ଗୋପାଳପୁର ୧୪/୧୦ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପରିସରରେ ଥିବା ମାଲଭିୟା ମିଶନ ଟିଚର ଟ୍ରେନିଂ ସେଣ୍ଟର ଠାରେ ସି ୱାଇ ଏସ ଡ଼ି, ୟୁନେସ୍କ, ସିବିଆରଏସଆର ପ୍ରିୟା ଏବଂ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପରିବେଶ ଶିକ୍ଷା ବିଭାଗ ମିଳିତରେ ୬ ଦିନିଆ କାର୍ଯ୍ୟକ୍ରମ ଆଜି ଉଦଯାପିତ ହୋଇଛି l ବିଶ୍ଵବିଦ୍ୟାଳୟ କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶଙ୍କ ସଭାପତିତ୍ୱ କରିବା ସହ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ଚାଲିଥିବା ଏହି ଗ୍ରାମୀଣ ସାମାଜିକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ କେବଳ ପ୍ରମାଣ ପତ୍ର ଓ ଫଟୋଚିତ୍ର ମଧ୍ୟରେ ସୀମିତ ନ ରହି ପ୍ରକୃତ ବ୍ୟବହାରିକ କାର୍ଯ୍ୟକ୍ରମ ରେ ପରିବେଷଣ କରିବାକୁ ଆହ୍ବାନ କରିଥିଲେ । ସରକାରଙ୍କ ଦ୍ଵାରା ନିଆଯାଇଥିବା ଏଭଳି ପଦକ୍ଷେପ କୁ ସେ ଭୂୟସୀ ପ୍ରଶଂସା କରି ଛାତ୍ର ଛାତ୍ରୀ ମାନଙ୍କୁ ସକ୍ରିୟ ଭାବେ ଭାଗ ନେବା ପାଇଁ କହିଥିଲେ । କେବଳ ଯେ ଜାତୀୟ ସେବା ସଂହତି ବିଭାଗ ( ଏନ୍. ଏସ. ଏସ) ମଧ୍ୟରେ ଏହା ସୀମିତ ନ ରହି ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ର ପ୍ରତ୍ୟେକ ବିଭାଗ ଦୁଇଟି ଲେଖାଏଁ ଗ୍ରାମୀଣ ପ୍ରଶିକ୍ଷଣ କାର୍ଯ୍ୟକ୍ରମ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।ଛାତ୍ର ଛାତ୍ରୀ ମାନଙ୍କ ଗବେଷଣ ପାଠ୍ୟପୁସ୍ତକ ଓ ଗ୍ରନ୍ଥାଗାର ମଧ୍ୟରେ ସୀମିତ ନ ରହି ବାହାରକୁ ଆସି ମୂଳସ୍ଥାନ ଯାହା ଆମ ସମାଜରେ ଅଛି ସେଠାରୁ ଆରମ୍ଭ ହେଉ । ତେବେ ଯାଇ ପ୍ରକୃତ ତଥ୍ୟ ପଦାକୁ ଆସିବ ବୋଲି କହିଛନ୍ତି l ସିୱାଇଏସଡ଼ି ର ପ୍ରତିଷ୍ଠାତା ତଥା ପ୍ରଶିକ୍ଷକ ଜଗଦାନନ୍ଦ ଯୋଗ ଦେଇ ବର୍ତ୍ତମାନ ସରକାରଙ୍କ ଶିକ୍ଷା ବ୍ୟବସ୍ଥାରେ ଏକ ନୂତନ ପାଠ୍ୟ ଖସଡ଼ା ଆରମ୍ଭ ହୋଇଛି । ତାହା ଏକଲା ଗୋଟିଏ ଛାତ୍ରର ସମାଜ ପ୍ରତି ଦାୟିତ୍ଵ ଏହା ଏକ ଐତିହାସିକ ପଦକ୍ଷେପ । ଜାତୀୟ ଶିକ୍ଷା ନୀତି ଅନୁସାରେ ଛାତ୍ର ର ସାମାଜିକ ଦାୟିତ୍ଵ ରେ ମୂଲ୍ୟବୋଧ ଆକଳନ କରାଯିବ । ଗାଁ ର ସାମାଜିକ ସ୍ଥିତି କୁ କେବଳ ଚିତ୍ର ଓ ପାଠ୍ୟକ୍ରମରେ ନ ରଖି ଏହାକୁ ହୃଦୟଙ୍ଗମ କରି ପରିବର୍ତ୍ତନ କରିବା ହେଉଛି ଆମ ମୂଳଲକ୍ଷ୍ୟ ଏବଂ ଗ୍ରାମୀଣ ଦାରିଦ୍ର୍ୟତା କୁ କମାଇବା ହେଉଇଛି ଆମର ଲକ୍ଷ୍ୟ । ଜାତୀୟ ପାଞ୍ଚ ବର୍ଷୀୟା କାର୍ଯ୍ୟକ୍ରମ ଅନୁସାରେ ଭାରତର ପ୍ରତ୍ୟେକ ଗ୍ରାମର ପରିବାରେ ଆମୂଳ ଚୂଳ ପରିବର୍ତ୍ତନ ଆମର ମୂଳ ଲକ୍ଷ୍ୟ । ପ୍ରଥମେ ପୁରୁଷ ଓ ମହିଳା ମଧ୍ୟରେ ସମାନତା ଆବଶ୍ୟକ । ପଞ୍ଚାୟତ ସଶକ୍ତି କରଣ ଆମର ମୂଳ ଲକ୍ଷ୍ୟ,, ଆଉ ଏହା ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ହିଁ ସମ୍ଭବ ।ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଆସନ୍ତା ଦୁଇ ବର୍ଷ ମଧ୍ୟରେ ୫୦ ଟି ପଛୁଆ ଗ୍ରାମକୁ ପରିବର୍ତ୍ତନ କରିବାକୁ ଆହ୍ବାନ କରିଥିଲେ । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ବୃକ୍ଷରୋପଣ ଏକ ମୁଖ୍ୟ ମାର୍ଗ ଅଟେ । ଭିଲେଜ କୁ କଲେଜ୍ ସହ ମିଶାଇବା ଆମର ମୂଳ ଲକ୍ଷ୍ୟ ତାହା ସହ ୯ ଟି ମନ୍ତ୍ର ଦେବା ସହ ବତୀଘର ସଦୃଶ ହେବାକୁ ପରାମର୍ଶ ଦେଇଥିଲେ l ଏହି କାର୍ଯ୍ୟକ୍ରମରେ ୱାଇଲଡ଼ ଲାଇଫ ର ବରିଷ୍ଟ ଉପଦେଷ୍ଟା ପ୍ରଫେସର ବି. ସି ଚୌଧୁରୀ ଯୋଗ ଦେଇ ଲୋକଙ୍କ ସହ ମିଶି ଆଲୋଚନା କରି ସେମାନଙ୍କ ଠାରୁ ସୁ ଜ୍ଞାନ ଅର୍ଜନ କରିବାକୁ ପରାମର୍ଶ ଦେଇଥିଲେ l ଅନ୍ୟ ତମ ପ୍ରଶିକ୍ଷକ ଭାବେ ଡ଼. ବିନୟ ଆଚାର୍ଯ୍ୟ ଯୋଗ ଦେଇ ୬ ଦିନିଆ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଅଧ୍ୟାପକ, ଅଧ୍ୟାପିକା ତାଙ୍କର ଦକ୍ଷତା ଉପରେ ପ୍ରଶଂସା କରିଥିଲେ l ପରିବେଶ ବିଜ୍ଞାନ ବିଭାଗର ଅଧ୍ୟାପକ ଡ଼. ବି. ଅଞ୍ଜନ ପୃଷ୍ଟି ଅତିଥି ପରିଚୟ ପ୍ରଦାନ କରିଥିଲେ l ଅଧ୍ୟାପକ, ଅଧ୍ୟାପିକା ମାନେ ଡୁରା, ନ୍ୟୁ ବକ୍ସିପାଲ୍ଲୀ ଏବଂ ଭେଙ୍କେଟ୍ରାଇପୁର ଗାଁରେ ଗ୍ରାମବାସୀଙ୍କ ସହିତ ବିଭିନ୍ନ ଆଲୋଚନା କରି ତଥ୍ୟ ସଂଗ୍ରହ କରିଥିଲେ l ଶେଷରେ ଭାଗ ନେଇ ଥିବା ଅଧ୍ୟାପକ, ଅଧ୍ୟାପିକାଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା l