Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗାଡି ଧକ୍କାରେ ଯୁବକ ମୃତ।

ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ମଙ୍ଗଳପୁର ସ୍ଥିତ କଳିଙ୍ଗ ଇଂଲିଶ ମିଡିୟମ ସ୍କୁଲର ଆକାଉଣ୍ଟଟାଣ୍ଟ ପ୍ରଦୀପ ଦାସଙ୍କ ମଟର ସାଇକେଲ ଧକ୍କାରେ ଗତ କାଲି ସନ୍ଧ୍ୟାରେ ମୃତ୍ୟୁ ଘଟିଛି। ସୂଚନାଯୋଗ୍ୟ ଯେ ଗତ ତା ୨୦/୧୨ ରିଖରେ କଣ୍ଟପଡା ଠାରେ ତାଙ୍କର ମଟରସାଇକେଲ ଦୁର୍ଘଟଣା ଘଟିଥିଲା। ମୁଣ୍ଡରେ ଆଘାତ ହୋଇଥିବାରୁ ତାଙ୍କୁ ତୁରନ୍ତ ଯାଜପୁର ମୁଖ୍ୟ ଡାକ୍ତରଖାନା ନେଇ ପ୍ରାଥମିକ ଚିକିତ୍ସା କରାଯାଇଥିଲା। ତାଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ପରିବାର ସଦସ୍ୟମାନେ କଟକ ଟ୍ୟୁଇନ ସିଟି ଘରୋଇ ଡାକ୍ତରଖାନା ନେଇ ଚିକିତ୍ସା କରାଇଥିଲେ। ହେଲେ ତାଙ୍କ ଅବସ୍ଥାରେ କିଛି ଉନ୍ନତି ନ ହେବାରୁ ଗତକାଲି ରାତିରେ ତାଙ୍କୁ କଳିଙ୍ଗ ହସ୍ପିଟାଲ ନେବା ରାସ୍ତାରେ ତାଙ୍କର ମୃତ୍ୟୁ ଘଟିଥିଲା।ପ୍ରକାଶଯୋଗ୍ୟ ପ୍ରଦୀପ ଦାସ ଅର୍ଦ୍ଦାଉଳିଆ ଗ୍ରାମ ଯୁଧିଷ୍ଠିର ଦାସ ଓ ବାସନ୍ତି ଦାସଙ୍କ ଏକ ମାତ୍ର ପୁତ୍ର। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୩୬ ବର୍ଷ ହୋଇଥିଲା। ସବୁଠୁ ଦୁଃଖର କଥା ଜନ୍ମ ଦିନ ପର ଦିନରେ ହିଁ ତାଙ୍କର ମୃତ୍ୟୁ ଘଟିଛି। ସେ ୭ ବର୍ଷ ତଳେ ବିବାହ କରିଥିଲା ବେଳେ ତାଙ୍କର ୫ ବର୍ଷର ଗୋଟେ ଝିଅ ୩ ବର୍ଷର ପୁଅଟିଏ ଅଛି। ତାଙ୍କର ଏଭଳି ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି|