Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ପ୍ରଥମ ସୋପାନ: ଜୀବନ ପୂଣ୍ୟ କିଡ୍ସ ଦେଇ ମେଘପାଳ ରଚିଲା ପୁଣି ଇତିହାସ

ସମ୍ବଲପୁର(ମେଘପାଳ):ଇତିହାସ ରଚିବାରେ ମେଘପାଳ ପଞ୍ଚାୟତ ସବୁବେଳେ ରହିଥାଏ ଆଗରେ।ଏକଦା ମାଓ ଅଧ୍ୟୁଷିତ ଅଞ୍ଚଳକୁ ଆଶାର ଆଲୋକ ଦେଖାଇ ବିକାଶର ଦ୍ୱାର ଦେଶରେ ଛିଡା କରାଇବାକୁ ମେଘପାଳ ପଞ୍ଚାୟତର ଉଦ୍ୟମ ସର୍ବାଦୃତ ହେବାରେ ଲାଗିଛି। ସାମାଜିକ ସେବା ଓ ଦାୟିତ୍ୱକୁ ଅଭିନବ ଢଙ୍ଗରେ ପାଳନ କରି ସମାଜର ସବୁ ବର୍ଗଙ୍କୁ ସମାଜର ମୂଳ ସ୍ରୋତରେ ଆଣି ଚର୍ଚା ସାଉଁଟୁଛି ମେଘପାଳ ପଞ୍ଚାୟତ ।ଆଜି ୭୭ ତମ ସ୍ୱାଧିନତା ଦିବସରେ ଏଭଳି ଏକ ମହତ ଉଦ୍ଦେଶ୍ୟକୁ ୨୦୧୭ ମସିହାରେ ସରପଞ୍ଚ୍ ହେବା ପରଠୁ ମମତା ପ୍ରଧାନ କାର୍ଯ୍ୟକାରୀ କରାଇ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମ ଶ୍ରେଣୀରେ ନାମ ଲେଖାଉଥିବା ପଞ୍ଚାୟତର ପ୍ରତ୍ୟେକ ଛାତ୍ର ଛାତ୍ରୀଙ୍କୁ ପ୍ରତି ବର୍ଷ ଅଗଷ୍ଟ ୧୫ ତାରିଖରେ ପ୍ରଦାନ କରି ଆସୁଛନ୍ତି ଏକ ସ୍କୁଲ ବ୍ୟାଗ,ଟିଫିନ ବାକ୍ସ ଓ ପାଣି ବୋତଲ। ନିଜର ପିଲା ଦିନକୁ ମନେ ପକାଇ ପିଲାଙ୍କ ଆବଶ୍ୟକତାକୁ ପୂରଣ କରିବା ସହିତ ବେସକାରୀ ସ୍କୁଲରେ ଅଯଥା ଖର୍ଚର ବୋଝ ପରିବାର ମୁଣ୍ଡ ଉପରୁ ହଟାଇ ସରକାରୀ ସ୍କୁଲ ପ୍ରତି ଆଗ୍ରହ ସୃଷ୍ଟି କରାଇବାକୁ ମେଘପାଳ ସରପଞ୍ଚ୍ ମମତା ପ୍ରଧାନ ଏଭଳି ଉଦ୍ୟମକୁ ସରପଞ୍ଚ୍ ଥିବା ଯାଏ ଅବ୍ୟାହତ ରଖିବେ ଓ ଏହା ଦ୍ୱାରା ପିଲାଙ୍କ ଇଚ୍ଛା ଓ ଆଗ୍ରହକୁ ପରିବାର ସ୍ତରରୁ ସମ୍ମାନ ଦିଆଯାଇ ପାରିବ ବୋଲି ସେ କହିଛନ୍ତି।ଆଜି ପଞ୍ଚାୟତର ବିଭିନ୍ନ ସ୍କୁଲରେ ୨୦୨୩ ମସିହାରେ ପ୍ରାଥମିକ ସ୍କୁଲରେ ପ୍ରଥମ ଶ୍ରେଣୀରେ ନାମ ଲେଖାଇଥିବା ଶିକ୍ଷାର୍ଥୀଙ୍କୁ ଏହି ଉପହାର ଦେବା ଅବସରରେ ସ୍ୱଭାବ କବି ଗଙ୍ଗାଧର ମେହେର ପଞ୍ଚାୟତ ପାଠାଗାରରେଏକ ସଭାର ଆୟୋଜନ ହୋଇଥିଲା। ସରପଞ୍ଚଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ପୁର୍ବତନ ଶିକ୍ଷକ ମାନଭଞ୍ଜନ ନାଏକ ମୁଖ୍ୟ ଅତିଥି,ସମାଜସେବୀ ଡା. ରାଜାରାମ ଷଡଙ୍ଗୀ ମୁଖ୍ୟ ବକ୍ତା ଓ ସମିତି ସଭ୍ୟା ଲିଲିମା ଧୁରୁଆ,ନାଏକ ସରପଞ୍ଚ୍ ଅଜୟ ଡାଙ୍ଗ,ମାନଧାତା ଲୁହା,ପୁର୍ବତନ ସରପଞ୍ଚ୍ ମାନଭଞ୍ଜନ ବଡାଇକ୍,ପତଙ୍ଗର ଦିବାକର ମରାଇ,ୱାଡ ମେମ୍ବର ପବିତ୍ର ମିର୍ଦ୍ଧା,ଶିକ୍ଷକ ଦେବାଶିଶ ପ୍ରଧାନ ସମ୍ମାନୀତ ଅତିଥି ଭାବେ ଯୋଗଦାନ କରି ଶିକ୍ଷାର୍ଥୀଙ୍କ ପ୍ରଥମ ସୋପାନ ଜୀବନ ପୂଣ୍ୟ କିଡ୍ସ ପ୍ରଦାନ କରିଥିଲେ। ଏହାକୁ ପଞ୍ଚାୟତ ନିର୍ବାହୀ ଅଧିକାରୀ କରୁଣାକର ବାରିକ ସଂଯୋଜନା କରିବା ସହିତ ଶେଷରେ ଧନ୍ୟବାଦ ଦେଇଥିବା ବେଳେ ଗ୍ରାମ ରୋଜଗାର ସହାୟିକା ପ୍ରମିତା ପ୍ରଧାନ ଏହାକୁ ପରିଚାଳନା କରିଥିଲେ ।ଏହି କାର୍ଯ୍ୟକ୍ରମରେ ପଞ୍ଚାୟତର ସମସ୍ତ ୱାଡମେମ୍ବର ସହିତ ସମଗ୍ର ପଞ୍ଚାୟତର ସବୁ ଶ୍ରେଣୀରୁ ଯୋଗ ଦେଇଥିଲେ। ପ୍ରାରମ୍ଭରେ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ସରପଞ୍ଚ୍ ମମତା ପ୍ରଧାନ ଜାତୀୟ ପତକା ଉତ୍ତୋଳନ କରିଥିଲେ ।ଏହି କାର୍ଯ୍ୟକ୍ରମରେ ସ୍କୁଲ ଶିକ୍ଷାର୍ଥି ଓ ଅବିଭାବକଙ୍କୁ ନେଇ ପ୍ରତି ଗ୍ରାମରେ ପ୍ରଭାତ ଫେରି ଅନୁଷ୍ଠିତ ହୋଇଥିଲା।