Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ବାଉଁଶ ତିଆରି ସାମଗ୍ରୀ ଦେଉଛି ଜୀବନଜୀବିକା,ଅପହଞ୍ଚ ସରକାରୀ ଯୋଜନା ।

କଳାହାଣ୍ଡି:୨୬/୦୭
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ୍ ବରାଡୋଙ୍ଗା ପଞ୍ଚାୟତରେ ରହିଛି ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର ।ଗାଁ ରେ ବସବାସ କରୁଥିବା ସମସ୍ତେ ଆଦିବାସି ଜନଜାତି ବର୍ଗର ହୋଇଥିବା ଗାଁ କୁ ଚାରି ଦିଗରୁ ଲାଗି ରହିଛି ଜଙ୍ଗଲ। ଏହି ଗ୍ରାମ ରେ ପ୍ରାୟ ୫୦ ଆଦିବାସୀ ପରିବାର ବସତି ସ୍ଥାପନ କରିଥିବା ବେଳେ କନ୍ଧ ଜନଜାତି ର କିଛି ପରିବାର ମାନେ ଜଙ୍ଗଲ ରୁ ବାଉଁଶ ସଂଗ୍ରହ କରି ସେହି ବାଉଁଶ ରେ ବିଭିନ୍ନ ପ୍ରକାର ଘର କରଣା ସାମଗ୍ରୀ ତିଆରି କରି ତାକୁ ନିକଟସ୍ଥ ଆମପାଣି ଓ ପୁଝାରି ଗୁଡା ସାପ୍ତାହିକ ବଜାର ରେ ବିକ୍ରି କରି ନିଜର ଜୀବନଜୀବିକା ନିର୍ବାହ କରୁଛନ୍ତି। ସପ୍ତାହରେ ୮ଶହ ରୁ ୧ ହଜାର ଟଙ୍କା ମଧ୍ୟରେ ରୋଜଗାର କରି ପରିବାର ପ୍ରତିପୋଷଣ କରୁଥିବା କହିଛନ୍ତି ବାଉଁଶ କାରିଗର ମହିଳା ସୀତା ମାଝୀ, କୁନି ମାଝୀ, ଆଶାଢ଼ୀ ମାଝୀ,ଚାଉଳ ମାଝୀ, ନୂଆ ମାଝୀ,ରଏବାରି ମାଝୀ, ପ୍ରଭୁ ମାଝୀ, କାଉରୁ ମାଝୀ ପ୍ରମୁଖ ବାଉଁଶ କାରିଗର ମାନେ। ପ୍ରତିଦିନ ସକାଳୁ ଆଦିବାସି ପରିବାର ପୁରୁଷ ମାନେ ଗାଁ ପାଖରେ ଥିବା ଜଙ୍ଗଳରୁ ବାଉଁଶ କାଟି ଘରକୁ ଆଣିଥାନ୍ତି ।ପରେ ଗାଁରେ ଥିବା ମହିଳାମାନେ ବାଉଁଶକୁ କିଛି ଦିନ ଖରାରେ ଶୁଖାଇବା ପରେ ବାଉଁଶକୁ କାଟି ବିଭିନ୍ନ ଆକାରରେ ରୂପଦେଇ।କୁଳା, ଟୋପା, ଡଲା,ଝାଡୁ,ବାଉଁଶ ତୋଳା ତିଆରି କରିବାରେ ମହିଳା ଓ ପିଲା ଛୁଆ ସମସ୍ତେ ଳାଗି ପଡନ୍ତି । ଗାଁର ସମସ୍ତ ପରିବାର ଏହି ଜୀବିକାକୁ ନିଜର ଜିବନ ଶୈଲୀର ଏକ ପ୍ରମୁଖ ବୃତ୍ତି ହିସାବରେ ଗ୍ରହଣ କରି ଦିନତମାମ ଏହି କାର୍ଯ୍ୟରେ ନିୟୋଜିତ ରହନ୍ତି। ତେବେ ରାଜ୍ୟ ସରକାର ଙ୍କ ପକ୍ଷରୁ ମନରେଗା ଯୋଜନା ପ୍ରତି ପଞ୍ଚାୟତ ରେ ଥିବା ଶ୍ରମିକ ମାନଙ୍କୁ ବର୍ଷକୁ ଶହେ ଦିନର କାର୍ଯ୍ୟ ଦିବସ ଯୋଗାଇ ଦେବା ପାଇଁ ବ୍ୟବସ୍ଥା ରହିଥିବା ବେଳେ ଏହି ଗାଁରେ ଆଜି ପର୍ଯ୍ୟନ୍ତ ପହଞ୍ଚି ପାରିନାହିଁ ସରକାରି ଯୋଜନାର ରୂପରେଖ ।ମାଟିକାମ ଆସିଲେ ଶ୍ରମିକ ବଦଳରେ ମେସିନରେ କାମ ହେଉଥିବା ଅଭିଯୋଗ କରନ୍ତି ଏହି ଗାଁର ଲୋକମାନେ। ଅନ୍ୟପଟେ ମନରେଗା ଯୋଜନାରେ କାମ ଆସୁଥିଲେ ମଧ୍ୟ ମଜୁରୀ ମିଲିବାରେ ଡେରି ହେଉଥିବା ଯୋଗୁଁ ଏମାନେ କାମ କରିବା ପାଇଁ ଇଚ୍ଛା ପ୍ରକାଶ କରନ୍ତି ନାହିଁ ବୋଳି ସ୍ଥାନୀୟ ଜନ ପ୍ରତିନିଧି ମାନେ ପ୍ରକାଶ କରିଛନ୍ତି। ସବୁ ସରକାରି ଯୋଜନା ଏହି ଆଦିବାସୀ ପରିବାର ଲୋକ ଙ୍କ ପାଇଁ ସତେ ଯେମିତି ଦିଗହରା ପାଳଟିଛି । ଏହି ଆଦିବାସୀ ମହିଳା ବାଉଁଶ କାରିଗର ଙ୍କ ହାତ ତିଆରି ବାଉଁଶ ଉପକରଣ କୁ ଯଦି ବ୍ଲକ ପ୍ରଶାସନ ସୟଂସହାୟକ ଗୋଷ୍ଠୀ ଜରିଆରେ କ୍ରୟ କରି ପ୍ରୋତ୍ସାହିତ କଲେ ଏହି ଆଦିବାସୀ ପରିବାର ମାନେ ଉପଯୁକ୍ତ ବଜାର ମୂଲ୍ୟ ପାଇବା ସହ ଆତ୍ମ ନିର୍ଭରଶୀଳ ହୋଇ ପାରନ୍ତେ ବୋଲି ସାଧାରଣ ରେ ମତ ପ୍ରକାଶ ପାଇଛି।ତେବେ ଦୁର୍ଗମ ମୁଳକର ଏହି ଆଦିବାସି ମାନଙ୍କ ଉପରେ ଜିଲ୍ଲା ପ୍ରଶାସନର ଦୃଷ୍ଟି କେବେ ପଡିବ ଦେଖିବାକୁ ବାକି ରହିଲା ।
ରିପୋର୍ଟ—ସନତ କୁମାର ପ୍ରଧାନୀ