Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ବ୍ଲକ ସ୍ତରୀୟ ଧାନର ପ୍ରଶିକ୍ଷଣ ଓ ସଚେତନତା ଶିବିର

ଜମନକିରା : ଜମନକିରା ବଜାର ନିୟନ୍ତ୍ରିତ କମିଟି ପ୍ରାଙ୍ଗଣରେ ଆଜି ବ୍ଲକ ସ୍ତରୀୟ ଧାନର ପ୍ରଶିକ୍ଷଣ ଓ ସଚେତନତା ଶିବିର ଅନୁଷ୍ଠିତ ହୋଇ ଯାଇଛି। କୁଚିଣ୍ଡା ଉପଜିଲ୍ଲାପାଳ ତଥା ଆରଏମସି ସଭାପତି ଡ଼. ଗୌରବମୟ ପ୍ରଧାନ ଅଧ୍ୟକ୍ଷତା କରିଥିବା ବେଳେ ସେ ତାଙ୍କ ବକ୍ତବ୍ୟ ମାଧ୍ୟମରେ ଧାନ କ୍ରୟ ବ୍ୟବସ୍ଥାରେ ଯେପରି କୌଣସି ଅସୁବିଧା ନହୁଏ ସେଥିପ୍ରତି ପ୍ରଶାସନ ଅଧିକାରୀ ମାନେ ଗୁରୁତ୍ଵ ସହିତ ଧ୍ୟାନ ଦେବେ ବୋଲି କହିଥିଲେ। ଏଥିସହ ଧାନ କିଣା ପ୍ରାରମ୍ଭରୁ ଆସନ୍ତା ଡ଼ିସେମ୍ବର ୮ ତାରିଖ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ବରଗଡ଼ ସୋହେଲା ରେ ହେବାକୁ ଥିବା ସମାବେଶ ପର୍ଯ୍ୟନ୍ତ ୨୩ ଶହ ଟଙ୍କା ପ୍ରଦାନ କରାଯିବ। ଘୋଷଣା ପରେ ଇନପୁଟ ସବସିଡି ୮ ଶହ ଟଙ୍କା ଚାଷୀଙ୍କ ଏକାଉଣ୍ଟ୍ ରେ ଜମାକରାଯିବ। ପରବର୍ତ୍ତୀ ସମୟରେ ଯୋଉ ଚାଷୀ ମାନେ ଧାନ ବିକ୍ରି କରିବେ ସେମାନଙ୍କ ଏକାଉଣ୍ଟ୍ ଏକା ସାଙ୍ଗରେ ୨୩ ଶହ ଏବଂ ୮ ଶହ ମୋଟ ୩୧ ଶହ ଟଙ୍କା ଆସିବ। କୁଚିଣ୍ଡା ଉପଖଣ୍ଡରେ ମୋଟ ୨୨ ହଜାର ରୁ ଅଧିକ ଚାଷୀ ଧାନ ବିକ୍ରି ପାଇଁ ପଞ୍ଜୀକରଣ କରିଥିବା କଥା କହିଥିଲେ। ଏହି ଶିବିରରେ ଅନ୍ୟ ମାନଙ୍କ ମଧ୍ୟରେ ଜମନକିରା ବିଡ଼ିଓ ରବୀନ୍ଦ୍ର କୁମାର ସେଠୀ, ତହସିଲଦାର ହରେକୃଷ୍ଣ ବରିହା, ସହକାରୀ ଜିଲ୍ଲାପାଳ ଲୋଚନ ଶବର, ସହକାରୀ ଜିଲ୍ଲାପାଳ ଭାସ୍କର ବେହେରା, ଏଆରସିଏସ ପ୍ରଦୀପ ପ୍ରଧାନ, କୁଚିଣ୍ଡା ଏସିଏସଓ ରାଜ କିଶୋର ସ୍ୱାଇଁ, କୁଚିଣ୍ଡା ଯୋଗାଣ ଅଧିକାରୀ ପ୍ରସନ୍ନ କୁମାର ଦେହୁରୀ ପ୍ରମୁଖ ମଞ୍ଚାସିନ ଥିବା ବେଳେ ଆରଏମସି ସେକ୍ରେଟାରୀ କିଶୋର ନାୟକ ଶିବିରକୁ ପରିଚାଳନା କରିଥିଲେ। ଚାଷୀ ମାନଙ୍କ ମଧ୍ୟରେ ଚିତ୍ତରଞ୍ଜନ ଶର୍ମା, ବିରେନ୍ଦ୍ର କୁମାର ଚୌଧୁରୀ, ଧନେଶ୍ଵର ପ୍ରଧାନ, ଧନେଶ୍ଵର ପ୍ରଧାନ, କୁଷଧ୍ୱଜ ଚୌଧୁରୀ, ଦୁଷ୍ମନ୍ତ ନାୟକ, ସୁମନ୍ତ ମହାକୁଲ, ଚୂଡ଼ାମଣି ପଟେଲ, ସରୋଜ କୁମାର ପ୍ରଧାନ, ସିଦ୍ଧାର୍ଥ ପଟେଲ, ଗୁରୁ ଚରଣ ପଟେଲ, ରବୀନ୍ଦ୍ର ମଲ୍ଲିକ, ସାଲେକ ରାମ ପ୍ରଧାନ, ସରୋଜ ପଟେଲ ପ୍ରମୁଖ ସକ୍ରିୟ ଅଂଶ ଗ୍ରହଣ କରି ଧାନ କ୍ରୟ ବିକ୍ରୟରେ ଉପୁଜୁଥିବା ସମସ୍ୟା ସମ୍ପର୍କରେ ଅଧିକାରୀଙ୍କୁ ଅବଗତ କରିବା ସହ ସମାଧାନ ଦିଗରେ ପ୍ରଶାସନ କି ପଦକ୍ଷେପ ନେବ ସେନେଇ ପ୍ରଶ୍ନ ପଚାରିଥିଲେ। ଚାଷୀଙ୍କ ବିଭିନ୍ନ ସମସ୍ୟା ଯଥା ଅଧିକ ଜମିର ଧାନ ବିକ୍ରି କଲେ ମଧ୍ୟ ଇନପୁଟ ସବସିଡି ପ୍ରଦାନ କରିବା, ମିଲର ମାନଙ୍କ ଏଜେଣ୍ଟ ନିଯୁକ୍ତିରେ ସ୍ଥାନୀୟ ଲୋକଙ୍କୁ ସାମିଲ ନକରିବା, ଟ୍ରକ୍ ସମସ୍ୟା ଯେପରି ନହେବ ସେଥି ପ୍ରତି ଧ୍ୟାନ ଦେବା, କଟନି ଛଟଣିରେ ଯେପରି ଚାଷୀ ଅଧିକ କ୍ଷତିରେ ନ ପଡନ୍ତି ସେଥିପ୍ରତି ଦୃଷ୍ଟି ଦେବା, ବସ୍ତା ସମସ୍ୟା ଦୂର କରିବା, ଟିକିଲିପଡା ଏବଂ କଟଙ୍ଗପାଣି ରେ ଏକ ଦିନ ବଦଳରେ ୨ ଦିନ ଧାନ କ୍ରୟ ପାଇଁ ବ୍ୟବସ୍ଥା କରିବା, ସବୁ ମଣ୍ଡିରେ ଏଫଏକ୍ୟୁ ମାନ ଥିବା ସାମ୍ପଲ ରଖିବା, ଆନୁଷ୍ଠାନିକ ଭାବେ କ୍ୱାଲିଫ୍ୟା ଏନାଲିଷ୍ଟ ମାନଙ୍କୁ ମଣ୍ଡିରେ ନିଯୁକ୍ତି କରିବା, ମଣ୍ଡିରେ ହାତୀ ଧାନ ଖାଇବା ସମସ୍ୟା କୁ ଦୂର କରିବା, ମଣ୍ଡିରୁ ଧାନ ଚୋରି ରୋକିବା, ଭଲ ତାରପୋଲିନ ମଣ୍ଡିରେ ଯୋଗାଇବା, ଟୋକନ ବ୍ୟବସ୍ଥା କୁ ସରଳୀକରଣ କରିବା, ଧାନ କିଣାର ଧାର୍ଯ୍ୟ ସମୟ ସୀମା ୧୨ଘଣ୍ଟା କୁ ବୃଦ୍ଧି କରିବା ଆଦି ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା। ଏପ୍ରସଙ୍ଗରେ ଉପଜିଲ୍ଲାପାଳ ଶ୍ରୀ ପ୍ରଧାନ ସମସ୍ତ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେବେ ଏବଂ ଉଭୟ ଚାଷୀ ଏବଂ ପ୍ରଶାସନିକ ଅଧିକାରୀଙ୍କ ସହଯୋଗରେ ଧାନ କ୍ରୟ ବିକ୍ରୟ ହେବ ବୋଲି ନିର୍ଭର ପ୍ରତିଶୃତି ଦେଇଥିଲେ। ଶେଷରେ ସେକ୍ରେଟାରୀ ଶ୍ରୀ ନାଏକ ଧନ୍ୟବାଦ ଅର୍ପଣ କରି ଶିବିର କୁ ସାଙ୍ଗ କରିଥିଲେ।