Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନିର୍ବାଚନ ପରିଚାଳନା ସମୟରେ ବିଏଲଓ ଆଖି ମୁଜିଲେ

ଯାଜପୁର:ନିର୍ବାଚନ ଦାୟିତ୍ବ ନିର୍ବାହ ବେଳେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତୁରନ୍ତ ମେଡିକାଲକୁ ପଠାଯାଇଥିଲା।କିନ୍ତୁ ସେଠାରେ ତାଙ୍କ ମୃତ୍ୟୁ ହୋଇଥିବା ନେଇ ଡାକ୍ତର ଘୋଷଣା କରିଛନ୍ତି। ଏହାର ଶିକାର ହୋଇଛନ୍ତୁି ଯାଜପୁର ଜିଲ୍ଲାର ଅନ୍ୟତମ ବିଏଲଓ ମନୋରଞ୍ଜନ ସାହୁ।ଯାଜପୁର ଜିଲ୍ଲାରେ ନିର୍ବାଚନ ଦାୟିତ୍ବ ନିର୍ବାହ ବେଳେ ବିଏଲ୍ ଓଙ୍କ ମୃତ୍ୟୁ ହୋଇଥିବା ନେଇ ଯାଜପୁର କାହିଁକି ସମଗ୍ର ରାଜ୍ୟରେ ଏହା ଚହଳ ପଡିଛି।
ବିଏଲଓ ମନୋରଞ୍ଜନ ସାହୁଙ୍କ ଆକସ୍ମିକ ମୃତ୍ୟୁ ନେଇ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯାଇଛି।ବିଂଝାରପୁର ଫତେପୁରର ୧୫୭ ବୁଥରେ ଦାୟିତ୍ବ ନିର୍ବାହ କରୁଥିବା ସମୟରେ ସେ ଛାତିରେ ଯନ୍ତ୍ରଣା ଅନୁଭବ କଲା ପରେ ତୁରନ୍ତ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସ୍ବାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ମନୋରଞ୍ଜନଙ୍କୁ ମୃତ ଘୋଷଣା କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ