ନୂଆଦିଲ୍ଲୀ: ଏସିଆ କପ୍ ୨୦୨୩ର ସୁପର-୪ ମୁକାବିଲା ଆରମ୍ଭ ହୋଇ ଯାଇଛି। ସୁପର-୪ର ପ୍ରଥମ ମ୍ୟାଚରେ ପାକିସ୍ତାନ ବାଂଲାଦେଶକୁ ହରାଇ ଦମଦାର ଆରମ୍ଭ କରିଛି। ପାକିସ୍ତାନ ଏହି ଟୁର୍ଣ୍ଣାମେଣ୍ଟରେ ଏ ପର୍ଯ୍ୟନ୍ତ ଗୋଟିଏ ହେଲେ ମ୍ୟାଚ୍ ହାରି ନାହିଁ। ଏହା ପଛର କାରଣ ତିନି ବିଭାଗରେ ଖେଳାଳିମାନେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ସୁପର-୪ର ପ୍ରଥମ ମୁକାବିଲା ପରେ ଏସିଆ କପ୍ ୨୦୨୩ରେ ସବୁଠୁ ଅଧିକ ରନ ଏବଂ ଓ୍ଵିକେଟ୍ ତାଲିକାରେ ପରିବର୍ତ୍ତନ ଦେଖିବାକୁ ମିଳିଛି। ତାଲିକାରେ ଟପ୍ ୫ରେ କୌଣସି ଭାରତୀୟ ଖେଳାଳି ନାହାନ୍ତି। ଏହାର କାରଣ ବର୍ଷା ଯୋଗୁଁ ପୂରା ମ୍ୟାଚ୍ ଖେଳ ନ ହେବା।
ଏସିଆ କପ୍ ୨୦୨୩ରେ ସର୍ବାଧିକ ରନ ହାସଲକାରୀ ବ୍ୟାଟର ତାଲିକାରେ ବାଂଲାଦେଶର ତାରକା ବ୍ୟାଟର ନଜମୁଲ ହୁସେନ ସାଣ୍ଟୋ ଅଛନ୍ତି। ସେ ଟୁର୍ଣ୍ଣାମେଣ୍ଟରେ ଗୋଟିଏ ଶତକ ଓ ଗୋଟିଏ ଅର୍ଦ୍ଧଶତକ ହାସଲ କରିଛନ୍ତି। ସାଣ୍ଟୋ ପାଦର ମାଂସପେଶୀ ଟାଣି ଧରିବାରୁ ଏସିଆ କପରୁ ବାଦ୍ ପଡିଛନ୍ତି। ପାକିସ୍ତାନର ୨ ଖେଳାଳି ବାବର ଆଜମ ଓ ଇଫତିକାର ଅହମ୍ମଦ ଟପ୍-୫ରେ ଅଛନ୍ତି।
ଟପ୍-୫ ବ୍ୟାଟର
ନଜମୁଲ ହୁସେନ ସାଣ୍ଟୋ- ୨ ମ୍ୟାଚ୍, ୧୯୩ ରନ
ବାବର ଆଜମ- ୧୬୮ ରନ, ୩ ମ୍ୟାଚ୍
ମେହଦି ହାସନ ମିର୍ଜା- ୧୧୭, ୩ ମ୍ୟାଚ୍
ହସମତୁଲ୍ଲା ଶାହିଦି- ୧୧୦ ରନ, ୨ ମ୍ୟାଚ୍
ଇଫତିକାର ଅହମ୍ମଦ- ୧୦୯ ରନ, ୩ ମ୍ୟାଚ୍
ଏସିଆ କପ୍ ୨୦୨୩ରେ ସର୍ବାଧିକ ଓ୍ଵିକେଟ୍ ନେବାରେ ପାକିସ୍ତାନ ବୋଲରଙ୍କ ଦବଦବା ରହିଛି। ଟୁର୍ଣ୍ଣାମେଣ୍ଟରେ ପାକିସ୍ତାନ ବୋଲର ବିପଦଜ୍ଜନକ ସାବ୍ୟସ୍ତ ହୋଇଛନ୍ତି। ବିପକ୍ଷ ଦଳର ବ୍ୟାଟିଂକୁ ଧ୍ଵସ୍ତବିଧ୍ଵସ୍ତ କରିଛନ୍ତି।
ଟପ୍-୫ ବୋଲର
ହାରିସ ରଉଫ- ୯ ଓ୍ଵିକେଟ୍, ୩ ମ୍ୟାଚ୍
ନସୀମ ଶାହ- ୭ ଓ୍ଵିକେଟ୍, ୩ ମୟାଚ୍
ଶାହିନ ଆଫ୍ରିଦି- ୭ ଓ୍ଵିକେଟ୍, ୩ ମ୍ୟାଚ୍
ତସ୍କିନ ଅହମ୍ମଦ- ୬ ଓ୍ଵିକେଟ୍
ସୋରିଫୁଲ ଇସଲାମ- ୫ ଓ୍ଵିକେଟ୍