାପାଳ ଙ୍କ ପକ୍ଷରୁ ସାତ ଦିନ ମଧ୍ୟରେ ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା। କିନ୍ତୁ ଆଜି ଯାଏଁ ଏହା କାର୍ଯ୍ୟକାରୀ ହୋଇ ପାରିନଥିବାରୁ ବର୍ଷା ଯୋଗୁଁ ପାଣି ଜମି ଧାନ ଫସଲ ନଷ୍ଟ ହେଲା ବୋଲି କୋଳଥିଗାଁ ସରପଞ୍ଚ ଜଗମୋହନ ପାତ୍ର ଅଭିଯୋଗ କରିଛନ୍ତି । ବର୍ଷା ଯୋଗୁଁ କମଳାପୁର, ଗଞ୍ଜୁ,ଆରୁଆପଲ୍ଲୀ,ହାତୀପାଦ, ମିଶ୍ର ପଲ୍ଲୀ,
ଖଜୁରିଆ,ଫୁଲଟା,ବୁରୁକୁଦି,ବୁରୁକୁଦି,ଷୋଳବିନ୍ଧା,କିର୍ତ୍ତିପୁର,ଲଉଡିଗାଁ,କେଲୁଆ‌ପଲ୍ଲୀ ତୁଳୁ, ମାର୍କଣ୍ଡି,ଇନ୍ଦ୍ରାକ୍ଷି,ପାନ୍ନାପଲ୍ଲି ଢେପ ନୂଆପଡ଼ା,ମାଣ୍ଡରାଜପୁର, ମନ୍ତ୍ରୀଡି ପାଟି ସୁନା ପୁର ଅଞ୍ଚଳର ଶତାଧିକ ହେକ୍ଟର ଚାଷ‌ଫସଲ ନଷ୍ଟ ହେବା ଆଶଙ୍କା ବଢ଼ି ଯାଇଛି। ଅନ୍ୟ ପଟେ ସରକାରଙ୍କ ନିର୍ଦ୍ଦେଶ ପ୍ରକାରେ ବ୍ଲକ କୃଷି ବିଭାଗର କର୍ମଚାରୀ ଙ୍କ ପକ୍ଷରୁ ଗାଁ ଗାଁ ବୁଲି ନଷ୍ଟ ହୋଇଥିବା ଫସଲର ଆକଳନ କରାଯିବା ଏକ ତଥ୍ୟ ପ୍ରସୃତ କରାଯାଉଥିବା ସୂଚନା ମିଳିଛି। ଅନ୍ୟ ପଟେ ସମୁଦ୍ର କୁ ସଂଯୋଗ ହେଉଥିବା ନାଳ ଗୁଡିକରୁ ପାଣି ନିଷ୍କାସନ ନିମନ୍ତେ ପ୍ରଶାସନ ପକ୍ଷରୁ ତ୍ବରିତ ପଦକ୍ଷେପ ନିଆ ଗଲେ,ଧାନ‌ ଫସଲ ନଷ୍ଟ ହେବାରୁ ରକ୍ଷା ପାଇ ଯାଆନ୍ତା ବୋଲି ଅନେକ ଚାଷୀ ଦାବି ଜଣାଇଛନ୍ତି।