News from Kalahandi Odisha
News from Kalahandi Odisha

ରାଜ୍ୟସ୍ତରୀୟ ଲୋକ ନୃତ୍ୟ ପ୍ରତିଯୋଗିତାରେ ଥୁଆପଦର ଉଚ୍ଚ ବିଦ୍ୟାଳୟର ସଫଳତା୧୨.୧୦.୧୩ ରାଜ୍ୟ ସ୍ତରୀୟ ଲୋକନୃତ୍ୟ ପ୍ରତିଯୋଗିତା ୨୦୨୩ ଭୁବନେଶ୍ୱରର Unit 6 ବାଳିକା ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ କଳାହାଣ୍ଡି ଜିଲ୍ଲାର ଥୁଆପଦର ହାଇସ୍କୁଲର ଛାତ୍ରୀମାନଙ୍କ ନୃତ୍ୟ ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା। ହାଇସ୍କୁଲର ଶିକ୍ଷୟତ୍ରୀ ଦୀପ୍ତିମୟୀ ସିଂହଙ୍କ ତତ୍ତ୍ଵାବଧାନରେ ଏକ ଦଳ ଜିଲ୍ଲା ସ୍ତରୀୟ ନୃତ୍ୟ ପ୍ରତିଯୋଗିତା ପ୍ରଥମ ହୋଇ ରାଜ୍ୟସ୍ତରକୁ ଉନ୍ନୀତ ହୋଇଥିଲେ । ରାଜ୍ୟ ସ୍ତରରେ “ପୁଅ ଝିଅ ସବୁ ସମାନ” ବିଷୟ ଭିତ୍ତିକ ନୃତ୍ୟ କରି ସମସ୍ତଙ୍କ ପ୍ରିୟଭାଜନ ହେବା ସହିତ ତୃତୀୟ ସ୍ଥାନ ଲାଭ କରିଥିଲେ। ଏଥିରେ ଛାତ୍ରୀମାନେ ଭାରତୀ ବାଗ, ଭାଗ୍ୟଶ୍ରୀ ରଣା, ଅଙ୍କିତା ଧଙ୍ଗଡା ମାଝୀ, ସୀମା ଯାନୀ, ତୃପ୍ତି ହରିଜନ ଓ ସନ୍ତୋଷିନୀ ତାଣ୍ଡି ଅଂଶ ଗ୍ରହଣ କରିଥିଲେ । ପ୍ରଧାନ ଶିକ୍ଷକ ଶ୍ରୀ ଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ଏଥିରେ ସମସ୍ତ ଛାତ୍ରୀ ମାନଙ୍କୁ ଶୁଭକାମନା ଜ୍ଞାପନା କରିଥିଲା। କେବଳ ସେତିକି ନୁହେଁ Zonal Level Science Drama Competitionରେ ମଧ୍ୟ ଛାତ୍ରୀମାନେ ଦ୍ୱିତୀୟ ସ୍ଥାନ ଅଧିକାର କରି ବିଦ୍ୟାଳୟକୁ ଗୌରବାନ୍ୱତ କରିଛନ୍ତି। ଏଥିରେ ସମସ୍ତ ଶିକ୍ଷକ ଗିରିଜା ଶଙ୍କର ସାହୁ, ବିରଞ୍ଚି ତାଣ୍ଡି, ମୃତ୍ୟୁଞ୍ଜୟ ପତି, ଶିବଦତ୍ତ ପଣ୍ଡା,ଧୁନତିସା ରଞ୍ଜନ ମାଝୀ, ବିଭୁତି ପ୍ରଧାନ, ନରେନ୍ଦ୍ର କୁମଝରିଆ, ଉମାକାନ୍ତ ପାଣିଗ୍ରାହୀ, ପତନ ସାହୁ,କେଶବ ପ୍ରଧାନ ଓ ଶିକ୍ଷୟତ୍ରୀ ସୌଦାମିନୀ ବନଗୋଲା ତଥା ଦିଗାମ୍ବର ଭୋଇଙ୍କର ସହଯୋଗ ରହିଛି। ଏଥିପାଇଁ ବୁଦ୍ଧିଜୀବୀ ମହଲରୁ ବିଦ୍ୟାଳୟକୁ ଶୁଭେଚ୍ଛାର ବାର୍ତ୍ତାର ସୁଅ ଛୁଟିଛି।
କଳାହାଣ୍ଡି, ୧୩/୧୦ (ଜଗନ୍ନାଥ ନାଏକ) : ରାଜ୍ୟ ସ୍ତରୀୟ ଲୋକନୃତ୍ୟ ପ୍ରତିଯୋଗିତା ୨୦୨୩ ଭୁବନେଶ୍ୱରର Unit 6 ବାଳିକା ଉଚ୍ଚ...

କଳାହାଣ୍ଡି ବିଶ୍ୱବିଦ୍ୟାଳୟରେ ଏନ୍ ଏସ୍ ଏସ୍ ତରଫରୁ ମେରି ମାଟି ମେରା ଦେଶ କାର୍ଯ୍ୟକ୍ରମ ପାଳିତ
କଳାହାଣ୍ଡି, ୧୩/୧୦ (ଜଗନ୍ନାଥ ନାଏକ) : କଳାହାଣ୍ଡି ବିଶ୍ୱବିଦ୍ୟାଳୟର ଏନ୍ ଏସ୍ ଏସ୍ ପ୍ରଭାଗ ତରଫରୁ ମେରି ମାଟି ମେରା...

ଯୁବ ରେଡକ୍ରସର ସଡକ ସୁରକ୍ଷା ଓ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ସଚେତନତା ହିଁ ସାଇବର ଠକେଇ ସୁରକ୍ଷା
କଳାହାଣ୍ଡି, ୧୩/୧୦ (ଜଗନ୍ନାଥ ନାଏକ) : ସ୍ଥାନୀୟ ମିଳିତ ପଞ୍ଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ରୁପ୍ରା, ମୁସ୍କୁଟି ଯୁବରେଡକ୍ରସ ଶାଖା...

କୋକସରା ଡିଗ୍ରୀ କଲେଜରେ “ମେରି ମିଟ୍ଟୀ ମେରା ଦେଶ” କାର୍ଯ୍ୟକ୍ରମ ଅନୁଷ୍ଠିତ।
କୋକସରା:୧୩/୧୦ କଳାହାଣ୍ଡି ଜିଲ୍ଲା କୋକସରା ଡିଗ୍ରୀ ମହାବିଦ୍ୟାଳୟ ଠାରେ ଶୁକ୍ରବାର କେନ୍ଦ୍ର ସରକାରଙ୍କ ଜାତୀୟ ସେବା ଯୋଜନା ଏନଏସଏସ ମିଳିତ...

ମାଝୀଗୁଡା ଉଚ୍ଚ ବିଦ୍ୟାଳୟ ରେ ବ୍ଲକ ସ୍ତରୀୟ ଆଥଲେଟିକ୍ସ ମିଟ୍ କ୍ରୀଡା ଉତ୍ସଵ ଅନୁଷ୍ଠିତ।
କୋକସରା; କ୍ରୀଡା କ୍ଷେତ୍ରରେ ଛାତ୍ରଛାତ୍ରୀ ଙ୍କୁ ପାରଦର୍ଶିତା ପାଇଁ ପ୍ରତିବର୍ଷ ଆଥଲେଟିକ୍ସ ମିଟ କ୍ରୀଡା ଉତ୍ସଵ କାର୍ଯ୍ୟକ୍ରମ ପ୍ରତି ବ୍ଲକ...

ଛତର ଯାତ୍ରାରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପୁଲିସ-ପୌର ପରିଷଦର ମିଳିତ ବୈଠକ ଅନୁଷ୍ଠିତ
କଳାହାଣ୍ଡି,୧୩/୧୦-କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଟାଉନ ଥାନା ଓ ଭବାନୀପାଟଣା ପୌର ପରିଷଦର ମିଳିତ ଆନୁକୂଲ୍ୟରେ ମାଣିକେଶ୍ବରୀଙ୍କ ଛତରଯାତ୍ରା ସମୟରେ ଶାନ୍ତି...

କଳାହାଣ୍ଡି ବିଶ୍ୱବିଦ୍ୟାଳୟରେ ‘ମେରି ମିଟି, ମେରା ଦେଶ’ କାର୍ଯ୍ୟକ୍ରମ ପାଳିତ
କଳାହାଣ୍ଡି,୧୩/୧୦-କଳାହାଣ୍ଡି ବିଶ୍ୱବିଦ୍ୟାଳୟର ଏନ୍ଏସ୍ଏସ୍ ପ୍ରଭାଗ ତରଫରୁ ‘ମେରି ମିଟି ମେରା ଦେଶ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଶ୍ୱବିଦ୍ୟାଳୟର କୁଳପତି...

ସାଇନିଂ ୱାର୍ଲଡ଼ ଇଂରାଜୀ ମିଡିୟମସ୍କୁଲ ରେ ବିଜ୍ଞାନ ମେଳା ଅନୁଷ୍ଠିତ
କୋକସରା:୧୩/୧୦ ଜୁନାଗଡ ବ୍ଲକ ଚାର ବାହାଲ ସାଇନିଂ ୱାର୍ଲଡ଼ ଇଂରାଜୀ ମିଡିୟମ ସ୍କୁଲ ଠାରେ ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ବିଜ୍ଞାନ...

ସ୍କୁଟି ଯୋଜନାରେ କଳାହାଣ୍ଡି ମହିଳାଙ୍କୁ ମିଳିଲା ଅଗ୍ରାଧିକାର। ପ୍ରଥମ ପର୍ଯ୍ୟାୟରେ ଚାରି ଶହରୁ ଉର୍ଦ୍ଧ୍ବ ସ୍କୁଟି ବଣ୍ଟନ
କଳାହାଣ୍ଡି, ୧୩/୧୦ (ଜଗନ୍ନାଥ ନାଏକ) : ମହିଳାଙ୍କୁ ଅଗ୍ରାଧିକାର ଦେବା ସହ ସ୍ବାବଲମ୍ବୀ କରାଇବା ପାଇଁ ରାଜ୍ୟ ସରକାର ମିଶନ...

ଭବାନୀପାଟଣା ଏସ.ଏନ୍. କଲ୍ୟାଣ ମଣ୍ଡପ ଠାରେ ଓଡିଶା ବିକଳାଙ୍ଗ ମଞ୍ଚର ରାଜ୍ୟ ସ୍ତରୀୟ ନେତୃତ୍ୱ ପ୍ରଶିକ୍ଷଣ କର୍ମଶାଳା ଓ ସମୀକ୍ଷା ବୈଠକ
କଳାହାଣ୍ଡି, ୧୩/୧୦ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସ୍ଥାନୀୟ ଏସ.ଏନ୍. କଲ୍ୟାଣ ମଣ୍ଡପ ଠାରେ ଓଡିଶା ବିକଳାଙ୍ଗ...

ଭବାନୀପାଟଣା ମେଦିନୀପୁର ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ଶିଶୁ ମହୋତ୍ସବ- ୨୦୨୩
କଳାହାଣ୍ଡି, ୧୩/୧୦ (ଜଗନ୍ନାଥ ନାଏକ) : ସଦର ମହକୁମା ଭବାନୀପାଟଣା ର ମେଦିନୀପୁର ଉଚ୍ଚ ବିଦ୍ୟାଳୟ ଠାରେ ମେଦିନୀପୁର ଆଞ୍ଚଳିକ...

କେଗାଁ ଠାରେ ସାଇବର ଠକେଇ ସୁରକ୍ଷା ସଚେତନତା ରଥକୁ ସ୍ୱାଗତ
କଳାହାଣ୍ଡି, ୧୩/୧୦ (ଜଗନ୍ନାଥ ନାଏକ) : ଜନସାଧାରଣଙ୍କୁ ଅନଲାଇନ ଠକେଇ ବିଷୟରେ ସଚେତନ କରିବା ପାଇଁ ଓଡିଶା ପୋଲିସ ପ୍ରଶାସନ...