Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୁଖ୍ୟମନ୍ତ୍ରୀ ହେବା ମାତ୍ରେ ଆକ୍ସନ ମୋଡରେ ମୋହନ ଯାଦବ, ମଧ୍ୟପ୍ରଦେଶରେ ଲାଉଡସ୍ପିକର ଉପରେ ଲାଗିଲା ରୋକ୍

ଭୋପାଳ: ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ମାତ୍ରେ ଆକ୍ସନ ମୋଡ଼ରେ ମୋହନ ଯାଦବ। ମୁଖ୍ୟମନ୍ତ୍ରୀ ଦାୟିତ୍ଵ ଗ୍ରହଣ କରିବା ପରେ ମୋହନ ଯାଦବ ରାଜ୍ୟର ଧାର୍ମିକସ୍ଥଳଗୁଡ଼ିକରେ ଲାଉଡସ୍ପିକର ଉପରେ ରୋକ୍ ଲଗାଇବାକୁ ଆଦେଶ ଜାରି କରିଛନ୍ତି। ବୁଧବାର ଏ ନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି।

ବିଜ୍ଞପ୍ତି ଅନୁଯାୟୀ, ରାଜ୍ୟର ଧାର୍ମିକ ଏବଂ ସାର୍ବଜନୀନ ସ୍ଥାନରେ ଲାଉଡସ୍ପିକର ଉପରେ ରୋକ୍ ଲଗାଇଛନ୍ତି। ନିୟମର ଉଲ୍ଲଂଘନ ହେଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ। ଧର୍ମଗୁରୁମାନଙ୍କ ସହ ଆଲୋଚନା ପରେ ନୂତନ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଜାରି ଆଦେଶରେ କୁହାଯାଇଛି ଯେ, ଏବେ ଧାର୍ମିକସ୍ଥଳ ଓ ଅନ୍ୟ ସାର୍ବଜନୀନ ସ୍ଥାନରେ ଧ୍ଵନି ପ୍ରଦୂଷଣ ନିୟମ ୨୦୦୦ର ପ୍ରାବଧାନ, ସର୍ବୋଚ୍ଚ ନ୍ୟାୟାଳୟ, ଉଚ୍ଚ ନ୍ୟାୟାଳୟ ପକ୍ଷରୁ ସମୟ ସମୟରେ ଜାରି ନିର୍ଦ୍ଦେଶ ଆଧାରରେ ସରକାର ଏହି ନିଷ୍ପତ୍ତି ନେଇଛନ୍ତି।

ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କ ପ୍ରଥମ ଆଦେଶ

ପ୍ରଥମ କ୍ୟାବିନେଟ୍ ବୈଠକରେ ଖୋଲା ସ୍ଥାନରେ ମାଂସ ଓ ଅଣ୍ଡାର ବିକ୍ରି ଉପରେ କଟକଣାର ନିର୍ଣ୍ଣୟ ନିଆଯାଇଛି।

ମନ୍ଦିର-ମସଜିଦରେ ଉଚ୍ଚଧ୍ଵନୀରେ ବାଜୁଥିବା ଲାଉଡ ସ୍ପିକର ଉପରେ ମଧ୍ୟ ରୋକ୍ ଲଗାଯାଇଛି। ଆଦେଶର ଉଲ୍ଲଂଘନ କଲେ ଜରିମାନାର ଦଣ୍ଡବିଧାନ କରାଯାଇଛି।

ମଧ୍ୟପ୍ରଦେଶ ସରକାର ରାମ ମନ୍ଦିର ଯାଉଥିବା ଲୋକଙ୍କ ସ୍ଵାଗତ କରିବେ।

ପେଶାଦାର ଅପରାଧୀଙ୍କ ଜାମିନ ବାତିଲ କରାଯିବ।

ସୂଚନାଯୋଗ୍ୟ, ରାଜ୍ୟରେ ଆଜିଠୁ ଆରମ୍ଭ ହୋଇଛି ମୋହନରାଜର ଯୁଗ । ବୁଧବାର ରାଜ୍ୟର ନୂତନ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ପଦ ଓ ଗୋପନୀୟତାର ଶପଥ ପାଠ କରିଛନ୍ତି । ଲାଲ ପରେଡ ଗ୍ରାଉଣ୍ଡରେ ଆୟୋଜିତ ଶପଥ ସମାରୋହରେ ରାଜ୍ୟପାଳ ମଙ୍ଗୁଭାଇ ପଟେଲ ମୋହନ ଯାଦବଙ୍କ ବ୍ୟତୀତ ଉପମୁଖ୍ୟମନ୍ତ୍ରୀ ରାଜେନ୍ଦ୍ର ଶୁକ୍ଳା ଓ ଜଗଦୀଶ ଦେବଡାଙ୍କୁ ଶପଥ ପାଠ କରାଇଛନ୍ତି । ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ୍ ଶାହ ଓ ବିଜେପି ଶାସିତ ରାଜ୍ୟଗୁଡିକର ମୁଖ୍ୟମନ୍ତ୍ରୀ ଉପସ୍ଥିତ ଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ