ନୂଆଦିଲ୍ଲୀ: ବିଶ୍ଵକପ୍ ୨୦୨୩ରେ ଏ ପର୍ଯ୍ୟନ୍ତ ୧୩ଟି ମ୍ୟାଚ୍ ଖେଳା ଯାଇଛି। କିଛି ଦଳ ୩ଟି ମ୍ୟାଚ୍ ଖେଳି ସାରିଥିବା ବେଳେ କିଛି ଦଳ ୨ଟି ମ୍ୟାଚ୍ ଖେଳିଛନ୍ତି। ଅଦ୍ୟାବଧି ସରିଥିବା ୧୩ଟି ମ୍ୟାଚ୍ ପରେ ଏହି ଟୁର୍ଣ୍ଣାମେଣ୍ଟରେ ସର୍ବାଧିକ ରନ ହାସଲକାରୀ ବ୍ୟାଟର ତାଲିକାରେ ମହମ୍ମଦ ରିଜଓ୍ଵାନ ସବୁଠୁ ଆଗରେ ଥିବା ବେଳେ ଓ୍ଵିକେଟ ନେବାରେ ଭାରତୀୟ ଦଳର ଦ୍ରୁତ ବୋଲର ଆଗରେ ଅଛନ୍ତି।
୧ – ସର୍ବାଧିକ ରନ: ମହମ୍ମଦ ରିଜଓ୍ଵାନ ୨୪୮ ରନ ସହ ଶୀର୍ଷରେ। ଦ୍ଵିତୀୟରେ ଡେଭନ କନଓ୍ଵେ ୨୨୯ ରନ ଓ ରୋହିତ ଶର୍ମା ୨୧୭ ରନ ତୃତୀୟରେ ଅଛନ୍ତି।
୨ – ସର୍ବାଧିକ ଓ୍ଵିକେଟ୍: ଯଶପ୍ରୀତ ବୁମରା ୩ଟି ମ୍ୟାଚରେ ୮ ଓ୍ଵିକେଟ୍ ସହ ଶୀର୍ଷରେ ଅଛନ୍ତି। ଏହି ସ୍ଥାନରେ ମିଚେଲ୍ ସାଣ୍ଟନର ୮ ଓ ମ୍ୟାଟ୍ ହେନରୀ ମଧ୍ୟ ୮ ଓ୍ଵିକେଟ୍ ନେଇଛନ୍ତି।
୩ – ସର୍ବଶ୍ରେଷ୍ଠ ଇନିଂସ: ନ୍ୟୁଜିଲାଣ୍ଡର ଡେଭନ କନଓ୍ଵେ ଇଂଲଣ୍ଡ ବିପକ୍ଷରେ ୧୪୭ ବଲରୁ ୧୫୨ ରନର ଇନିଂସ ଖେଳିଛନ୍ତି, ଯାହା ଚଳିତ ବିଶ୍ଵକପର ସବୁଠୁ ବଡ଼ ପାଳି।
୪ – ସବୁଠୁ ଅଧିକ ଏଭାରେଜ: କିଓ୍ଵି ବ୍ୟାଟର ଡେରିଲ ମିଚେଲ୍ ଶୀର୍ଷରେ ଅଛନ୍ତି। ସେ ୩ଟି ମ୍ୟାଚରେ ୨ଟି ଇନିଂସରେ ଥରେ ଅପରାଜିତ ରହି ୧୩୭ ରନ କରିଛନ୍ତି। ଅର୍ଥାତ ତାଙ୍କର ବ୍ୟାଟିଂ ହାର ୧୩୭ ରହିଛି।
୫ – ସବୁଠୁ ଅଧିକ ଷ୍ଟ୍ରାଇକ୍ ରେଟ୍: ଶ୍ରୀଲଙ୍କାର କୁଶଳ ମେଣ୍ଡିସ ଏହି ବିଶ୍ଵକପରେ ୧୧୯ଟି ବଲରେ ୧୯୮ ରନ କରିଛନ୍ତି। ତାଙ୍କର ଷ୍ଟାଇକ୍ ରେଟ୍ ୧୬୬.୩୮ ରହିଛି।
୬ – ସବୁଠୁ ଅଧିକ ଛକା: ଏହି ରେକର୍ଡ ମଧ୍ୟ କୁଶଳ ମେଣ୍ଡିସଙ୍କ ନାମରେ ରହିଛି। ସେ ଏ ପର୍ଯ୍ୟନ୍ତ ୧୪ଟି ଛକା ମାରିଛନ୍ତି।
୭ – ସର୍ବଶ୍ରେଷ୍ଠ ବୋଲିଂ: କିଓ୍ଵି ସ୍ପିନର ମିଚେଲ୍ ସାଣ୍ଟନର ନେଦରଲାଣ୍ଡ ବିପକ୍ଷରେ ୧୦ ଓଭରରେ ୫୯ ରନ ଦେଇ ୫ ଓ୍ଵିକେଟ୍ ନେଇଛନ୍ତି।
୮ – ବେଷ୍ଟ ଇକୋନୋମି ରେଟ୍: ଭାରତୀୟ ସ୍ପିନର ଆର ଅଶ୍ଵିନ ଏହି ବିଶ୍ଵକପରେ ୧୦ ଓଭର ବୋଲିଂ କରି ମାତ୍ର ୩୪ ରନ ଦେଇଛନ୍ତି। ତାଙ୍କର ଇକୋନୋମି ରେଟ୍ ମାତ୍ର ୩.୪ ରହିଛି।
୯ – ସର୍ବଶ୍ରେଷ୍ଠ ବୋଲିଂ ହାର: ଭାରତୀୟ ଦ୍ରୁତ ବୋଲର ଯଶପ୍ରୀତ ବୁମରାଙ୍କ ଏହି ବିଶ୍ଵକପରେ ବୋଲିଂ ହାର ୧୧.୬୨ ରହିଛି। ଅର୍ଥାତ ସେ ପ୍ରତି ୧୨ ରନରେ ଗୋଟିଏ ଓ୍ଵିକେଟ୍ ନେଇଛନ୍ତି।
୧୦ – ଟପ୍ ବୋଲିଂ ଷ୍ଟ୍ରାଇକ୍ ରେଟ୍: ବାଂଲାଦେଶର ମେହଦୀ ହସନ ୮ ଓଭର ବୋଲିଂ କରି ୪ ଓ୍ଵିକେଟ୍ ନେଇଛନ୍ତି। ଅର୍ଥାତ ସେ ପ୍ରତି ୧୨ ବଲରେ ଗୋଟିଏ ଓ୍ଵିକେଟ୍ ନେଇଛନ୍ତି।