Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ନୀଲଡୁଙ୍ଗରୀ ବୃହତ ମାର୍କେଟ ଟର୍ମିନାଲ ପ୍ରସଙ୍ଗ,ରାଜ୍ୟ ସରକାର କୃଷକ ବିରୋଧି: ନାଉରୀ ନାଏକ

ସମ୍ବଲପୁର : ନିର୍ବାଚନ ଆସିଲେ ବହୁତ୍ ଯୋଜନା ଓ ପ୍ରକଳ୍ପ ଘୋଷଣା ହୁଏ ଓ ରାଜ୍ୟବ୍ୟାପୀ ଶିଳାନ୍ୟାସ ମାନ କରି ରାଜକୋଷରୁ କୋଟି କୋଟି ଟଙ୍କା ବ୍ୟୟ କରିଚାଲାନ୍ତି । ବରଗଡ଼ ଚାଷୀ ସମାବେଶ ରେ ଧାନ କ୍ଵିଣ୍ଟାଲ ପ୍ରତି ୧୦୦ ଟଙ୍କା ଘୋଷଣା ହେଉ କି ନିଲଡୁଙ୍ଗରୀ ପ୍ରକଳ୍ପ ର ଶିଳାନ୍ୟାସ ସବୁଥିରେ ଫଳ ଶୂନ୍ୟ । ଏମିତି ଅନେକ ଉଦାହରଣ ରୁ ରାଜ୍ୟ ସରକାର କୃଷକ ବିରୋଧି ବୋଲି ସ୍ପଷ୍ଟ ପ୍ରମାଣିତ ହୁଏ ବୋଲି ରେଙ୍ଗାଲି ବିଧାୟକ ନାଉରୀ ନାଏକ ଏକ ପ୍ରେସ ବିବୃତିରେ କହିଛନ୍ତି।
ସମ୍ବଲପୁର ନିକଟସ୍ଥ ନିଲଡୁଙ୍ଗରୀ ବୃହତ ମାର୍କେଟ ଟର୍ମିନାଲ (କୃଷକ ବଜାର) କାର୍ଯ୍ୟକ୍ଷମ କରିବା ନେଇ ୨୨ ବିଧାନସଭାରେ ତାଙ୍କର ତାରକା ପ୍ରଶ୍ନରେ କୃଷି ଓ କୃଷକ ସଶକ୍ତି କରଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଉତ୍ତରକୁ ନେଇ ବିଧାୟକ ଅସନ୍ତୋଷ ପ୍ରକାଶ କରି ଏଭଳି ପ୍ରତିକ୍ରିୟା ରଖିଛନ୍ତି। ୨୨ ତାରିଖ ବିଧାନ ସଭାରେ ଏହି ବୃହତ ମାର୍କେଟ ଟର୍ମିନାଲ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଶିଳାନ୍ୟାସ ପରିପେକ୍ଷିରେ କେଉଁ କେଉଁ ବାବଦରେ କେତେ ବ୍ଯୟରେ କେବେ କୃଷକ ବଜାର ପ୍ରକଳ୍ପ ଆରମ୍ଭ କରାଯାଇ କେବେ ସୁଦ୍ଧା ଏହା କର୍ଯ୍ୟକ୍ଷମ ହେବା ନେଇ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା ଏବଂ ସମ୍ପୃକ୍ତ ନିଷ୍ପତ୍ତି ଆଧାରରେ କେଉଁ କେଉଁ କ୍ଷେତ୍ରରେ କେତେ ଅର୍ଥ ବ୍ୟୟ କରାଯାଇଛି ଏବଂ କୃଷକ ବଜାରର ସାଂପ୍ରତିକ ସ୍ଥିତାବସ୍ଥା ଓ ଅଗ୍ରଗତି ସଂପର୍କରେ ଅବଗତ କରାଇବା ସହିତ କେବେ ସୁଦ୍ଧା ଏହା କାର୍ଯ୍ୟକ୍ଷମ ହେବ ତାହା ମନ୍ତ୍ରୀଙ୍କ ଠାରୁ ଉତ୍ତର ଚାହିବା ସହ କେଉଁ କାରଣର ଏହି ପ୍ରକଳ୍ପ ହୋଇ ପାରିନାହିଁ ଏବଂ ଏଥିପାଇଁ କେଉଁ କେଉଁ ମାନଙ୍କୁ ଉତ୍ତରଦାୟୀ କରାଯାଇଛି ତାହା ଗୃହକୁ ଜଣାଇବା ପାଇଁ ତାରକା ପ୍ରଶ୍ନ କରିଥିଲେ। ତାହାର ଉତ୍ତରରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଥିଲେ କୃଷିଜାତ ଦ୍ରବ୍ୟର ବିକ୍ରିବଟା ନିମନ୍ତେ ସମନ୍ୱିତ ଉଦ୍ୟାନ କୃଷି ଉନ୍ନୟନ ମିଶନ (ଏମଆଇଡିଏଚ)ମାଧ୍ୟମରେ ସମ୍ବଲପୁର ଜିଲ୍ଲାର ନୀଲଡୁଙ୍ଗରୀ ଠାରେ ଥିବା ସରକାରୀ କୃଷି ଫାର୍ମ ଏକ ଅଂଶରେ ଏକ ଆଧୁନିକ କୃଷି ବଜାର ସ୍ଥାପନା କରାଯିବା ପାଇଁ ପ୍ରସ୍ଥାବ ଥିଲା। ଏଥିପାଇଁ କେନ୍ଦ୍ର ସରକାରଙ୍କ ନିୟମାବଳୀ ଅନୁସାରେ ଏକ ବେସରକାରୀ କମ୍ପାନୀ ଏଲଏମଜେ ଇଣ୍ଟରନ୍ୟାସନାଲ ଲିଃ,କୋଲକତାକୁ ଚୟନ କରାଯାଇଥିଲା। ଏହି ବଜାର ୬୦ ଏକର ପରିମିତ ଯାଗାରେ ପ୍ରତିଷ୍ଠା କରାଯିବାର ଯୋଜନା କରାଯାଇଥିଲା।ଏହା ସ୍ଥାପନ କରିବା ପାଇଁ ୭୩.୯୯ କୋଟି ଟଙ୍କାର ବ୍ୟୟ ଅଟକଳ ହୋଇଥିଲା।ତନ୍ମଧ୍ୟରୁ କେନ୍ଦ୍ର ସହାୟତା ରାଶି ୨୯.୪୯ କୋଟି ଟଙ୍କା ଥିଲା।ଅବଶିଷ୍ଟ ରାଶି ଅଂଶଧନ ଏବଂ ଋଣ ଆକାରରେ ଉପରୋକ୍ତ ସଂସ୍ଥା ଯୋଗାଡ କରିବା ଥିଲା।
ପରବର୍ତ୍ତୀ ସମୟରେ ଚୟନ କରାଯାଇଥିବା ସଂସ୍ଥା ଏଲଏମଜେ ଇଣ୍ଟରନେସନାଲ ଲିଃ କୋଲକତା ଜମି ଲିଜ ଅବଧି ୧୫ ବର୍ଷରୁ ୯୯ ବର୍ଷ ବଢାଇବା ପାଇଁ ଅନୁରୋଧ କରିଥିଲା,ମାତ୍ର ଏହି ଲିଜ ଅବଧି ସର୍ବାଧିକ ୨୫ ବର୍ଷ ପର୍ଯ୍ୟନ୍ତ ଦିଆଯାଇ ପାରିବ ବୋଲି ସେହି ସଂସ୍ଥାକୁ ଜଣାଇ ଦିଆଯାଇଛି ବୋଲି ମନ୍ତ୍ରୀ ଗୃହରେ ଉତ୍ତର ରଖିଥିଲେ। ଏହା ସନ୍ତେଷ ଜନକ ଉତ୍ତର ନଥିଲା ବା ଏହାର କାର୍ଯ୍ୟକାରିତା ନେଇ ସରକାର ପରବର୍ତ୍ତୀ ସମୟରେ କୌଣସି ପଦକ୍ଷେପ ଗ୍ରହଣ କରିନଥିବା ଏଥିରୁ ସ୍ୱଷ୍ଟ ହୋଇଛି ।
ଅନ୍ୟ ପକ୍ଷରେ ଏହି ପ୍ରକଳ୍ପକୁ କାର୍ଯ୍ୟକ୍ଷମ କରାଯାଇ ପଶ୍ଚିମାଞ୍ଚଳର ସମ୍ବଲପୁର,ସୁନ୍ଦରଗଡ, ଦେବଗଡ, ଅନୁଗୁଲ,ସୁବର୍ଣ୍ଣପୁର,ବଳାଙ୍ଗୀର,ବରଗଡ,ଝାରସୁଗୁଡା,କଳାହାଣ୍ଡି ଭଳି ୧୦ ଜିଲ୍ଲାର କୃଷି ଓ କୃଷକଙ୍କୁ ନ୍ୟାୟ ଦେବା ପାଇଁ ସମ୍ବଲପୁର ସହରରେ ୫ଟି ସଚିବ ଭିକେ ପାଣ୍ଡିଆନଙ୍କ ଜନ ଶୁଣାନି ସମୟରେ ଅଞ୍ଚଳର ବିଶିଷ୍ଟ ସମାଜସେବୀ ଡା.ରାଜାରାମ ଷଡଙ୍ଗୀ ଓ କବରାପାଲି ସରପଞ୍ଚ୍ ଅନ୍ତର୍ଜାମୀ ପ୍ରଧାନଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ପାଣ୍ଡିଆନଙ୍କୁ ଭେଟି ଦାବି ପତ୍ର ପ୍ରଦାନ କରିଥିଲେ। କିନ୍ତୁ ଏହି ଦାବି ପତ୍ର ନିଜେ ପାଣ୍ଡିଆନ ନିଜ ହାତରେ ନେଇଥିଲେବି ଏ ବିଷୟରେ ପଦେ ସୁଦ୍ଧା ଉତ୍ତର ରଖି ନାହାନ୍ତି କିମ୍ବା ଏକ ସପ୍ତାହ ମଧ୍ୟରେ କ’ଣ ବରଂ ୩ ମାସ ବିତି ଯାଇଥିଲେ ସୁ୍ଦ୍ଧା ସରକାର ଏହାର କୌଣସି ଉତ୍ତର ଦେଇ ନଥିବାରୁ ଏହାର ଅନିଶ୍ଚତତା ନେଇ ଅଞ୍ଚଳରେ କେବଳ ନୈରାଶ୍ୟ ଭାବ ଦେଖା ଦେଇନାହିଁ । ବରଂ ପଶ୍ଚିମାଞ୍ଚଳର କୃଷି ଓ କୃଷକ ମାନଙ୍କ ପାଇଁ ଏହା ସରକାରଙ୍କ ବୈମାତୃକ ମନୋଭାବର ସ୍ୱଷ୍ଟ ନମୁନା ବୋଲି ଅଞ୍ଚଳରେ ବେଶ ଚର୍ଚା ଧରିଛି ।