Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ହାଡ଼ିପାଲି ହାଇସ୍କୁଲରେ ଦ୍ଵିତୀୟ ପର୍ଯ୍ୟାୟ ବୃକ୍ଷରୋପଣ ଓ ସଚେତନତା: ଲାଗିଲା ଶହେ ଚାରା

ଜମନକିରା : କୁଚିଣ୍ଡା ବ୍ଲକ ଅନ୍ତର୍ଗତ ହାଡ଼ିପାଲି ଗ୍ରାମ ପଞ୍ଚାୟତ ସରକାରୀ ହାଇ ସ୍କୁଲରେ ଇକୋ କ୍ଳବ୍ ପକ୍ଷରୁ ଆଜି ଦ୍ୱିତୀୟ ପର୍ଯ୍ୟାୟ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ପ୍ରଥମେ ପ୍ରଧାନ ଶିକ୍ଷୟିତ୍ରୀ କରୁଣାମୟୀ ଧନୱର୍ ଙ୍କ ସଭାପତିତ୍ବରେ ଆୟୋଜିତ ସଚେତନତା ସଭାରେ ଅବସରପ୍ରାପ୍ତ ଅଧ୍ୟକ୍ଷ ପ୍ରକୃତି ବନ୍ଧୁ ସୁବାସ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି , ସ୍ଥାନୀୟ ସମିତି ସଭ୍ୟ ରସ୍ମିନ ପଟେଲ, ସ୍କୁଲ ପରିଚାଳନା କମିଟି ଭ୍ୟ ତଥା ଶିକ୍ଷାବିତ ତ୍ସୁରେନ୍ଦ୍ର କୁମାର ନାୟକ,ସାମାଜିକ କର୍ମୀ ବିଜୁ ସାହୁ ଓ କୁଚିଣ୍ଡା ସାମ୍ବାଦିକ ସଂଘ ସାଧାରଣ ସମ୍ପାଦକ ତନୟ ମହାପାତ୍ର ସମ୍ମାନିତ ଅତିଥି ଏବଂ ଅନ୍ୟତମ ପ୍ରକୃତିବନ୍ଧୁ ତଥା ଅବସରପ୍ରାପ୍ତ ଉଦ୍ୟାନ ଅଧିକାରୀ ରବୀନ୍ଦ୍ର ଦାସ ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇ ସଚେତନ କରିବା ସହ ସବୁଜ ଶପଥ କରାଇଥିଲେ । ଏହା ପରେ ସର୍ଵଶ୍ରୀ ପୌଲସ୍ତି ପଟେଲ,ପୁନମ ପ୍ରେମାଞ୍ଜଳି ଡାଙ୍ଗ, ପଙ୍କଜିନି ନାୟକ, ଗୋପାଳ ନାଥ,ରଶ୍ମି ରଂଜନ ମାଝୀ,ଭିସ୍ମଦେବ ସାହୁ,ଅମୂଲ୍ୟ ଦ୍ବିବେଦୀ,ସଞ୍ଜୟ ପଟେଲ, ସୁବୋଦିନି ବଢେଇ ପ୍ରମୁଖ ଙ୍କ ନେତୃତ୍ୱରେ ସଚେତନତା ଶୋଭାଯାତ୍ରା ବିଭିନ୍ନ ସ୍ଲୋଗାନ ଦେଇ ଗରମ ପରିକ୍ରମା କରିଥିଲା ।ଏହା ପରେ ସର୍ବଶ୍ରୀ ଶୁଭମ ସେଠ୍, ଅନନ୍ତ ଛତ୍ରିଆ ,ଭିସ୍ମିତା ନାୟକ, ରଙ୍କୁ ଖର୍ସେଲ, ସୋନାଲି ରାଜହଂସ,ମିନତି ପ୍ରଧାନ, ଜିତେନ୍ଦ୍ର ଛତ୍ରିଆ ,ସସ୍ମିତା ରୋହିଦାସ ଙ୍କ ସମେତ ନାରୀ ସ୍ବେଚ୍ଛାସେବୀ କଳ୍ପନା ଖର୍ସେଲ ଓ ବସୁମତୀ କିସାନ ଙ୍କ ନେତୃତ୍ୱରେ ବିଭିନ୍ନ ପ୍ରଜାତିର ଏକ ସହ ଚାରା ସ୍କୁଲ ପଡିଆ ରେ ଲଗା ଯାଇଥିଲେ ।ପୂର୍ବରୁ ସ୍କୁଲ ରେ ଲଗାଯାଇଥିବା ଦୁଇ ଶହ ଚାରା ର ଯତ୍ନ ଛାତ୍ର,ଛାତ୍ରୀ ମାନେ ନେଉଥିବାରୁ ଅତିଥି ଗଣ ଖୁସି ବ୍ୟକ୍ତ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ