କଣ୍ଟାବାଞ୍ଜିରେ ଓଡ଼ିଶା ଜନତା କଂଗ୍ରେସର ସାମ୍ବାଦିକ ସମ୍ମିଳନୀ; ୧୨ରେ ଜିଲ୍ଲା ସ୍ତରୀୟ ଯୁବ ସମାବେଶ ।
ବଲାଙ୍ଗୀର,୯।୫: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜିଠାରେ ଓଡ଼ିଶା ଜନତା କଂଗ୍ରେସ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ୧୨ ତାରିଖରେ ସ୍ଥାନୀୟ ‘ଜି ଆର ପ୍ୟାଲେସ’ ଠାରେ ଦଳ ପକ୍ଷରୁ ଏକ ବୃହତ ଜିଲ୍ଲା ସ୍ତରୀୟ ଯୁବ ସମାବେଶ ଆୟୋଜନ କରାଯାଉଥିବା ନେଇ ଏହି ଅବସରରେ ସୂଚନା ଦିଆଯାଇଛି।
ଓଡ଼ିଶା ଜନତା କଂଗ୍ରେସର ବଲାଙ୍ଗୀର ଜିଲ୍ଲା ସଭାପତି ରୂପେଶ ବେହେରାଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି ସମ୍ମିଳନୀରେ ସୂଚନା ଦିଆଯାଇଛି ଯେ, ଆଗାମୀ ସମାବେଶରେ ଦଳର ରାଜ୍ୟ ସଭାପତି ମହମ୍ମଦ ମୁକିମ୍ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ସେ ରାଜ୍ୟର ଯୁବ ନେତୃତ୍ୱ ଓ ସଂଗଠନକୁ ସୁଦୃଢ଼ କରିବା ନେଇ କର୍ମକର୍ତ୍ତାଙ୍କୁ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି।
ଏହି ସମାବେଶରେ ବଲାଙ୍ଗୀର ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ପ୍ରାୟ ୫୦୦୦ରୁ ଅଧିକ ଯୁବକ ସାମିଲ ହେବା ସମ୍ଭାବନା ନେଇ ଜିଲ୍ଲା ସଭାପତି ଶ୍ରୀ ବେହେରା ସୂଚନା ଦେବା ସହ ଯୁବ ଶକ୍ତିକୁ ଏକଜୁଟ କରି ଆଗାମୀ ରଣନୀତି ପ୍ରସ୍ତୁତ କରିବା ଏହି ସମାବେଶର ମୁଖ୍ୟ ଉଦ୍ଦେଶ୍ୟ ବୋଲି କହିଛନ୍ତି ।
ଶନିବାର ଅପରାହ୍ନରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସମ୍ପାଦକ ଗୁପ୍ତେଶ୍ୱର ବେହେରା ଓ ଯୁବ ସଂଗଠକ ଅରୁଣ ତାଣ୍ଡି ପ୍ରମୁଖ ଉପସ୍ଥିତ ରହି ସମାବେଶର ପ୍ରସ୍ତୁତି ସମ୍ପର୍କରେ ସବିଶେଷ ତଥ୍ୟ ପ୍ରଦାନ କରିଥିଲେ।

