Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭାଇକୁ ବଞ୍ଚାଇବାକୁ ଯାଇ ନାବାଳକ ଗୁରୁତର

ହାଟଡିହି, : ପାଣିରେ ବୁଡ଼ି ଯାଉଥିବା ପିଉସୀ ପୁଅ ଭାଇକୁ ବଞ୍ଚାଇବାକୁ ଯାଇ ଜଣେ ନାବାଳକ ପୋଖରୀରେ ବୁଡ଼ି ଗୁରୁତର ହୋଇଛନ୍ତି। ଏପରି ଏକ ଦୁଃଖଦ ଘଟଣା ଘଟିଛି ହାଟଡିହି ବ୍ଲକ୍ ଅକରୁଆ ଗ୍ରାମରେ। ଅକରୁଆ ଗ୍ରାମରେ ଗତକାଲି ଅଷ୍ଟପ୍ରହର ନାମଯଜ୍ଞର ନଗର କୀର୍ତ୍ତନ ଚାଲିଥିଲା। ଗାଁ ପିଲାମାନେ ରଙ୍ଗ ଖେଳରେ ବ୍ୟସ୍ତ ଥିଲେ । ଗ୍ରାମର ସୁଶାନ୍ତ ଖଟୁଆଙ୍କ ଘରକୁ ଆଗରପଡ଼ା ଅଞ୍ଚଳର ଜଣେ ସମ୍ପର୍କୀୟଙ୍କ ପୁଅ ଅଷ୍ଟପ୍ରହର ଦେଖିବାକୁ ଆସିଥିଲେ। ନଗର କୀର୍ତ୍ତନ ବେଳେ ତାଙ୍କ ଉପରେ ରଙ୍ଗ ପଡ଼ିଯିବାରୁ ସେ ନିକଟରେ ଥିବା ପୋଖରୀକୁଧୋଇ ହେବାକୁ ଯାଇଥିଲେ | ଗୋଡ଼ ଖସିଯିବାରୁ ପାଣିରେ ବୁଡ଼ି ଯାଇଥିଲେ। ଏହା ଦେଖି ସୁଶାନ୍ତ ଖଟୁଆଙ୍କ ୧୦ବର୍ଷର ପୁଅ ଆଶିଷ ପୋଖରୀକୁ ଡେଇଁ ତାକୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ । ସେ ମଧ୍ୟ ପାଣିରେ ବୁଡ଼ି ଯାଇଥିଲେ। ଏହା ଦେଖି ସେଠାରେ ଉପସ୍ଥିତ ଥିବା କିଛି ଯୁବକ ପୋଖରୀରେ ପଶି ଉଭୟଙ୍କୁ କରିଥିଲେ। ଆଗରପଡ଼ା ଅଞ୍ଚଳରୁ ଆସିଥିବା ନାବାଳକ ଜଣକ ସୁସ୍ଥ ଥିବାବେଳେ ଆଶିଷଙ୍କ ଅବସ୍ଥା ଗୁରୁତର ରହିଛି। ତାଙ୍କୁ ପ୍ର ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନା ଉଦ୍ଧାର ପ୍ରଥମେ ପରେ ଭୁବନେଶ୍ବରର এ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।