Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦୁନିଆର ସବୁଠୁ ୨୦ ଧନୀ ଦେଶରେ ଶ୍ରମିକଙ୍କୁ କରାଯାଉଛି ବଳପୂର୍ବକ କାମ, ଚକିତ କରି ଦେବ ଭାରତର ସ୍ଥିତି

ନୂଆଦିଲ୍ଲୀ: ବିଶ୍ଵର ୨୦ ସବୁଠୁ ଧନୀ ଦେଶଗୁଡ଼ିକରେ ବଳପୂର୍ବକ ଶ୍ରମିକମାରଣ ନୀତିକୁ ପ୍ରୋତ୍ସାହନ ଦିଆଯାଉଛି। ପାଖାପାଖି ୫ କୋଟିରୁ ଅଧିକାଂଶ ଲୋକଙ୍କ ଆଧୁନିକ ଦାସତ୍ଵ ପାଇଁ ଏହି ଦେଶଗୁଡ଼ିକ ହିଁ ଦାୟୀ। ବୁଧବାର ପ୍ରକାଶିତ ଏକ ରିପୋର୍ଟରୁ ଏହା ଜଣା ପଡ଼ିଛି। ମାନବାଧିକାର ସଂଗଠନ ଓ୍ଵାକ ଫ୍ରି ଫାଉଣ୍ଡେସନର ରିପୋର୍ଟରେ ଏହା କୁହାଯାଇଛି ଯେ, ଜି-୨୦ ଗ୍ରୁପର ୬ ଦେଶରେ ସର୍ବାଧିକ ସଂଖ୍ୟାରେ ଲୋକଙ୍କୁ ଆଧୁନିକ ଦାସତ୍ଵର ସାମ୍ନା କରିବାକୁ ପଡ଼ୁଛି। ଏଠାରେ ଏମାନନଙ୍କୁ ବଳପୂର୍ବକ କାମ କରାଯାଉଛି ଏବଂ ବିବାହ ପାଇଁ ବିବଶ କରାଯାଉଛି।

ଏହି ତାଲିକାରେ ୧ କୋଟି ୧୦ ଲକ୍ଷ ଲୋକଙ୍କ ସହିତ ଭାରତ ପ୍ରଥମ ସ୍ଥାନରେ ରହିଛି। ଏହା ପରେ ଚୀନ(୫୮ ଲକ୍ଷ), ରୁଷ(୧୯ ଲକ୍ଷ), ଇଣ୍ଡୋନେସିଆ(୧୮ ଲକ୍ଷ), ତୁର୍କୀ(୧୩ ଲକ୍ଷ) ଏବଂ ଆମେରିକା(୧୧ ଲକ୍ଷ) କ୍ରମାନ୍ଵୟରେ ଅଛନ୍ତି। ସେହିପରି ଜି-୨୦ର ଅନ୍ୟ ଦେଶ ସ୍ଵିଜରଲାଣ୍ଡ, ନରଓ୍ଵେ, ଜର୍ମାନୀ, ନେଦରଲାଣ୍ଡ, ସ୍ଵିଡେନ, ଡେନମାର୍କ, ବେଲଜିୟମ, ଆୟରଲାଣ୍ଡ, ଜାପାନ ଏବଂ ଫିନଲାଣ୍ଡ ଆର୍ଥିକ ଅଭିବୃଦ୍ଧିହାର, ଲିଙ୍ଗଗତ ସମାନତା, ସମାଜ କଲ୍ୟାଣ ଏବଂ ରାଜନୈତିକ ସ୍ଥିରତା ତଥା ମଜବୁତ ଅପରାଧ ନିୟନ୍ତ୍ରଣ ପ୍ରଣାଳୀ ଏସବୁ ସୁବିଧା ଥିଲେ ମଧ୍ୟ ଏହି ସବୁ ଦେଶରେ ହଜାର ସଂଖ୍ୟକ ଲୋକଙ୍କୁ ବଳପୂର୍ବକ କାମରେ ନିୟୋଜିତ କରାଯାଉଛି ଏବଂ ବିବାହ ପାଇଁ ବାଧ୍ୟ କରାଯାଉଛି।

ଗତ ବର୍ଷ ସେପ୍ଟେମ୍ବରରେ ମିଳିତ ଜାତିସଂଘର ଅନ୍ତର୍ଜାତୀୟ ଶ୍ରମ ସଂଗଠନ ଏବଂ ଅନ୍ତର୍ଜାତୀୟ ପ୍ରବାସ ସଙ୍ଗଠନ ତଥା ଓ୍ଵାକ ଫ୍ରି ସଂଗଠନ ଅନୁମାନ କରିଥିଲେ ଯେ, ୨୦୨୧ ଶେଷ ସୁଦ୍ଧା ୫ କୋଟି ଲୋକ ଆଧୁନିକ ଦାସତ୍ଵରେ ରହିବାକୁ ବାଧ୍ୟ ଥିଲେ। ଏଥିରୁ ୨ କୋଟି ୮୦ ଲକ୍ଷ ଲୋକଙ୍କୁ ବଳପୂର୍ବକ କାମରେ ଲଗାଯାଇଥିବା ବେଳେ ୨ କୋଟି ୨୦ ଲକ୍ଷ ଲୋକଙ୍କୁ ବଳପୂର୍ବକ ବିବାହ କରାଯାଇଥିଲା। ରିପୋର୍ଟରୁ ଏହା ମଧ୍ୟ ଜଣା ପଡ଼ିଛି ଯେ, ୨୦୨୧ରେ ଶେଷ ସୁଦ୍ଧା ଉତ୍ତର କୋରିଆ, ଏରିଟ୍ରିୟା, ମାରିଟାନିଆ, ସାଉଦି ଆରବ ଏବଂ ତୁର୍କୀ ପରି ଦେଶଗୁଡ଼ିକରେ ସର୍ବାଧିକ ଲୋକଙ୍କୁ ଆଧୁନିକ ଦାସତ୍ଵର ଶିକାର ହେବାକୁ ପଡ଼ିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ