Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପୁରୁଣାପାଣି ଠାରେ ମେଗା ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଉଦଘାଟିତ

ଜମନକିରା : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡସ୍ଥ ପୁରୁଣାପାଣି ସ୍ଥିତ ବୀଣାପାଣି କ୍ଳବ ପକ୍ଷରୁ ଆଜି ଅପରାହ୍ନରେ ଫୁଟବଲ ପଡିଆର ଚାରି ପଟେ ଓ ନିକଟରେ ଥିବା ଖାଲି ସ୍ଥାନ ମାନଙ୍କରେ ମେଗା ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଉଦଘାଟିତ ହୋଇ ଯାଇଛି।ପ୍ରଥମେ ଅବସରପ୍ରାପ୍ତ ଅଧ୍ୟକ୍ଷ ପ୍ରକୃତିବନ୍ଧୁ ସୁବାସ ଚନ୍ଦ୍ର ନାୟକଙ୍କ ଦ୍ଵାରା ନିମ୍ବ ଚାରା ଟିଏ ରୋପଣ ଓ ବୃକ୍ଷ ପୂଜା କରାଯାଇ ବୃକ୍ଷ ଗୁଡ଼ିକର ଯତ୍ନ ନେବାକୁ ସ୍ଵେଚ୍ଛସେବୀ ଗଣ ଶପଥ ନେଇଥିଲେ। ଏଥିରେ ଅନ୍ୟତମ ପ୍ରକୃତିବନ୍ଧୁ ରବିନ୍ଦ୍ର ଦାସ, ପଣ୍ଡିତ ଅଲେଖ ପତି, ସମିତିସଭ୍ୟା କୁନି କିସାନ ଓ ପୂର୍ବତନ ସମିତି ସଭ୍ୟ ପଦ୍ମଲୋଚନ ଗୁରୁ, ଶିକ୍ଷକ ପଙ୍କଜିନି ନାୟକ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। ପରେ ଅତିଥି ମାନଙ୍କ ସହ କ୍ଳବର ସଭାପତି ଧନେଶ୍ଵର କିସାନଙ୍କ ନେତୃତ୍ୱରେ ପ୍ରାୟ ଚାରିଶହ ବିଭିନ୍ନ ପ୍ରଜାତିର ଚାରା ରୋପଣ କରିଥିଲେ।ଏହି କାର୍ଯ୍ୟକ୍ରମରେ ନେହେରୁ ଯୁବ କେନ୍ଦ୍ର ସ୍ବେଚ୍ଛାସେବୀ ମୋନିକା ବେକ, ରଜେଶ୍ୱରି କିସାନଙ୍କ ସମେତ ସର୍ବଶ୍ରୀ ଦେବର୍ଚ୍ଚନ କିଶାନ, ଠଣସୁନ୍ଦର କିଶାନ, ସୋମନାଥ ନାଏକ, ସୁମନ କିଶାନ, ହରପ୍ରସାଦ କିଶାନ, ଅମିତ କିସାନ, ରାହୁଲ କାଲୋ, ସୁମିତ ଗୌଡ଼, କ୍ରିଷ୍ଣା କିସାନ, ନୂତନ ଭଇଷା , ମନିସ କିଶାନ, ଦିନେଶ ମହକୁଲ୍, ମୁକେଶ କିଶାନ, ଲେଲିନ କିଶାନ, ଟୁନା କିଶାନ ,ତନ ବାଘ, ନିରଞ୍ଜନ କିସାନ, ମନୋଜ କିଶାନ, ରାଜୁ କିସାନ, ଶୁଭମ କିସାନ, ସୁଜ୍ଞନି କିସାନ, ପ୍ରେମ କିଶୋର ବାଗ ପ୍ରମୁଖ ବର୍ଷାରେ ଭିଜି ଭିଜି ଏହି ମେଗା କାର୍ଯ୍ୟକ୍ରମରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ। ପ୍ରକାଶ ଥାଉ କି, ଏହି ଖେଳ ପଡିଆ ପାଖରେ ଥିବା ଚକ୍ରରେ ପାଣି ଦେବା ସକାଶେ ଏକ ନଳକୂପ ଖୋଲା ଯାଇ ସାରିଥିବା ବେଳେ ଏକ ଗୃହ ଓ ଵାଡା ନିର୍ମାଣ ମଧ୍ୟ ଚାଲିଛି। ଫଳରେ ବୃକ୍ଷର ଯତ୍ନ ନେବାରେ ଯୁବ ସମାଜଙ୍କ ସହଯୋଗ କାମନା କରି ମୁଖ୍ୟଅତିଥି ଶ୍ରୀ ନାଏକ ତାଙ୍କ ବକ୍ତବ୍ୟରେ ଅନୁରୋଧ କରିଥିଲେ। ଶେଷରେ ସମାଜ ସେବୀ ବିଜୟ ଶଙ୍କର ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଆସନ୍ତା ଦୁଇ ଦିନ ମଧ୍ୟ ଚାରା ରୋପଣ ଅବ୍ୟାହତ ରହିବ ବୋଲି ଜଣାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ