ଏବର୍ଷ ଗୋଟିଏ ଦିନରେ ହେବ ୩ଟି ସୂର୍ଯ୍ୟପରାଗ


ଭୁବନେଶ୍ବର: ଚଳିତବର୍ଷ ଏପ୍ରିଲ ୨୦ରେ ପଡ଼ୁଛି ସୂର୍ଯ୍ୟପରାଗ। ଏଥର କିନ୍ତୁ ଗୋଟିଏ ଦିନରେ ହେବ ୩ଟି ସୂର୍ଯ୍ୟ ପରାଗ। ଏହି ପରାଗକୁ ବୈଜ୍ଞାନିକମାନେ ହାଇବ୍ରିଡ ସୂର୍ଯ୍ୟ ପରାଗ ବୋଲି କହୁଛନ୍ତି । ରିପୋର୍ଟ ଅନୁଯାୟୀ ପ୍ରାୟ ଶହେ ବର୍ଷ ତଲେ ଏହି ହାଇବ୍ରିଡ୍‌ ସୂର୍ଯ୍ୟପରାଗ ହୋଇଥିଲା। ଏ ବେ ଶହେ ବର୍ଷ ପରେ ପୁଣି ଥରେ ପଡୁଛି।

ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ ସକାଳ ୭.୦୮ରୁ ଆରମ୍ଭ ହେଇ ଦିନ ୧୨ଟା ୨୯ରେ ସରିବ । ଏହି ପରାଗର ଅବଧି ୫ ଘଣ୍ଟା ୨୪ ମିନିଟ ରହିବ । କିନ୍ତୁ ଏଥର ସୂର୍ଯ୍ୟପରାଗ ଭାରତରେ ଦୃଶ୍ୟମାନ ହେବନାହିଁ ।

ଚଳିତ ଥର ୩ଟି ସୂର୍ଯ୍ୟ ପରାଗ ହେଉଥିବାରୁ ଆଂଶିକ ପରାଗ, ପୂର୍ଣ୍ଣ ପରାଗ ଏବଂ କୁଣ୍ଡଳାକାର ପରାଗ ରୂପରେ ସୂର୍ଯ୍ୟ ଦୃଶ୍ୟମାନ ହେବେ ।

ତେବେ ଏହି ହାଇବ୍ରିଡ ସୂର୍ଯ୍ୟ ପରାଗ କ’ଣ? ଆଂଶିକ, ପୂର୍ଣ୍ଣ ଏବଂ କୁଣ୍ଡଳାକାର ପରାଗକୁ ହିଁ ହାଇବ୍ରିଡ ସୂର୍ଯ୍ୟ ପରାଗ ବୋଲି କୁହାଯାଏ । ଏହା ପ୍ରତି ଶହେ ବର୍ଷରେ ଥରେ ଦୃଶ୍ୟମାନ ହୋଇଥାଏ । ଏହି ପରାଗରେ ଚନ୍ଦ୍ର ପୃଥିବୀଠୁ ଦୂରରେ ନଥାଏ କିମ୍ବା ପାଖରେ ବି ନଥାଏ ।  ଏହି ପରାଗରେ କିଛି ସମୟ ପାଇଁ ସୂର୍ଯ୍ୟ ରିଙ୍ଗ ଭଳି ଦେଖାଯାଇଥାଏ । ଏହାକୁ ରିଙ୍ଗ ଅଫ ଫାୟାର ବୋଲି ବି କୁହାଯାଏ ।