ଭାରତର ମିସାଇଲ୍ ଡିଫେନ୍ସ ସିଷ୍ଟମ ଶତ୍ରୁ ରାଷ୍ଟ୍ରର ହଜାଇବ ନିଦ ଭାରତ ନିକଟରେ ୪ ସ୍ତରୀୟ ଏୟାର ଡିଫେନ୍ସ ସିଷ୍ଟମ ପାକିସ୍ତାନ କୁ ପିଆଇବ ପାଣି
ସୁ-ଉଚ୍ଚ ରୁ ମିସାଇଲ୍ ଡିଫେନ୍ସ ସିଷ୍ଟମ ଜାଣି ପାରିବ ଶତ୍ରୁ ପକ୍ଷର ଉଦେଶ୍ୟ
ଦିନ ଥିଲା ୭ ମଇ ୨୦୨୫ , ଯୋଜନା ବଧ ଭାବରେ ଶତ୍ରୁ ରାଷ୍ଟ୍ର ପାକିସ୍ତାନ କୁ ଭାରତ ଦେଇଥିଲା ରାତି ଅଧିଆ ଜବାବ l ପ୍ରତିଶୋଧ ନେଇଥିଲା ଏପ୍ରିଲ ୨୨ ପହଁଲଗାମ ଆତଙ୍କୀ ଆକ୍ରମଣ ର l ଏହି ଆକ୍ରମଣ ର ନାମ ଦିଆଯାଇଥିଲା ଅପରେସନ ସିନ୍ଦୁର, ଏହା ସେହି ମହିଳା ମାନଙ୍କୁ ସମବେଦନା ଅଟେ ଯେଉଁମାନେ ଏପ୍ରିଲ ୨୨ ତାରିଖ ଦିନ ଆତଙ୍କବାଦୀ ଆକ୍ରମଣ ରେ ହରାଇଥିଲେ ନିଜ ମଥାର ସିନ୍ଦୁର l
ଏହାପରେ ଉଭୟ ଦେଶ ମଧ୍ୟରେ ଉତେଜନା ପୁର୍ଣ ସ୍ଥିତି ଦେଖା ଦେଇଛି , ବର୍ତମାନ ପାକିସ୍ତାନ ବାରମ୍ବାର ଭାରତକୁ ପରମାଣୁ ଆକ୍ରମଣ କରିବ ବୋଲି ଧମକ ଦେଉଛି l ଠିକ ଏହି ସମୟରେ ଭାରତରେ ମିସାଇଲ୍ ଡିଫେନ୍ସ ସିଷ୍ଟମ କୁ ନେଇ ଚର୍ଚା ଚାଲିଛି l
ଯେତେବେଳେ ଦୁନିଆରେ ଯୁଦ୍ଧ ପରିସ୍ଥିତି ହୋଇଥାଏ ସେତେବେଳେ ପ୍ରଥମେ ଚର୍ଚା ହୋଇଥାଏ ଦେଶ ନିକଟରେ ଏହାକୁ ଅଟକାଇବା ପାଇଁ କେତେ ସାମର୍ଥ୍ୟ ଅଛି, ଭାରତ ଓ ପାକିସ୍ତାନ ଉଭୟ ଦୁଇଟି ପରମାଣୁ ସମ୍ପନ୍ନ ଦେଶ, ଗୋଟିଏ ଦେଶର ମିସାଇଲ୍ ଡିଫେନ୍ସ ସିଷ୍ଟମ ପରମାଣୁ ଆକ୍ରମଣ କୁ କେତେ ଅଟକାଇ ପାରିବ l
ଭାରତ ନିକଟରେ ୪ ସ୍ତରୀୟ ଏୟାର ଡିଫେନ୍ସ ସିଷ୍ଟମ ରହିଛି, ଏହା ଅଲଗା ଅଲଗା ଉଚରୁ ଓ ଦୂରତାରୁ ଆସୁଥିବା ବିପଦ କୁ ଜାଣି ଏହାର ଜବାବ ଦେବାକୁ ସକ୍ଷମ ଅଟେ l ଭାରତର ଅଗ୍ନି-୫ ମିସାଇଲ ମାଟି ଠାରୁ ୫ରୁ ୮ ହଜାର କିଲୋମିଟର ପର୍ଯ୍ୟନ୍ତ ଲକ୍ଷ ହାସଲ କରିପାରିବାକୁ ସକ୍ଷମ l ଭାରତ ସେହି କେତୋଟି ଦେଶ ମଧ୍ୟରେ ସାମିଲ ଅଟେ, ଯାହାଙ୍କ ନିକଟରେ ଆଣ୍ଟି ବ୍ଲାସ୍ଟିକ ମିସାଇଲ ସିଷ୍ଟମ ରହିଛି l
ଭାରତ ନିକଟରେ ମିସାଇଲ୍ ଡିଫେନ୍ସ ର ୨ଟି ପ୍ରକାରର ମିସାଇଲ ରହିଛି, ଗୋଟିଏ ହେଲା ପୃଥିବୀ ଏୟାର ଡିଫେନ୍ସ ଓ ଅନ୍ୟ ଗୋଟିଏ ହେଲା ଆଡ଼ଭାନ୍ସ ଏୟାର ଡିଫେନ୍ସ l ପୃଥିବୀ ଏୟାର ଡିଫେନ୍ସ ଅଧିକ ଉଚ୍ଚକୁ ଯାଇ ମିସାଇଲ ଆକ୍ରମଣ କୁ ଅଟକାଇ ଥାଏ, ଏବଂ ଆଡ଼ଭାନ୍ସ ଏୟାର ଡିଫେନ୍ସ କମ ଉଚ୍ଚଅଟାର ମିସାଇଲ ଆକ୍ରମଣ କୁ ଅଟକାଇଥାଏ l ଏହାଛଡା ଆଣ୍ଟି ବ୍ଲାସ୍ଟିକ ମିସାଇଲ ୫ ହଜାର କିଲୋମିଟର ଦୂରରୁ ଆସୁଥିବା ମିସାଇଲ କୁ ଅଟକାଇଥାଏ l