ଆସନ୍ତା ୧୫ରୁ କଣ୍ଟାବାଞ୍ଜିର ଅଧିଷ୍ଠାତ୍ରୀ ଦେବୀ ମା’ ଗଙ୍ଗାମାଇଙ୍କ ପୂଜା; ମନ୍ଦିର ପ୍ରାଙ୍ଗଣରେ ଶୁଭଖମ୍ବ ସ୍ଥାପିତ ।
ବଲାଙ୍ଗୀର, ୯ । ୫ :ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ସହରର ଅଧିଷ୍ଠାତ୍ରୀ ଦେବୀ ମା’ ଗଙ୍ଗାମାଇଙ୍କ ବାର୍ଷିକ ପୂଜା ଉତ୍ସବ ପାଇଁ ପ୍ରସ୍ତୁତି ଜୋରଦାର ହୋଇଛି। ଆସନ୍ତା ମେ ୧୫ ତାରିଖରୁ ସାତ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ଭବ୍ୟ ପୂଜା ପାଇଁ ମନ୍ଦିର ପରିସରରେ ନିଷ୍ଠାର ସହ ଶୁଭଖମ୍ବ ସ୍ଥାପନ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଯାଇଛି।
ମନ୍ଦିର ପୂଜା କମିଟିର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଶାସ୍ତ୍ରୀୟ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯାଇ ଶୁଭଖମ୍ବ ସ୍ଥାପିତ ହୋଇଛି। ମୁଖ୍ୟ ପୂଜକ ଭାବେ ଶ୍ରୀ ପ୍ରସନ୍ନ ତ୍ରିପାଠୀ ଓ ନାଗରାଜୁ ବାବା ପୂଜା କାର୍ଯ୍ୟ ସମ୍ପାଦନ କରିଥିଲେ। ଏହି ଧାର୍ମିକ ଅନୁଷ୍ଠାନରେ ଶ୍ରୀ ନାଗେଶ୍ଵର ଦୀପ ଓ ଧର୍ମପତ୍ନୀ ରିଙ୍କି ଦୀପ ଏବଂ ଶ୍ରୀ ଦୀପକ କୁମ୍ଭାର ଓ ଧର୍ମପତ୍ନୀ ଆରତୀ କୁମ୍ଭାର କର୍ତ୍ତା ଭାବେ ଦାୟିତ୍ୱ ନିର୍ବାହ କରିଥିଲେ।
ଏହି ପୂଜା ଉତ୍ସବକୁ ସୁଚାରୁରୂପେ ପରିଚାଳନା କରିବା ପାଇଁ ପୂଜା କମିଟି ସମ୍ପୂର୍ଣ୍ଣ ସଜାଗ ରହିଛି। ସଭାପତି କୈଳାସ ଦୀପ, ଉପ-ସଭାପତି କୈଳାସ ବନଛୋର, ସମ୍ପାଦକ ଜସପାଲ ସୁନା, ସହ-ସମ୍ପାଦକ ସୁରେଶ ରାଓ ଓ ଦୀପକ କୁମାର ଏବଂ କୋଷାଧ୍ୟକ୍ଷ ନାଗେଶ୍ଵର ଦୀପ ଓ ଅଭିମନ୍ୟୁ ଜାଲଙ୍କ ନେତୃତ୍ୱରେ ସମସ୍ତ କାର୍ଯ୍ୟକ୍ରମ ପରିଚାଳିତ ହେଉଛି।
ଏହି ପୂଜା ପ୍ରସ୍ତୁତି ଅବସରରେ କଣ୍ଟାବାଞ୍ଜି ଏନଏସି ଅଧ୍ୟକ୍ଷ ବରିୟମ ସିଂ ସାଲୁଜାଙ୍କ ସମେତ ସୁନୀଲ ଦୀପ, ପ୍ରବୀଣ ବନଛୋର, ମନୋଜ ଶର୍ମା, ମୋହନ ସୋନି, ବେଣୁ ବେହେରା, ପ୍ରେମେନ୍ଦ୍ର ସୁନା, ଶ୍ରୀପତି ସୁନା, ରାଧେ ସୁନା ଓ କିଷାନ ସୁନା ପ୍ରମୁଖ ଉପଦେଷ୍ଟା ଭାବେ ସକ୍ରିୟ ସହଯୋଗ କରୁଛନ୍ତି। ସେହିପରି ଆଇନଗତ ପରାମର୍ଶ ପାଇଁ ଅଶୋକ ଦାସ, ମନୋଜ ଦାସ, ଜଗଦୀଶ ଦୀକ୍ଷିତ ଏବଂ ରମାକାନ୍ତ ଦାସ ସହାୟତା ପ୍ରଦାନ କରୁଛନ୍ତି।
ପୂଜା ଅବସରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଅମରେନ୍ଦ୍ର ବାଗ, ବିଷ୍ଣୁ ଦୀପ, ରାକେଶ ସୁନା ଦାୟିତ୍ୱ ନେଇଥିବା ବେଳେ ପେଣ୍ଡାଲ କାର୍ଯ୍ୟ ପାଇଁ ପ୍ରଦୀପ ଅଗ୍ରୱାଲ, ସୋନୁ ସୁନା, ରାମେଶ୍ଵର ସୁନା, ନରେଶ ଶର୍ମା, ମହାଦେବ ବାବା, ରଘୁନାଥ ସୁନା ଓ ହରିଶ ଦୀପ ନିୟୋଜିତ ଅଛନ୍ତି।
କାହ୍ନା ଦୀପ, ରୋହନ ଦୀପ, ଜଗା ସୁନା, ଚନ୍ଦନ ସୁନା ଏବଂ ମନୋଜ ଶର୍ମାଙ୍କ ସମେତ ପୂଜା କମିଟିର ସମସ୍ତ ସଦସ୍ୟ ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମା’ ଗଙ୍ଗାମାଇଙ୍କ ପୂଜାକୁ ନେଇ ସ୍ଥାନୀୟ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅପୂର୍ବ ଉତ୍ସାହ ଓ ଉଦ୍ଦୀପନା ପ୍ରକାଶ ପାଇଛି।

