Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଭୋଟ ଦେଲେ କଂଗ୍ରେସ ପ୍ରାର୍ଥୀ ହିମାଂଶୁ ଚାଉଳିଆ

ସକାଳୁ 7 ଟାରୁ ଆରମ୍ଭ ହୋଇଥିବା ମତଦାନ ପ୍ରକିୟାରେ ଆଠମଲ୍ଲିକ୍ ନିର୍ବାଚନ ମଣ୍ଡଳୀର କଂଗ୍ରେସ ବିଧାୟକ ପ୍ରାର୍ଥୀ ହିମାଂଶୁ ଶେଖର ଚାଉଳିଆ ନିଜ ଗ୍ରାମ ନୀଳକଣ୍ଠ ପଡ଼ା ୟୁପି ସ୍କୁଲ୍ ର 185 ନମ୍ୱର୍ ବୁଥ୍ ରେ ନିଜର ମତଦାନ ସାବ୍ୟସ୍ତ କରିଛନ୍ତି ।
ସକାଳୁ ସକାଳୁ ଭିଡ଼ ଆରମ୍ଭ ହୋଇଥିବା ବେଳେ କିନ୍ତୁ, ହଠାତ୍ ଭୋଟିଂ ମେସିନ ଖରାପ ଯୋଗୁଁ ମତଦାନ ବାଧା ପ୍ରାପ୍ତ ହୋଇଥିଲା। ଅପରାହ୍ନ ରେ 1ଘଣ୍ଟା ମେସିନ୍ ବନ୍ଦ୍ ଯୋଗୁଁ ଲୋକେ ଖରାରେ ହନ୍ତସନ୍ତ ହୋଇଯାଇଥିଲେ।ପରେ ମେସିନ୍ ଠିକ୍ ହେବାରୁ ସ୍ଵାଭାବିକ ସ୍ଥିତି ହୋଇଥିଲା । ଦୁଇଟା ଗ୍ରାମର ଲୋକ ଗୋଟାଏ ବୁଥରେ ମତଦାନ ଦେଉଥିବା ବେଳେ ବିଳମ୍ବ ଯୋଗୁଁ ରାତି 8 ପର୍ଯ୍ୟନ୍ତ ଭୋଟିଂ ଚାଲିଥିବା ସୂଚନା ମିଳିଛି।