ସମ୍ବଲପୁର ସହରର ଧନକଉଡ଼ା ଫୁଟବଳ ପଡ଼ିଆ ନିକଟରେ ଆଜି ଅବକାରୀ କାର୍ଯ୍ୟାଳୟ ର ଏକଟିମ ଚଢ଼ାଉ କରି ସୁନାପାଲି ର ୨୭ ବର୍ଷିୟ ମାସୁମ ଅହମ୍ମଦ ନାମକ ବ୍ରାଉନସୁଗର ମାଫିଆଙ୍କ ଠାରୁ ସେ ବେଆଇନ ଭାବରେ ରଖିଥିବା ୧୬ ଗ୍ରାମ ବ୍ରାଉନ ସୁଗର କୁ ଜବତ କରିଛି । ଏହି ବ୍ରାଉନ ସୁଗର ର ସହ ଏକ ଦୁଇଚକିଆ ଗାଡ଼ିକୁ ମଧ ଜବତ କରାଯାଇଥିବା ବେଳେ ଜବତ ଦୁଇଚକିଆ ଗାଡ଼ି ସହ ବ୍ରାଉନସୁଗର ର ମୁଲ୍ୟ ୩ ଲକ୍ଷ ଟଙ୍କା ହେବ ବୋଳି ଅବକାରୀ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଏହାସହ ଗିରଫ ଅଭିଯୁକ୍ତ କୁ ଆଜି କୋର୍ଟ ଚାଲାଣ ମଧ୍ୟ କରାଯାଇଥିବା ନେଇ ଅବକାରୀ କାର୍ଯ୍ୟାଳୟ ର ଇନ୍ସପେକ୍ଟର ସୂଚନା ଦେଇଛନ୍ତି ।
ସମ୍ବଲପୁର ଅବକାରୀ କାର୍ଯ୍ୟାଳୟ ହାତରେ ଧରାପଡିଲା ଧଳାଜହର କାରବାର କରୁଥିବା ମାଫିଆ ।
