Stock Market Crash: ୧୦ ସେକେଣ୍ଡରେ ଉଡିଗଲା ୧୯.୩୯ ଲକ୍ଷ କୋଟି ଟଙ୍କା”


ସେୟାର ବଜାରରେ ସୋମବାର ଦିନ ଏକ ଐତିହାସିକ ଧ୍ବଂସ ଦେଖାଯାଇଛି। ବଜାର ଖୋଲିବା ସହିତ ସହିତ, କେବଳ ୧୦ ସେକେଣ୍ଡ ମଧ୍ୟରେ ସେନସେକ୍ସ ୩,୦୦୦ ପଏଣ୍ଟରୁ ଅଧିକ ହ୍ରାସ ପାଇଛି, ଯାହା ପ୍ରାୟ ୪.୭୦% ହ୍ରାସ ସୂଚିତ କରେ। ନିଫ୍ଟି-୫୦ ମଧ୍ୟ ୧,୧୦୦ ପଏଣ୍ଟ ହ୍ରାସ ପାଇଛି। ଏହା ଫଳରେ ନିବେଶକମାନଙ୍କର ୧୯.୩୯ ଲକ୍ଷ କୋଟି ଟଙ୍କାର ସମ୍ପତ୍ତି ଅନ୍ତର୍ଧାନ ହୋଇଛି।

ଏହି ବଜାର ଧ୍ବଂସ ପଛରେ ବୃହତ୍ ତାରିଫ୍ ୱାର୍ (tariff war) ଓ ବିଶ୍ବ ବଜାରରେ ଅସ୍ଥିରତା ମୁଖ୍ୟ କାରଣ ହେବାର ଆଶଙ୍କା ରହିଛି। ଭାରତ, ଚୀନ, ଜାପାନ ଓ କୋରିଆ ଭଳି ଦେଶମାନଙ୍କ ସେୟାର ବଜାରରେ ମଧ୍ୟ ଏହି ପରିସ୍ଥିତି ଦେଖାଯାଇଛି। ବଜାର ବିଶେଷଜ୍ଞମାନେ ଏହିକୁ ଏକ ଆର୍ଥିକ ସୁନାମୀ ବୋଲି ବର୍ଣନା କରୁଛନ୍ତି। ତେଣୁ ନିବେଶକମାନେ ସତର୍କ ରହିବା ଉଚିତ ବୋଲି ପରାମର୍ଶ ଦିଆଯାଇଛି।