ଓଡ଼ିଶା ଡଟ୍ ନ୍ୟୁଜ୍: ରାଜ୍ୟ ରାଜନୀତି ଏମିତି ହେଲାଣି ଯେ ସାମାଜିକ କାର୍ଯ୍ୟରେ ବି ପ୍ରବେଶ କଲାଣି । ଯାଜପୁରରେ ଏକ ବିବାହ ଭୋଜିରେ ରାଜନୈତିକ ଆକ୍ରୋଶରୁ ଗୁଳି ଫୁଟିଛି । ଘଟଣା ଯାଜପୁର ବଡ଼ଚଣା ଥାନା ଚଣ୍ଡିଖୋଲ ମହାବିନାୟକ ପୀଠରେ ଘଟିଛି । ପ୍ରଥମେ ମାରଣାସ୍ତ୍ରରେ ଆକ୍ରମଣ ଓ ପରେ ଗୁଳି ମାଡ ହୋଇଛି ।
ଅଭିଯୋଗ ଅନୁସାରେ, ବାଜାବାଟୀ ଅଞ୍ଚଳର ଦୁର୍ଯ୍ୟୋଧନ ବେହେରାଙ୍କ ସହିତ ଗାଁର କିଛି ଲୋକ ବିବାହ ଭୋଜିରେ ଯୋଗ ଦେବାକୁ ଯାଇଥିଲେ । ସେଠାରେ ରାଜନୈତିକ ଆକ୍ରୋଶକୁ ନେଇ ପ୍ରଥମେ ପାଟିତୁଣ୍ଡ ହୋଇଥିଲା । ଧର୍ମଶାଳା ଥାନା ତରଞ୍ଜିଆ ପୂର୍ବତନ ଜିଲ୍ଲା ପରିଷଦଙ୍କ ସହ ବିଜେଡିର କିଛି ଯୁବକ ହଠାତ ମରଣାସ୍ତ୍ରରେ ସେମାନଙ୍କୁ ଆକ୍ରମଣ କରିଥିଲେ । ଏହାପରେ ଗୁଳି ଫୁଟିଥିଲା ।
ଗୁଳିମାଡ଼ରେ ଦୁଇ ଜଣ ଆହତ ହୋଇଥିବାବେଳେ ଉତ୍ତେଜନା ଦେଖିବାକୁ ମିଳିଥିଲା । ଘଟଣା ନେଇ ବଡ଼ଚଣା ଥାନାରେ ଲିଖିତ ଅଭିଯୋଗ ହୋଇଛି । ପୋଲିସ ଏକ ମାମଲା ରୁଜୁ କରିବା ସହ ସାଇଣ୍ଟଫିକ ଟିମ୍ ସହାୟତାରେ ତଦନ୍ତ ଜାରି ରଖିଛି ।