Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ପିଏମ ମୋଦୀଙ୍କ ଗସ୍ତ ପୂର୍ବରୁ ପ୍ୟାରିସରୁ ଆସିଲା ବଡ଼ ଅଫର, ସାହାଯ୍ୟର ହାତ ବଢାଇବାରେ ୟୁଏସଠୁ ଆଗରେ ଫ୍ରାନ୍ସ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚଳିତ ମାସରେ ୨ ଦିନିଆ ଯାତ୍ରାରେ ଫ୍ରାନ୍ସର ରାଜଧାନୀ ପ୍ୟାରିସ୍ ଗସ୍ତ କରୁଛନ୍ତି। ଏହା ଫୂର୍ବରୁ ଫ୍ରାନ୍ସ ଭାରତକୁ ବଡ଼ ଅଫର ଦେଇଛି। ଆମେରିକା ସହିତ ହୋଇଥିବା ଜିଇ-୪୧୪ ଇଞ୍ଜିନ ରାଜିନାମାଠୁ ଦୁଇ ପାଦ ଆଗକୁ ଯାଇ ଫ୍ରାନ୍ସ ଭାରତକୁ ଭଲ ପ୍ରସ୍ତାବ ଦେଇଛି। ଇମାନୁଏଲ ମାକ୍ରୋନଙ୍କ ସରକାର ଭାରତ ସହିତ ମିଶି ଲଢୁଆ ବିମାନର ଇଞ୍ଜିନ ମିଳିତ ଭାବେ ଡିଜାଇନ, ବିକଶିତ, ପରୀକ୍ଷଣ, ନିର୍ମାଣ ଆଦି କରିବାକୁ ଭାରତକୁ ପ୍ରସ୍ତାବ ଦେଇଛି। ଭାରତର ନିକଟତର ସହଯୋଗୀଙ୍କ ମଧ୍ୟରୁ ଏକ ଫ୍ରାନ୍ସର ମାକ୍ରୋନ ସରକାର ଏହାକୁ ସବୁଜ ସଙ୍କେତ ଦେଇଛନ୍ତି।

ଏହି ଅଫର ଭାରତୀୟ ବିମାନ ବାହକ ପୋତୋ ପାଇଁ ଉନ୍ନତ ବହୁମୁଖୀ ଲଢୁଆ ବିମାନ ଏବଂ ଡେକ୍ ଆଧାରିତ ବହୁମୁଖୀ ଲଢୁଆ ବିମାନକୁ ଶକ୍ତି ପ୍ରଦାନ କରିବ। ହେଲେ ଭାରତ ସରକାରଙ୍କ ତରଫରୁ ଏହି ପ୍ରସ୍ତାବ ଉପରେ କୌଣସି ସୂଚନା ଦିଆଯାଇ ନାହିଁ। ମାତ୍ର ସରକାରୀ ସୂତ୍ର ଅନୁଯାୟୀ, ପ୍ରାନ୍ସର ସଫ୍ରାନ ଦ୍ଵାରା ପ୍ରସ୍ତାବିତ ଏହି ପ୍ରସ୍ତାବ ଆମେରିକା ତୁଳନାରେ ଭାରତ ପାଇଁ ବେଶ ଉପଯୋଗୀ ରହିବ। କାରଣ ଲଢୁଆ ବିମାନର ଇଞ୍ଜିନ ସଂପୂର୍ଣ୍ଣ ଭାବେ ମେଡ୍ ଇନ ଇଣ୍ଡିଆ ହେବ।

ସୂଚନା ଅନୁଯାୟୀ, ଫ୍ରାନ୍ସର ପ୍ରସ୍ତାବରେ ସଂପୂର୍ଣ୍ଣ ଭାବେ ନୂତନ ଇଞ୍ଜିନ, ନୂନତ ସାମଗ୍ରୀ, ନୂତନ ବାସ୍ତୁକଳା, ପୂର୍ଣ୍ଣ ଯୋଗାଣ ଶୃଙ୍ଖଳା ଏବଂ ଭାରତରେ ସ୍ଥିତ ସହାୟକ ବିନିର୍ମାଣ ମଧ୍ୟ ସାମିଲ୍। କିନ୍ତୁ ଆମେରିକାର ପ୍ରସ୍ତାବରେ ଭାରତକୁ ସେତେ ଅଧିକ ଲାଭ ମିଳିବ ନାହିଁ। କାରଣ ଫ୍ରାନ୍ସ ଭାରତକୁ ମେଡ୍ ଇନ ଇଣ୍ଡିଆ ହିସାବରେ ଲଢୁଆ ବିମାନର ଇଞ୍ଜିନ ମିଳିତ ଭାବେ ନିର୍ମାଣ କରିବାକୁ ପ୍ରସ୍ତାବ ଦେଇଛି।