Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ସମ୍ବଲପୁରରେ ଜିଲ୍ଲାସ୍ତରୀୟ ଓଡ଼ିଶା ଦିବସ-୨୦୨୫ ପାଳିତ

ସମ୍ବଲପୁର:ପ୍ରତିବର୍ଷ ଭଳି ସମ୍ବଲପୁର ଜିଲ୍ଲା ପ୍ରଶାସନ ତଥା ସୂଚନା ଓ ଲୋକ ସମ୍ପର୍କ ବିଭାଗ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ଓଡ଼ିଶା ଦିବସ ମହାଆଡମ୍ବର ସହକାରେ ପାଳିତ ହୋଇଛି । ଏହି ପରିପ୍ରେକ୍ଷୀ ରେ ପ୍ରତ୍ୟୁଷ ୫.୩୦ ଘଟିକା ସମୟରେ ସହର ର ମୁଖ୍ୟ ରାସ୍ତା ରେ ଡାକବାଜି ଯନ୍ତ୍ର ମାଧ୍ୟମରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ପ୍ରଭାତଫେରି କରାଯାଇଥିଲା। ଏହା ପରେ ଓଡ଼ିଶା ଦିବସ ପାଳନ ଅବସରରେ ତପସ୍ଵିନୀ କକ୍ଷ ଠାରେ ଜିଲ୍ଲାର ସମସ୍ତ ବରିଷ୍ଠ ଅଧିକାରୀ, ଶିକ୍ଷାବିତ୍, ବୁଦ୍ଧିଜୀବୀ, ଗଣମାଧ୍ୟମର ପ୍ରତିନିଧି, ଛାତ୍ରଛାତ୍ରୀ ଙ୍କୁ ସାମିଲ କରି ଓଡ଼ିଶା ଦିବସ ପାଳନର ତାତ୍ପର୍ଯ୍ୟ ଏବଂ ବରପୁତ୍ରମାନଙ୍କର ଅବଦାନ ସ୍ମରଣ କରିବା ଉଦେଶ୍ୟରେ ଏକ ସାଧାରଣ ସଭା ଆୟୋଜନ କରାଯାଇଥିଲା । ଉକ୍ତ ସାଧାରଣ ସଭାରେ ଜିଲ୍ଲାପାଳ ସମ୍ବଲପୁର ଶ୍ରୀ ସିଦ୍ଧେଶ୍ଵର ବଳିରାମ ବୋନ୍ଦର(ଆଇ.ଏ.ଏସ), ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବରେଣ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ ଅଶୋକ କୁମାର ଭୋଇ,(ଓ.ପ୍ର.ସେ), ସମ୍ବଲପୁର ମହାନଗର ନିଗମ ଆୟୁକ୍ତ, ଶ୍ରୀ ବେଦଭୂଷଣ, (ଭା.ପ୍ର.ସେ), ମୁଖ୍ୟ ଜିଲ୍ଲା ଉନ୍ନୟନ ଅଧିକାରୀ ଶ୍ରୀ ପ୍ରସନ୍ନ କୁମାର ପାତ୍ର,(ଓ.ପ୍ର.ସେ), ଉପନିର୍ଦ୍ଦେଶକ, ଉତ୍ତରାଞ୍ଚଳ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଶ୍ରୀମତୀ କଲ୍ଯାଣୀ ଦାଶ,(ଓ.ସୂ.ସେ), ଉପଜିଲ୍ଲାପାଳ, ସମ୍ବଲପୁର ଡ. ପୁଷ୍ପାଞ୍ଜଳି ପଣ୍ଡା,(ଓ.ପ୍ର.ସେ), ପ୍ରମୁଖ ମଞ୍ଚାସୀନ ଥିଲେ। ସଭା ପ୍ରାରମ୍ଭରେ ଅତିଥିଙ୍କ ଦ୍ୱାରା ଓଡିଶାକୁ ଏକ ସ୍ୱତନ୍ତ୍ର ପ୍ରଦେଶ ଭାବେ ଗଠନ କରିବା ପାଇଁ ସଂଗ୍ରାମ କରିଥିବା ମହାପୁରୁଷଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରିବା ସହିତ ସେମାନଙ୍କ ଅବଦାନକୁ ସ୍ମରଣ କରି କୃତଜ୍ଞତାର ଶ୍ରଦ୍ଧାଞ୍ଜଳି ଦେବାପରେ ମଞ୍ଚାସୀନ ଅତିଥିମାନେ ଦୀର୍ଘ ୮୯ ବର୍ଷ ତଳେ ସ୍ୱାଧୀନ ପୂର୍ବ ଭାରତ ବର୍ଷରେ ଭାଷା ଭିତ୍ତିକ ଏକ ରାଜ୍ୟ ଗଠନ ତଥା ଗୋଟିଏ ପଟେ ଦେଶର ସ୍ୱାଧୀନତା ଲାଗି ଲଢ଼େଇ ଓ ତାରି ଭିତରେ ନିଜର ସ୍ୱତନ୍ତ୍ର ପରିଚୟ ରକ୍ଷା ସହ ନିଜ ଭାଷାର ସୁରକ୍ଷା ପାଇଁ ହୋଇଥିବା ବଡ଼ ସଂଗ୍ରାମରେ ଆମ ମହାନ ବରପୁତ୍ର ମାନେ କିଭଳି ସଂଘର୍ଷ କରି ଆମକୁ ଏହି ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ବା ଓଡିଶା ରାଜ୍ୟ ଉପହାର ଦେଇଥିଲେ ସେବିଷୟରେ ଆଲୋଚନା କରିଥିଲେ I ମୁଖ୍ୟ ଅତିଥି ଜିଲ୍ଲାପାଳ ସମ୍ବଲପୁର ଶ୍ରୀ ସିଦ୍ଧେଶ୍ଵର ବଳିରାମ ବୋନ୍ଦର(ଆଇ.ଏ.ଏସ), ନିଜ ଅଭିଭାଷଣ ରେ କହିଥିଲେ “ଉଚ୍ଚ ହେବାପାଇଁ କର ଯେବେ ଆଶା, ଉଚ୍ଚ କର ଆଗେ ନିଜ ମାତୃଭାଷା”ସେଥିପାଇଁ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଠୀ କରିବାକୁ ହେଲେ, ପ୍ରଥମେ ଆମକୁ ନିଜର ମାତୃଭାଷା କୁ ସୁରକ୍ଷା ଦେବାକୁ ପଡିବ, ସମାଜ ବିକାଶ ର ମାତୃଭାଷା ହେଉଛି ମୂଳପିଣ୍ଡ।ଏହି ଦିବସ ହେଉଛି ଆମ ପାଇଁ ସଂକଳ୍ପ ର ଦିବସ ତେଣୁ ଆଜିର ଦିନରେ ଉପସ୍ଥିତ ଦର୍ଶକ ଙ୍କୁ ସଂକଳ୍ପ ନେବାକୁ ଆହ୍ଵାନ ଦେଇ ଜିଲ୍ଲାପାଳ କହିଥିଲେ ଯେତେବେଳେ ଓଡିଶା ଗଠନ କୁ ଶହେ ବର୍ଷ ପୂର୍ତ୍ତି ହେବା ପର୍ଯ୍ଯନ୍ତ ଜାତି, ଧର୍ମ, ବର୍ଣ, ଭାଷା ଗତ ର ବିଭିନ୍ନତା କୁ ଭୁଲି ଆମ ସମ୍ବଲପୁର ର ସମନ୍ଵିତ୍ଵ ବିକାଶ ପାଇଁ ଚେଷ୍ଟା କରିବା। ଓଡିଶ ଦିବସ ପାଳନ ଅବସରରେ ଓଡିଶା ସରକାର ଙ୍କ ତରଫରୁ ଅପ୍ରେଲ ୧ ତାରିଖ ଓଡ଼ିଶା ଦିବସ ଠାରୁ ୧୪ ଅପ୍ରେଲ ଓଡ଼ିଆ ନବବର୍ଷ ତଥା ମହାବିଷୁବ ସଂକ୍ରାନ୍ତି ପର୍ଯ୍ୟନ୍ତ ଓଡ଼ିଆ ପକ୍ଷ ପାଳନ ନିମନ୍ତେ ଜିଲ୍ଲାପାଳ ସୂଚନା ଦେଇଥିଲେ। ୧ ଅପ୍ରେଲ-ଓଡିଶା ଦିବସ, ୨ ଅପ୍ରେଲ-ଶିକ୍ଷା ବିଭାଗ ଦ୍ଵାରା ଖଡିଛୁଆଁ ଦିବସ, ୩ ଅପ୍ରେଲ-ପାରମ୍ପରିକ ପୋଷାକ ପରିଧାନ ଦିବସ ଆମ ପୋଷାକ ଆମ ନାମ ପାଳନ ହେବ, ୪ ଅପ୍ରେଲ- ଓଡିଆ ନାମ ଫଳକ ଅଭିଯାନ ସଚେତନତା ପଦଯାତ୍ର, ୫ ଅପ୍ରେଲ- ଭୁବନେଶ୍ବରରେ ଐତିହ୍ୟ ଗଣଦୌଡ଼, ୬ ଅପ୍ରେଲ ରେ ଦେବାଳୟ ଓ ଐତିହ୍ୟ ସ୍ଥଳିଗୁଡିକର ସ୍ୱଚ୍ଛତା ଅଭିଯାନ ଚଲାଯିବ, ୭ ଅପ୍ରେଲ ବର୍ଣ୍ଣବୋଧ ଉତ୍ସବ, ୮ରେ ରକ୍ତଦାନ ଦିବସ, ୯ରେ ଆସ ବହିଟିଏ କିଣିବା ଦିବସ, ୧୦ରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ମାଧ୍ୟମରେ ବରିଷ୍ଠ କଳାକାରଙ୍କୁ ସମ୍ବର୍ଦ୍ଧନା ଓ ଲୋକ କଳାଗ୍ରାମ ପ୍ରଦର୍ଶନ ହେବ।ସେହିପରି ୧୧ ତାରିଖରେ ଯୁବ ଲେଖକ ସମ୍ମୀଳନୀ, ୧୨ ରେ ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଓଡ଼ିଶାର ବରପୁତ୍ରଙ୍କ ସଂପର୍କରେ ରାଜ୍ୟରେ ଆଲୋଚନାଚକ୍ର ହେବ। ଅପ୍ରିଲ ୧୩ରେ ପାରମ୍ପରିକ ଖାଦ୍ୟ ଦିବସ ପାଳନ ଏବଂ ୧୪ରେ ଓଡ଼ିଆ ନବବର୍ଷ ପାଳିତ ହେବ।
ସ୍କୁଲ ଓ କଲେଜ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗୀତା କରାଯାଇ କୃତି ଛାତ୍ରଛାତ୍ରୀ ମାନଙ୍କୁ ମୁଖ୍ୟ ଅତିଥି ଙ୍କ ଦ୍ଵାରା ପୁରସ୍କୃତ କରିବା ସହିତ ସାଙ୍କୃତିକ କାର୍ଯ୍ୟକ୍ରମ ର ମଧ୍ୟ ପ୍ରତିଯୋଗିତା କରଯାଇ ପରିବେଷଣ କରିଥିବା ଦଳ ଙ୍କୁ ପୁରସ୍କୃତ କରଯାଇଥିଲା।ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କରଥିବା ଦଳଗୁଡିକ ମଧ୍ୟରେ ମହମ୍ମଦପୁର ଉଚ୍ଚ ବିଦ୍ୟାଳୟ ପ୍ରଥମ ସ୍ଥାନ ଅଧିକାର କରି ୫୦୦୦ ଟଙ୍କା, ବଳାଶ୍ରାମ,ସମ୍ବଲପୁର ଦ୍ଵିତୀୟ ସ୍ଥାନ ଅଧିକାର କରି ୩୦୦୦ ଟଙ୍କା, ଲେଡି ଲୁଇସ ବାଳିକା ଉଚ୍ଚବିଦ୍ୟାଳୟ ତୃତୀୟ ସ୍ଥାନ ଅଧିକାର କରି ୨୦୦୦ ଟଙ୍କା ପ୍ରଦାନ କରାଯାଇ ପୁରସ୍କୃତ କରାଯାଇଥିଲା। ଡ. ପୁଷ୍ପାଞ୍ଜଳି ପଣ୍ଡା,(ଓ.ପ୍ର.ସେ), ଉପଜିଲ୍ଲାପାଳ, ସମ୍ବଲପୁର ସ୍ଵାଗତ ଭାଷଣ ଦେଇଥିଲା ବେଳେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଧନ୍ଯବାଦ ଅର୍ପଣ କରି ସଭା କାର୍ଯ୍ୟ ଶେଷ କରିଥିଲେ।