Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ନଳକୂଅ ପାଣିରୁ ବାହାରୁଛି ପୋକ

ଜମନକିରା : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ କୁଲେଇଗଡ଼ ପଞ୍ଚାୟତ ୧୦ ନଂ ୱାର୍ଡରେ ଥିବା ନଳକୂଅ ପାଣିରୁ ପୋକ ବାହାରୁଛି। ଫଳରେ ଲୋକେ ପାନୀୟ ଜଳ ପାଇଁ ଚିନ୍ତିତ ହୋଇପଡ଼ିଛନ୍ତି।ସୂଚନା ଅନୁଯାଇ,ନଳକୂଅ ପାଣିରେ ଛୋଟ ଛୋଟ ପୋକ ବାହାରୁଥିବା ଦେଖିବାକୁ ମିଳୁଛି। ଏଥିସହ ନାଲି ରଂଗର ପାଣି ବାହାରୁଥିବା ଗ୍ରାମବାସୀଙ୍କ ଅଭିଯୋଗ କରିଛନ୍ତି। କୁଲେଇଗଡ ପଞ୍ଚାୟତ ୧୦ ନମ୍ବର ୱାର୍ଡ ଏକ ପଡ଼ାରେ ୪୦ରୁ ଅଧିକ ପରିବାର ବସବାସ କରନ୍ତି। ଏହି ନଳକୂଅରୁ ପାଣି ମାରୁଥିବା ପାଣିରୁ ପୋକ ବାହାରିଥିବା ଦେଖି ୱାର୍ଡସଭ୍ୟ ସରପଞ୍ଚ ନଳିନୀ କିସାନଙ୍କୁ ଫୋନ ମଧ୍ୟରେ ଏହାର ପ୍ରତିକାର ପାଇଁ କହିଥିଲେ। ନଳକୂଅ ରୁ ବାହାରୁ ଥିବା ମଇଲା ପାଣି ଟାଙ୍କିର ଚାରି ପାର୍ଶ୍ୱ ଖୋଲା ରହିଛି। ମାଟି ପକା ହୋଇ ନଥିବା ଫଳରେ ବର୍ଷା ପାଣି ଆସି ଜମୁଛି। ଆଉ ପାଣି ମାରିଲେ ମଇଲା ପାଣି ବାହାରିବା ସହିତ ପୋକ ମଧ୍ୟ ବାହାରୁଛି।