ସମ୍ବଲପୁର:୧୮୫୭ ରୁ ୧୮୬୨ ମଧ୍ୟରେ ଇଂରେଜ ମାନଙ୍କ ବିରୋଧରେ ଏ ଅଞ୍ଚଳ ରେ ବ୍ୟାପକ ଲଢେଇ ହୋଇଥିଲା। ଶିଙ୍ଗୋଡା ଘାଟି ଠାରୁ ଆରମ୍ଭ କରି ବାରପାହାଡ ଜଙ୍ଗଲ ଭିତରେ ଘେଁସ ଜମିଦାର ମାଧୋ ସିଂ ଅନେକ ଇଂରେଜ ମାନଙ୍କୁ ମାରିବା ସହିତ ଖୋଲାଖୋଲି ଯୁଦ୍ଧ କରିଥିଲେ ।
ଇଂରେଜ ମାନେ ମାଧୋ ସିଂଙ୍କ ଦୁଇ ପୁଅ ହଟେ ସିଂ, ଓ ବୈରୀ ସିଂଙ୍କୁ ଗିରଫ କରିଥିଲେ । ବୈରୀ ସିଂଙ୍କୁ ସମ୍ବଲପୁର ଜେଲରେ ରଖାଯାଇଥିଲା ଯିଏକି ସେଠାରେ ପ୍ରାଣ ତ୍ୟାଗ କରିଥିଲେ।ହଟେ ସିଂଙ୍କୁ ସୁଦୂର ଆଣ୍ଡାମାନରେ ତାଙ୍କୁ କଳାପାଣି ଦଣ୍ଡ ଦିଆଯାଇଥିଲା ଏବଂ ସେଠାରେ ସେ ପ୍ରାଣତ୍ୟାଗ କରିଥିଲେ । ସେହିପରି କୁଞ୍ଜଳ ସିଂଙ୍କୁ ମଧ୍ୟ ଇଂରେଜମାନେ ସମ୍ବଲପୁର ଠାରେ ଫାଶୀ ଦଣ୍ଡ ଦେଇଥିଲେ। ପୁଅ ଐରି ସିଂ ଇଂରେଜ ମାନଙ୍କ ସହିତ ଲଢେଇରେ ପ୍ରାଣ ହରାଇଥିଲେ।
୧୮୫୮ ମସିହା ଡିସେମ୍ବର ୩୧ ତାରିଖରେ ସମ୍ବଲପୁର ର ଫାଶୀକୁଦ (ଫାସକୁଦା)ଠାରେ ୭୨ ବର୍ଷ ବୟସରେ ଫାଶୀଦଣ୍ଡ ଦିଆଯାଇଥିଲା ।
ଏହି ଐତିହାସିକ ବୀରତ୍ୱ କାହାଣୀକୁ ମନେ ପକାଇ ଆଜି ସହିଦ ମାଧୋ ସିଂ ସ୍ମୃତି କମିଟି ପକ୍ଷରୁ ଫାସକୁଦା ନିକଟସ୍ଥ ଗୋବିନ୍ଦତୋଳା ଠାରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା। ସଭାରେ କମିଟି ସଭାପତି ଜୟବ୍ରତ ଦେ ଅଧ୍ୟକ୍ଷତା କରିଥିବା ବେଳେ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ମୁଖ୍ୟତିଥି ଭାବେ ଯୋଗଦେଇ ଏହି ସ୍ବର୍ଶକାତର ବୀର ସଂଗ୍ରାମର ଦେଶ ପ୍ରେମ ର କରୁଣ ଐତିହାସିକ କାହାଣୀ ବର୍ଣନା କରି ଫାସକୁଦାକୁ ଏକ ରାଷ୍ଟ୍ରୀୟ ସ୍ମାରକୀ ଘୋଷଣା ଓ ପର୍ଯ୍ୟଟନ ସ୍ଥଳୀ ଭାବେ ପରିଗଣିତ କରିବାକୁ ଆହ୍ୱାନ ଦେଇଥିଲେ।ଏଥିରେ ମୁଖ୍ୟବକ୍ତା କାର୍ତ୍ତିକ ପ୍ରସାଦ ବହିଦାର, କମିଟି ଅଧ୍ୟକ୍ଷ ତଥା ରେଙ୍ଗାଲିର ପୂର୍ବତନ ବିଧାୟକ ନାଉରୀ ନାଏକ, ବିଜେପିର ବରିଷ୍ଠ ନେତା, ଗୋବିନ୍ଦ ଅଗ୍ରୱାଲ, ଦାମୋଦର କର ପ୍ରମୁଖ ସହିଦ ମାଧୋ ସିଂ ସଂଗ୍ରାମ ଗାଥା ବର୍ଣ୍ଣନା କରି ଫାସକୁଦାକୁ ଏକ ରାଷ୍ଟ୍ରୀୟ ସ୍ମାରକୀ ଘୋଷଣା ଓ ପର୍ଯ୍ୟଟନ ସ୍ଥଳୀ ଭାବେ ବିକାଶ କରି ଆଗାମୀ ଯୁବ ପୀଢ଼ିଙ୍କୁ ଦେଶ ପ୍ରେମରେ ସାମିଲ କରିବାକୁ କହିଥିଲେ।
ଗୋଟିଏ ପରିବାରର ପିତା ଓ ପୁତ୍ର ସହିତ ପାଞ୍ଚ ଜଣ ସହିଦ ହୋଇଥିଲେ ଓ ଜ୍ବାଇଁ ଛତିଶଗଡ ର ସୋନାଖାନ ଜମିଦାର
“ବୀର ନାରାୟଣ ସିଂ କୁ ରାୟପୁର ର ଜୟସ୍ତମ୍ଭ ଛକରେ ଫାଶୀ ଦିଆ ଯାଇଥିଲା। ସେଠାରେ ୬ ଦିନ ଝୁଲାଇ ରଖିବା ପରେ ତୋପରେ ଉଡ଼ାଇ ଦେଇଥିଲେ।ବୀର ନାରାୟଣ ସିଂ ଙ୍କ ସ୍ତ୍ରୀ ତଥା ମାଧୋ ସିଂଙ୍କ ଝିଅ ପୂର୍ଣ୍ଣିମା ଙ୍କ ଆତ୍ମହତ୍ୟା ଘଟଣା ମଧ୍ୟ କିଭଳି ଲୋମ ହର୍ଷଣ କାହାଣୀ ହୋଇଥିଲା ତାହା ଏହି ଅତିଥିମାନେ ବର୍ଣ୍ଣନା କରିଥିଲେ।
ମାଧୋ ସିଂଙ୍କ ପରିବାର ର ବଳିଦାନ ସମଗ୍ର ଇତିହାସରେ ବିରଳ ଘଟଣା ଭାବେ ସେମାନେ ଅବିହିତ କରିଥିଲେ।
ମହାନ ଯୋଦ୍ଧା ମାଧୋ ସିଂଙ୍କୁ ଫାଶୀ ଦିଆଯାଇଥିବା ସ୍ଥାନ ଆମ ପାଇଁ ତୀର୍ଥ କ୍ଷେତ୍ର । ତେଣୁ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସର୍ବ ସାଧାରଣ ଆଜି ମହାନ ଶହିଦ ଘେଁସ ଜମିଦାର ମାଧୋ ସିଂ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇ ବୀର ଯୋଦ୍ଧାଙ୍କ ପ୍ରତି ସାଲୁଟ ଜଣାଇଥିଲେ।
ଏହି କାର୍ଯ୍ୟକ୍ରମକୁ ସମୀର ବାବୁ, ସୁଧୀର ବହିଦାର, ପ୍ରଦୀପ ସୁପକାର, ଶ୍ୟାମଳ ବିଶ୍ୱାସ, କିଶୋର ମହାକୁଡ଼, ସୁଶାନ୍ତ ପୁରୋହିତ, ବିପିନ ଭାଟିଆ, ଯୁବରାଜ ପାଣିଗ୍ରାହୀ, ଚନ୍ଦ୍ର ଶେଖର ପଣ୍ଡା,ଡା. ରାଜାରାମ ଷଡ଼ଙ୍ଗୀ ପ୍ରମୁଖ ଏହାକୁ ପରିଚଳନା କରି ଥିବା ବେଳେ ଶେଷରେ ଆଡଭୋକେଟ ଫଣୀଭୂଷଣ ମିଶ୍ର ଧନ୍ୟବାଦ ଦେଇଥିଲେ।