Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଲିଙ୍ଗାପାଳି ପାହାଡ ଉପରେ କୃଷକ ସମାବେଶ,ଜୈବିକ ଚାଷ ର ତାଲିମ ସହ ମେଗା ବୃକ୍ଷ ରୋପଣ

ଜମନକିରା : ସମ୍ବଲପୁର ଜିଲ୍ଲା ଧୁଡ଼ିପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଲିଙ୍ଗପାଲି ର ପାହାଡ ଉପରେ ବହୁମୁଖି ସମବାୟ ସମିତି ଲିଃ ଓ ଲିଙ୍ଗାପାଲିର ବନ ସୁରକ୍ଷା ସମିତିର ମିଳିତ ଉଦ୍ୟମରେ ସଭାପତି ସୁଧାଂଶୁ ଚୌଧୁରୀଙ୍କ ସଭାପତିତ୍ବରେ କୃଷକ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଏଥିରେ କୁଚିଣ୍ଡା ଜିଲ୍ଲା କୃଷି ଅଧିକାରୀ କାର୍ତ୍ତିକ ଚନ୍ଦ୍ର ମଲ୍ଲିକ ମୁଖ୍ୟଅତିଥି, ଜମନକିରା ଜଙ୍ଗଲ ବିଭାଗ ରେଞ୍ଜର ଲକ୍ଷ୍ମୀ ନାରାୟଣ ନାଏକ, ଅବସର ପ୍ରାପ୍ତ ଅଧ୍ୟକ୍ଷ ତଥା ପ୍ରକୃତି ବନ୍ଧୁ ସୁବାସଚନ୍ଦ୍ର ନାୟକ, ଜିଲ୍ଲା ପରିଷଦ ସଭ୍ୟା ତନୟା ଧୁରୁଆ, ଆଦର୍ଶ ଚାଷୀ ଦୀପକ ସାହୁ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ଜୈବିକ ଚାଷ ଓ ପ୍ରକୃତି ର ସୁରକ୍ଷା ପାଇଁ ଆହ୍ବାନ ଦେଇଥିଲେ। ପ୍ରାରମ୍ଭରେ ସମିତିର ଆବାହକ ରମାକାନ୍ତ ମାହକୁଲ ସ୍ୱାଗତ ଭାଷଣ ଓ ସଭାପତି ଅଶୋକ ପଟେଲ ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହାପରେ ସୁମନ୍ତ ପଟେଲ ଓ ରମେଶ ପଢ଼ନଙ୍କ ନେତୃତ୍ୱରେ ଗ୍ରାମବାସୀ ୫୦୦ ରୁ ଉର୍ଦ୍ଧ୍ବ ବିଭିନ୍ନ ପ୍ରକାର ଚାରା ରୋପଣ କରିଥିଲେ। ଏହି ଅବସରରେ ପ୍ରକୃତିର ସୁରକ୍ଷା ପାଇଁ ସୁବାସ ନାୟକ ଓ ଆଦର୍ଶ କୃଷି ପାଇଁ ଦୀପକ ସାହୁଙ୍କୁ ସମ୍ମାନିତ କରାଯାଇଥିଲା।ଶେଷରେ ଆଶିଷ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।