ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ପ୍ରଥମ ମହିଳା କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ ଙ୍କ ୧ବର୍ଷ ପୂର୍ତ୍ତି।


ଗୋପାଳପୁର: ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ରେ ପ୍ରଥମ ମହିଳା କୁଳପତି ଭାବେ ପ୍ରଫେସର୍ ଗୀତାଞ୍ଜଳି ଦାଶ ଗତ ୭/୫ /୨୨ ରେ ଦାୟିତ୍ଵ ଗ୍ରହଣ କରିଥିଲେ।ଆଜି ଦାୟିତ୍ଵ ଗ୍ରହଣ ର ଏକ ବର୍ଷ ପୂର୍ତ୍ତି ହୋଇଥିବା ବେଳେ ଆଗାମୀ ତିନିବର୍ଷ ରେ ବିଶ୍ଵବିଦ୍ୟାଳୟ କୁ ଏକ ନମ୍ବର କରି ଗଢି ତୋଳିବା ସହ ଶୈକ୍ଷିକ ବାତାବରଣ ଏବଂ ଗବେଷଣା ପ୍ରତି ଶିକ୍ଷକ ଓ ବିଦ୍ୟାର୍ଥୀ ଙ୍କୁ ଉତ୍ସାହିତ କରାଇବା ଲକ୍ଷ୍ୟ ରଖିଥିବା ଆଲୋଚନା ସମୟରେ ମତବ୍ୟକ୍ତ କରିଥିଲେ।ଏଥି ସହ ବିଦ୍ୟାର୍ଥୀ ଙ୍କୁ ନିଯୁକ୍ତି ନିମନ୍ତେ କ୍ୟାମ୍ପସ ନିଯୁକ୍ତି ବ୍ୟବସ୍ଥା, ଗବେଷକ ଙ୍କ ପାଇଁ ବିଭିନ୍ନ ଖ୍ୟାତି ସମ୍ପନ୍ନ ପ୍ରତିଷ୍ଠାନ ସହ ଏମ ଓ ୟୁ କରାଯିବା,ଚଳିତ ଶିକ୍ଷା ବର୍ଷରୁ ନୂତନ ପାଠ୍ୟକ୍ରମ ଖୋଲାଯିବା,କ୍ୟାମ୍ପସ କୁ ସମ୍ପୂର୍ଣ ସୋଲାର ସିଷ୍ଟମ କରାଯିବା ନେଇ ଲକ୍ଷ୍ୟ ରଖିଥିବା ମଧ୍ୟ ପ୍ରଫେସର ଦାଶ ମତବ୍ୟକ୍ତ କରିଛନ୍ତି। କୁଳପତି ଭାବରେ ଦାୟିତ୍ଵ ଗ୍ରହଣ ପରେ କ୍ୟାମ୍ପସ ପରିସର କୁ ସୌନ୍ଦର୍ଯ୍ୟ କରଣ କରିବା ସହ ବିଭିନ୍ନ ଛକ ରେ ପ୍ରତିକୃତି ସ୍ଥାପନ କରିଛନ୍ତି। ବିଦ୍ୟାର୍ଥୀ ଙ୍କ ରହିବା,ଖାଇବା ସହ ପାଠ ପଢା ଗବେଷଣା ନିଯୁକ୍ତି ଉପରେ ଅଧିକ ଗୁରୁତ୍ବ ଦେଇଛନ୍ତି। ବିଦ୍ୟାର୍ଥୀ ଙ୍କ ରହିବା ପାଇଁ ଛାତ୍ର ମାନଙ୍କ ପାଇଁ ନୂତନ ଛାତ୍ରାବାସ ସହ ଛାତ୍ରୀ ଙ୍କ ପାଇଁଁ ନୂତନ ଛାତ୍ରୀ ନିବାସ ଚାଲୁ କରିବା। ଶ୍ରେଣୀ ଶିକ୍ଷା ଦାନ ପାଇଁ ଅଧ୍ୟାପକ ଅଧ୍ୟାପିକା ଙ୍କୁ ଅଧିକ ଗୁରୁତ୍ବ ଦେବା ,ସଠିକ ସମୟରେ ପରୀକ୍ଷା ଓ ପରୀକ୍ଷା ଫଳ ପ୍ରକାଶ ପାଇଁ ପଦକ୍ଷେପ ଗ୍ରହଣ କରିଛନ୍ତି। ବିଦ୍ୟାର୍ଥୀ ସମେତ ଶିକ୍ଷକ ଓ ଗବେଷକ ଙ୍କ ନିମନ୍ତେ କ୍ୟାମ୍ପସ ପରିସରରେ ଥିବା ଲାଇବ୍ରେରୀ ର ଉନ୍ନତିକରଣ ସହ ବହୁ ବିଶିଷ୍ଟ ଲେଖକ ଲେଖିକା ଙ୍କ ବହି ଜୋନାଲ ବ୍ୟବସ୍ଥା କରାଯାଇଛି। ବିଦ୍ୟାର୍ଥୀ ସମେତ କ୍ୟାମ୍ପସ ପରିସରରେ ରହୁଥିବା କର୍ମଚାରୀ ଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ପ୍ରଦାନ ନିମନ୍ତେ ଙ୍କ କ୍ୟାମ୍ପସ ପରିସରରେ ଥିବା ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ର ର ଉନ୍ନତି କରଣ ବ୍ୟବସ୍ଥା କରାଯାଇଛି । ଉନ୍ନତ ଜ୍ଞାନ ଆରୋହଣ ନିମନ୍ତେ ଚଳିତ ବର୍ଷ ବିଭିନ୍ନ ବିଭାଗ ସହାୟତା ରେ ୯ ଟି ଆନ୍ତର୍ଜାତୀୟ ସମ୍ମିଳନୀ ଓ ବହୁ ଜାତୀୟ ସମ୍ମିଳନୀ,କର୍ମଶାଳା,ପ୍ରଶିକ୍ଷଣ ଶିବିର ଆୟୋଜନ କରାଯାଇଥିଲା ପ୍ରାୟ ୧୦୦ ପି ଏତେ ଡି,,୫ ଡି ଏସ ସି ଓ ୪ ଜଣଙ୍କୁ ଡିଲିଟ ପ୍ରଦାନ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ରେ ପ୍ରଦାନ କରାଯାଇଛି । ଉନ୍ନତ ମାନର ଗବେଷଣା ପାଇଁ ବିଶ୍ଵବିଦ୍ୟାଳୟ ପକ୍ଷରୁ ୮ ସଂସ୍ଥା ଙ୍କ ସହ ଏମ ଓ ୟୁ କରାଯାଇଛି। ଦୀର୍ଘ ବର୍ଷ ଧରି ଜଙ୍ଗଲ ଭାବେ ପଡିରହିଥିବା ପୁରୁଣା ହରିଣ ପାର୍କ କୁ ସୌନ୍ଦର୍ଯ୍ୟ କରଣ କରି ନଗର ବାଟିକା ରେ ରୂପାନ୍ତରଣ ପଦକ୍ଷେପ ନିଆଯାଇଥିବା ପ୍ରଫେସର ଦାଶ ପ୍ରକାଶ କରିଥିଲେ।ଖାଲି ପଡିରହିଥିବା ଶିକ୍ଷକ ଓ ଅଣ ଶିକ୍ଷକ କର୍ମଚାରୀ ପଦବୀ ପୂରଣ ପାଇଁ ବିଶ୍ଵବିଦ୍ୟାଳୟ ପକ୍ଷରୁ ସରକାର ଙ୍କ ଉଚ୍ଚ ଶିକ୍ଷା ବିଭାଗକୁ ଚିଠି କରାଯାଇଛି। ଶିକ୍ଷା ଦାନ ରେ ବାଧା ନ ଉପୁଜିବା ପାଇଁ ବିଭିନ୍ନ ବିଭାଗ ରେ ୨୧ ଜଣଙ୍କୁ ଠିକା ଶିକ୍ଷକ ଭାବେ ନିଯୁକ୍ତି ଦିଆଯାଇଛି,ଏହା ସହ ଅବସରପ୍ରାପ୍ତ ପ୍ରଧ୍ୟାପକ ମାନଙ୍କୁ ମଧ୍ୟ ଅତିଥି ପ୍ରଧ୍ୟାପକ ଭାବେ ନିଯୁକ୍ତି ଦିଆଯାଇଛି । ଦୀର୍ଘ ବର୍ଷ ଧରି କାର୍ଯ୍ୟରତ ଅଣ ଶିକ୍ଷକ କର୍ମଚାରୀ ଙ୍କ ପାଇଁ ୬୪ ଟି ନୂତନ କ୍ୱାଟର ଓ ଶିକ୍ଷକ ଙ୍କ ରହଣି ପାଇଁ ୩୦ ଟି କ୍ୱାଟରକୁ କାର୍ଯ୍ୟକ୍ଷମ କରାଯାଇଛି। ବାହାରେ ରହୁଥିବା ଅଣଶିକ୍ଷକ ଓ ଶିକ୍ଷକ ମାନେ କ୍ୟାମ୍ପସ ପରିସରରେ ରହିପାରିଲେ।କ୍ୟାମ୍ପସ ପରିସର ରେ ଷ୍ଟ୍ରିଟ ଲାଇଟ୍ ବ୍ୟବସ୍ଥା ସହ ବାରମ୍ବାର ବିଦ୍ୟୁତ୍ କାଟକୁ ନଜରରେ ରଖି କ୍ୟାମ୍ପସ କୁ ଗ୍ରୀନ ଏନାର୍ଜ ରେ ପରିଣତ ପାଇଁ ସୋଲାର ବ୍ୟବସ୍ଥା , ଜଳ ସଙ୍କଟ ଦୂର ପାଇଁ ଜଳ ସଂରକ୍ଷଣର ବ୍ୟବସ୍ଥ,। ବର୍ଜ୍ୟବସ୍ତୁ ରି ସlଇକିଲିଂ ବ୍ୟବସ୍ଥା ପ୍ରମୁଖ ହାତକୁ ନେଇ କାର୍ଯ୍ୟକ୍ଷମ କରିପାରିଛନ୍ତି। ସାମ୍ବାଦିକ ଓ ଗଣଯୋଗାଯୋଗ,ଜୁଲୋଜି,ଏମ ବି ଏ ସମେତ ଏନଭାୟରମେଣ୍ଟାଲ ସାଇନ୍ସ ବିଭାଗ କୁ ସ୍ଵତନ୍ତ୍ର କୋଠା କୁ ସ୍ଥାନାନ୍ତର କରାଯାଇଛି ।ଆବଶ୍ୟକ ପଡୁଥିବା ଅନ୍ୟାନ୍ୟ କୋଠା ନିର୍ମାଣ ପାଇଁ ବାରମ୍ବାର ଚିଠି କରାଯାଇଥିବା ବେଳେ ୧୦ କୋଟି ଅନୁଦାନ ମିଳିଥିବା ବେଳେ ଏଥିରେ କ୍ୟାମ୍ପସ ପରିସରରେ ୩ ଟି ନୂତନ କୋଠା ନିର୍ମାଣ କରାଯିବ।କ୍ୟାମ୍ପସ ପରିସର କୁ ନିଶା ଦ୍ରବ୍ୟ ଓ ପ୍ଲାଷ୍ଟିକ ମୁକ୍ତ ପଦକ୍ଷେପ ନିଆଯାଇଛି। ୨୦୨୨ ନଭେମ୍ବର ମାସରେ ନାକ ଟିମ୍ ଗସ୍ତରେ ଆସିଥିଲେ।କୋଭିଡ ୨ ବର୍ଷ ବିଶ୍ୱବିଦ୍ୟାଳୟରେ କୌଣସି ଉନ୍ନତି ହୋଇନଥିବା ବେଳେ ନାକ ମାନ୍ୟତାରେ ଗତଥର ଅପେକ୍ଷା କମ ଗ୍ରେଡ ପାଇବ ସହ ଏ ଗ୍ରେଡ ରୁ ବି ଗ୍ରେଡ କୁ ଆସି ଯାଇଥିଲା।ଯାହା ଅନେକଙ୍କୁ ନିରାଶ କରିଥିଲା। ପ୍ରଥମ ଥର ନିମନ୍ତେ ବିଶ୍ୱବିଦ୍ୟାଳୟରେ କର୍ମଚାରୀ ମାନେ ପ୍ରତି ଶୁକ୍ରବାର ଖଦଡ଼ ବସ୍ତ୍ର ପରିଧାନ ଓ ପ୍ରତି ଶନିବାର କେବଳ ବ୍ୟାଟେରୀ ଗାଡି ଚଳାଚଳ ପ୍ରତି ଗୁରୁତ୍ବ ଦିଆଯାଇଛି ।ପ୍ରଥମ କରି ସାମୁହିକ ଭାବେ ଶିକ୍ଷକ ଓ ବିଦ୍ୟାର୍ଥୀ ଙ୍କୁ ସାମିଲ ହୋଲି , ସମ୍ବଲପୁରୀ ଦିବସ,ବାର୍ଷିକ ଦିବସ ପାଳନ ସହ ଆଗାମୀ ଦିନରେ ଏହାକୁ ଜାରି ରଖିବାକୁ ପ୍ରୟାସ କରାଯାଇଛି । ଚଳିତ ଶିକ୍ଷା ବର୍ଷରୁ ନୂତନ ପାଠ୍ୟକ୍ରମ ଖୋଲାଯିବାର ବ୍ୟବସ୍ଥା କରାଯାଇଛି । ଅଲ୍ ଇଣ୍ଡିଆ ମହିଳା କବାଡି ପ୍ରତିଯୋଗିତା କରାଯାଇଥିଲା ।ବହୁ ମନ୍ୟ ଗନ୍ୟ ବ୍ୟକ୍ତି ଙ୍କୁ ଅତିଥି ଭାବେ ସମ୍ମାନିତ କରାଯାଇଛି।ଖେଳକୁଦ ରେ ମଧ୍ୟ ବହୁ ଛାତ୍ର ଛାତ୍ରୀ ଙ୍କୁ ଉତ୍ସାହିତ କରି ବିଭିନ୍ନ ଅନ୍ତଃ ବିଶ୍ଵବିଦ୍ୟାଳୟ ରେ ଭାଗନେବା ପାଇଁ ସୁଯୋଗ ଦିଆଯାଇଛି । ଏନ୍ ଏସ ଏସ ଶିବିର ଆୟୋଜନ ସହ ଆଖ ପାଖ ଗ୍ରାମରେ ସଫେଇ କାର୍ଯ୍ୟକ୍ରମ ସହ ସଚେତନତା କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଛି।ଖାଲି ପଡିଥିବା ପଦବୀ ପୂରଣ ପାଇଁ ଅଧିକ ଗୁରୁତ୍ବ ଦେବେ ବୋଲି କହିଛନ୍ତି।କ୍ୟାମ୍ପସ କୁ ଗ୍ରୀନ କ୍ୟାମ୍ପସ କରିବାର ଲକ୍ଷ୍ୟ ରଖିଛନ୍ତି। କିନ୍ତୁ ବିଶେଷ କରି କ୍ୟାମ୍ପସ ପରିସରକୁ ପ୍ରବେଶ ନିମନ୍ତେ ଅତ୍ୟାଧିକ କଟକଣା ନେଇ ଅଞ୍ଚଳବାସୀଙ୍କ ସହ ବିଶ୍ଵବିଦ୍ୟାଳୟ ପ୍ରଶାସନ ମଧ୍ୟରେ ମୁହାଁମୁହିଁ ଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ସହ ବାଳିକା ହଷ୍ଟେଲ ପରିସରରେ କୁକୁର ଙ୍କୁ ମୁହଁ ସହ ଗୋଡାହାତ ବାନ୍ଧିବା ପରି ଘଟଣା ବିଶ୍ଵବିଦ୍ୟାଳୟ କୁ ଚର୍ଚ୍ଚା ର ପରିସରକୁ ମଧ୍ୟ ଟାଣିଥିଲା। ପ୍ରଫେସର ଦାଶ ଙ୍କ କାର୍ଯ୍ୟକାଳ ଏକବର୍ଷ ବିତିଯିବା ବେଳେ ଆଗାମୀ ୩ ବର୍ଷ ରେ ବିଶ୍ଵବିଦ୍ୟାଳୟ ର କଣ କଣ ଉନ୍ନତି ହୋଇପାରିବ ତା‌ହା ସମୟ କହିବ ବୋଲି ସାଧାରଣରେ ଆଲୋଚନା ହେଉଛି।