Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ରାଜ୍ୟରେ ଖୁବ୍‌ ଶୀଘ୍ର ଗଡିବ ବନ୍ଦେ ଭାରତ ଏକ୍ସପ୍ରେସ୍

ଭୁବନେଶ୍ବର: ଓଡ଼ିଶାରେ ଖୁବ୍‌ ଶୀଘ୍ର ଚାଲିପାରେ ବନ୍ଦେ ଭାରତ ଏକ୍ସପ୍ରେସ୍ । ସୂଚନା ଅନୁସାରେ ପୁରୀ-ହାୱଡ଼ା ମଧ୍ୟରେ ଏହି ଅତ୍ୟାଧୁନିକ ସେମି ହାଇସ୍ପିଡ ଟ୍ରେନ୍ ଖୁବ ଶୀଘ୍ର ଚଳାଚଳ କରିବ । ପୁରୀ-ହାୱଡ଼ା ବନ୍ଦେ ଭାରତ ଏକ୍ସପ୍ରେସ୍‌‌ର ସପ୍ତାହକୁ ତିନି ଥର ଗଡିବା ନେଇ ସମ୍ଭାବନା ରହିଛି।

ଟ୍ରେନ୍‌ରେ ଯାତ୍ରା ସମୟ ପ୍ରାୟ ୫ ଘଣ୍ଟା ୩୦ ମିନିଟ୍‌‌ ରହିବ। ଏହି ଟ୍ରେନ୍‌‌ ଭୁବନେଶ୍ୱର, କଟକ ଓ ଖଡ଼ଗପୁର ଷ୍ଟେସନରେ ରହିବ। ସୂଚନା ଅନୁସାରେ ଏହି ଟ୍ରେନ୍‌‌ ପୁରୀରୁ ଅପରାହ୍ନ ୨ଟାରେ ଯାତ୍ରା ଆରମ୍ଭ କରି ସଂଧ୍ୟା ୬.୧୭ରେ ହାୱଡ଼ାରେ ପହଞ୍ଚିବ। ପ୍ରତି ଷ୍ଟେସନ୍‌‌ରେ ଟ୍ରେନଟି ୫ ମିନିଟ ରହିବ। ତେବେ ଏହି ସମୟ ସାରଣୀରେ କିଛି ପରିବର୍ତ୍ତନ ହୋଇପାରେ। ଚୂଡ଼ାନ୍ତ ତାଲିକା ବାହାର କରିବା ଉପରେ ରେଳ ବିଭାଗ କାମ କରୁଛି ।

ସୂଚନାଯୋଗ୍ୟ, ୨୦୨୧ ଅଗଷ୍ଟରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଭୁବନେଶ୍ୱର ଗସ୍ତରେ ଆସିଥିବା ସମୟରେ ପୁରୀ-ହାୱଡ଼ା ବନ୍ଦେ ଭାରତ ଏକ୍ସପ୍ରେସ୍‌‌ ଚଳାଚଳ କରିବା ନେଇ ଘୋଷଣା କରିଥିଲେ।